ଜାତିଆଣ ମନ୍ତବ୍ୟ ଦେଇ ବିବାଦରେ ସେଲିବ୍ରେଟି
Advertisement

ଜାତିଆଣ ମନ୍ତବ୍ୟ ଦେଇ ବିବାଦରେ ସେଲିବ୍ରେଟି

ଏକ ସୋ’ ରେ ସେ  ଲୋକମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବା ନେଇ ଅଭିଯୋଗ ହୋଇଛି ।

 ଜାତିଆଣ ମନ୍ତବ୍ୟ ଦେଇ ବିବାଦରେ ସେଲିବ୍ରେଟି

ମୁମ୍ବାଇ: ସେଲିବ୍ରେଟି ରବୀନା ଟଣ୍ଡନ, ଫରହା ଖାନ ଓ ଭାରତୀ ସିଂଙ୍କ ବିରୁଦ୍ଧରେ ପଞ୍ଜାବର ଅଜନାଲା(ଅମୃତସର)ରେ ଏକ ମାମଲା ରୁଜୁ ହୋଇଛି । ଏକ ସୋ’ ରେ ସେ  ଲୋକମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବା ନେଇ ଅଭିଯୋଗ ହୋଇଛି ।

ଖ୍ରୀଷ୍ଟମାସରେ ପ୍ରସାରିତ ଏକ କମେଡି କାର୍ଯ୍ୟକ୍ରମରେ ଅଭିନେତ୍ରୀ ରବିନା ଟଣ୍ଡନ  ଫରହା ଖାନ ଓ ହାସ୍ୟାଭିନେତ୍ରୀ ଭାରତୀ ସିଂ ଖ୍ରୀଷ୍ଟ ଧର୍ମକୁ ନେଇ  ଯେଉଁଭଳି ଶବ୍ଦ ବ୍ୟବହାର କରିଥିଲେ, ତାହାକୁ ନେଇ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଭିଯୋଗ ପତ୍ରରେ ଏହି ତିନିଜଣ ତାରକା ଖ୍ରୀଷ୍ଟ ଧର୍ମର ଅପମାନ କରିଥିବା ଉଲ୍ଲେଖ ରହିଛି ।

ଜନାଲା (ଅମୃତସର) ଡିଏସ୍ପି ସୋହନ ସିଂଙ୍କ ପକ୍ଷରୁ ପ୍ରକାଶ ଯେ, ପୁଲିସ ଏହି କମେଡି କାର୍ଯ୍ୟକ୍ରମର ଭିଡିଓ ଯାଞ୍ଚ କରିବା ପରେ ମାମଲା ରୁଜୁ କରିଛି । ତିନିଜଣଙ୍କ ନାମରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୯୫-ଏରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋହନ ସିଂ କହିଛନ୍ତି ।