କମାଲ କରୁଛି 'ଅଙ୍ଗ୍ରେଜି ମିଡ଼ିଅମ', ଦ୍ୱିତୀୟ ଦିନରେ ଆୟ ଏତିକି...

କୋରୋନା ମାଡ଼ରେ କମୁଛି ଆୟ...

କମାଲ କରୁଛି 'ଅଙ୍ଗ୍ରେଜି ମିଡ଼ିଅମ', ଦ୍ୱିତୀୟ ଦିନରେ ଆୟ ଏତିକି...

ନୂଆଦିଲ୍ଲୀ: ବଡ଼ ପରଦାରେ ରିଲିଜ କରିଛି ଅଙ୍ଗ୍ରେଜି ମିଡ଼ିଅମ(Angrezi Medium)।  ବାପା ଓ ଝିଅ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଗତିଶୀଳ ହେଉଛି ସିନେମାର କାହାଣୀ । ସିନେମାର ମୁଖ୍ୱ ଭୁମିକାରେ ରହିଛନ୍ତି ବଲିଉଡ଼ର ସୁପରଷ୍ଟାର ଇରଫାନ ଖାନ(Irrfan Khan) ଓ କରୀନା କପୁର(Kareena Kapoor)। 

ବକ୍ସ ଅଫିସରେ ସିନେମାଟି ବେଶ ଲୋକପ୍ରିୟତା ସାଉଁଣ୍ଟିଛି । ତେବେ ଦ୍ୱିତୀୟ ଦିନରେ ସେଭଳି ଆଖିଦୃଶିଆ ଆୟ କରିପାରିନି ଅଙ୍ଗ୍ରେଜି ମିଡ଼ିଅମ। ବକ୍ସ ଅଫିସ ଇଣ୍ଡିଆ ଡଟ କମ ମୁତାବକ, ଇରଫାନ ଓ କରୀନାଙ୍କ ଫିଲ୍ମ ଅଙ୍ଗ୍ରେଜି ମିଡ଼ିଅମ ଦ୍ୱିତୀୟ ଦିନରେ ବେଶ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦ୍ୱିତୀୟ ଦିନରେ ମାତ୍ର ୨.୭୫ କୋଟି ଟଙ୍କା ଆୟ କରିପାରିଛି । 

ସେହିପରି ସିନେ କ୍ରିଟିକ ତରଣ ଆଦର୍ଶ କହିଛନ୍ତି କି, ସିନେମାଟି ଦ୍ୱିତୀୟ ଦିନ ଅପେକ୍ଷା ପ୍ରଥମ ଦିନରେ ବେଶ ଭଲ ଆୟ କରିଥିଲା । ପ୍ରଥମ ଦିନରେ ଫିଲ୍ମଟି ୪.୦୩ କୋଟି ଟଙ୍କା ଆୟ କରିଥିଲା । ଫଳରେ ସିନେମାଟି ଦୁଇ ଦିନରେ ମୋଟ ୬.୭୮ କୋଟି ଟଙ୍କା ଆୟ କରିଥିଲା ବୋଲି ତରଣ ଆଦର୍ଶ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । 

 

ସୂଚନାଯୋଗ୍ୟ କୋରୋନା ଭାଇରସ ପାଇଁ ସିନେ ଇଣ୍ଡଷ୍ଟ୍ରି ବେଶ ପ୍ରଭାବିତ ହୋଇଛି । ଏହି କୋରୋନା ପାଇଁ ଦ୍ୱିତୀୟ ଥର ପାଇଁ ଜମ୍ମୁ ଓ କାଶ୍ମୀରରେ ସିନେମାକୁ ରିଲିଜ କରାଯାଇଛି । ସେହିପରି ଦେଶର ଅନେକ ସହରରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସିନେମା ହଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଫଳେ ଏହି ସିନେମାର ଆୟ ଉପରେ ମଧ୍ୟ ବେଶ ପ୍ରଭାବ ପଡ଼ିଛି । 

ସେପଟେ ଫିଲ୍ମ ନିର୍ମାତା ଦିନେଶ ବିଜାନ କହିଛନ୍ତି କି, ଅଙ୍ଗ୍ରେଜି ମିଡ଼ିୟମର ନିର୍ମାଣ ସମୟକୁ ସାରା ଜୀବନ ମନେ ରଖିବି । ଫିଲ୍ପଟିକୁ ଭାରତ ସହିତ ଦୁବାଇ ଓ ଅନ୍ୟ ସହର ଗୁଡ଼ିକରେ ରିଲିଜ କରାଯାଇଛି ।