Advertisement
Article Detail0/zeeodisha/odisha669315
Zee OdishaOther Newsରାଜ୍ୟକୁ ରାପିଡ୍ ଟେଷ୍ଟ କିଟ ପହଞ୍ଚୁ ପହଞ୍ଚୁ ନିଜ କୋଭିଡ୍‌-୧୯ ପରୀକ୍ଷା କରାଇନେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ରାଜ୍ୟକୁ ରାପିଡ୍ ଟେଷ୍ଟ କିଟ ପହଞ୍ଚୁ ପହଞ୍ଚୁ ନିଜ କୋଭିଡ୍‌-୧୯ ପରୀକ୍ଷା କରାଇନେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ମୁତାବକ, ଏକ ଚାଟାର୍ଡ ବିମାନ ଯୋଗେ ଦକ୍ଷିଣ କୋରିଆରୁ ଟେଷ୍ଟିଂ କିଟ ଆସିଛି । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଶୁକ୍ରବାର ଆନ୍ଧ୍ରପ୍ରଦେଶକୁ ଏକ ଲକ୍ଷ ରାପିଡ୍‌ ଟେଷ୍ଟ କିଟ୍‌ ପହଞ୍ଚିଛି । ଦକ୍ଷିଣ କୋରିଆରୁ ଏସବୁ କିଟ୍ ଆସିଛି । ଏହି କିଟ୍ ମାଧ୍ୟମରେ ମାତ୍ର ୧୦ ମିନିଟରେ କୋରୋନା ପରୀକ୍ଷା କରାଯାଇପାରୁଛି । ତେବେ ଏହି କିଟ୍ ଆନ୍ଧ୍ରକୁ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ରେଜଲ୍ଟ ନେଗେଟିଭ ଆସିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । 

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ମୁତାବକ, ଏକ ଚାଟାର୍ଡ ବିମାନ ଯୋଗେ ଦକ୍ଷିଣ କୋରିଆରୁ ଟେଷ୍ଟିଂ କିଟ ଆସିଛି । ତେବେ ଅମରାବତୀ ସ୍ଥିତ କ୍ୟାମ୍ପରେ ଏହାକୁ ପ୍ରଦର୍ଶନ କରାଯାଇଥିଲା । ଏହି କିଟ୍ ମାଧ୍ୟମରେ ମାତ୍ର ୧୦ ମିନିଟରେ କୋରୋନା ପରୀକ୍ଷା କରିବା ସମ୍ଭବ ହୋଇପାରୁଛି । ତେବେ ଏହି କିଟ ପହଞ୍ଚିବା ଦ୍ୱାରା ରାଜ୍ୟରେ କୋରୋନା ପରୀକ୍ଷା ବୃଦ୍ଧି ପାଇବ । ଆସନ୍ତା ୪ ରୁ ୫ ଦିନ ଭିତରେ କିଟ ଗୁଡ଼ିକ ଜିଲ୍ଲାଗୁଡିକୁ ପଠାଯିବ । ଏହାପରେ କମ୍ୟୁନିଟି ଟେଷ୍ଟିଂ ଆରମ୍ଭ ହେବ ।

Add Zee News as a Preferred Source
About the Author