ସକାଳୁ ସକାଳୁ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ
ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣାପଡିଛି ।
- ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ
ରିକ୍ଟର ସ୍କେଲରେ ତୀବ୍ରତା ୪.୩
ସକାଳ ୬.୩୬ ମିନିଟରେ ଭୂକମ୍ପ ଅନୁଭୂତ
Trending Photos

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣାପଡିଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ସକାଳ ୬.୩୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ସ୍ଥାନୀୟ ଲୋକ ଭୟଭୂତ ହୋଇପଡିଥିଲେ । କେହିକେହି ଘରୁ ବାହାରକୁ ପଳାଇ ଆସୁଥିବା ନଜର ଆସିଥିଲା । ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । ଭୂକମ୍ପର ତୀବ୍ରତା ୪.୩ ରହିଥିବାରୁ ସେମିତି କିଛି ବଡ ଧରଣର କ୍ଷୟକ୍ଷତି ହୋଇନଥିବା ଅନୁମାନ କରାଯାଉଛି ।
କହିରଖୁଛୁ, ଏହା ପୂର୍ବରୁ ଅକ୍ଟୋବର ୧୩ରେ ରାଜସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ବୀକାନେର ଜିଲ୍ଲାରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ତର ସ୍କେଲରେ ୪.୫ ରହିଥିଲା । ସକାଳ ୧୦ଟା ୩୬ ମିନିଟରେ ହୋଇଥିଲା ଏହି ଭୂକମ୍ପ । ତେବେ ଏଥିରେ ମଧ୍ୟ ସେମିତି କିଛି କ୍ଷୟକ୍ଷତି ହୋଇନଥିଲା ।
More Stories