ଦୁଷ୍କର୍ମକାରୀଙ୍କୁ ଏବେ ତ୍ରାହି ନାହିଁ...
Advertisement

ଦୁଷ୍କର୍ମକାରୀଙ୍କୁ ଏବେ ତ୍ରାହି ନାହିଁ...

ଦୁଷ୍କର୍ମ କରିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେବ ଯୌନ ପିପାଷୁ 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦୁଷ୍କର୍ମକାରୀଙ୍କୁ ଏବେ ତ୍ରାହି ନାହିଁ । ଦୁଷ୍କର୍ମ କରିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେବ ଯୌନ ପିପାଷୁ । ନ୍ୟାୟ ପାଇଁ ପୀଡ଼ିତାଙ୍କୁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବନି । କାହିଁକିନା ଆନ୍ଧ୍ରପ୍ରଦେଶ ସରକାର ଆରମ୍ଭ କରିଛନ୍ତି ଦିଶା ମହିଳା ଥାନା । ଦେଶରେ ପ୍ରଥମ ଥର ମହିଳାଙ୍କ ସୁରକ୍ଷା ପାଇଁ ଖୋଲିଛି ଏପ୍ରକାର ଥାନା । 

ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଏହାର ଉଦଘାଟନ କରିଛନ୍ତି । ଆନ୍ଧ୍ରପ୍ରଦେଶର ରାଜାମୁନ୍ଦ୍ରୀରେ ଏହି ଥାନା ସ୍ଥାପିତ ହୋଇଛି । ସମଗ୍ର ରାଜ୍ୟରେ ୧୮ଟି ଏପ୍ରକାର ଥାନା ସ୍ଥାପନ ହେବ ବୋଲି ଜଣାପଡ଼ିଛି । ୨୪x୭ ଘଣ୍ଟା ଏହା କାମ କରିବ । ପ୍ରତ୍ୟେକ 'ଦିଶା' ମହିଳା ଥାନା ବିଶାଖାପାଟନମ ସ୍ଥିତ କଣ୍ଟ୍ରୋଲ ରୁମ ସହ ସଂଯୁକ୍ତ ହେବ । 

ଗତବର୍ଷ ହୋଇଥିବା ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଆନ୍ଧ୍ର ସରକାର ଦିଶା ଆଇନ-୨୦୧୯ ପ୍ରସ୍ତାବ ପାରିତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦିଆଯାଇଥିଲା । ଦୁଷ୍କର୍ମ  ଓ ହତ୍ୟା ଅଭିଯୁକ୍ତଙ୍କୁ ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡ ଦେବାକୁ ଏପରି ଏକ ବିଲ ଆଣିଛନ୍ତି ଆନ୍ଧ୍ର ସରକାର । 

ଆହୁରି ପଢ଼ନ୍ତୁ; ପରାଜୟ ମାନିନେଲା ବିଜେପି !