)
ବଲାଙ୍ଗୀର: ପାଟଣାଗଡ଼ରେ ଭୁଶୁଡ଼ିଲା ବ୍ରିଜ । ମରାମତି କାମ ଚାଲିଥିବା ବେଳେ ବ୍ରିଜଟି ଭୁଶୁଡ଼ିପଡ଼ିଛି । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କିଛି ଶ୍ରମିକ ମଧ୍ୟ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।
ଯାହା କୁହାଯାଉଛି, ସୁକତେଲ ନଦୀ ଉପରେ ଏହି ବ୍ରିଜ ନିର୍ମାଣ ହୋଇଥିଲା । ତେବେ ପୂର୍ବରୁ ମଧ୍ୟ ବ୍ରିଜରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଥିଲା । ଆଜି ବ୍ରିଜର ଏକ ପିଲର ମରାମତି କାମ ଚାଲିଥିବା ବେଳେ ଭୁଶୁଡ଼ିପଡ଼ିଛି । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।
#NewsFlash || ବଲାଙ୍ଗୀର, ପାଟଣାଗଡ଼ରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍, ୨ ମୃତ ।#Bolangir #Patnagarh #Odisha pic.twitter.com/MNLYRiPY7B
— ZEE Odisha (@ZeeOdisha) April 29, 2020
ତେବେ ଏଠାରେ ଅନ୍ୟ ଏକ କଥା ମଧ୍ୟ ସାମ୍ନାକୁ ଆସୁଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବ୍ରିଜର କାମ ସାରିଥିବାରୁ ସମ୍ପୃକ୍ତ ଠିକା ସଂସ୍ଥାକୁ କୁଆଡ଼େ ସରକାରଙ୍କ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ହେଲେ ଏତେ କମ୍ ଦିନରେ ବ୍ରିଜଟି ଭୁଶୁଡ଼ିପଡ଼ିଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।