ଜଙ୍ଗଲରେ ବି ଏକା ରହୁନ୍ତି ପଶୁପକ୍ଷୀ, ପଢ଼ନ୍ତୁ ତାର ଉଦାହରଣ
Advertisement

ଜଙ୍ଗଲରେ ବି ଏକା ରହୁନ୍ତି ପଶୁପକ୍ଷୀ, ପଢ଼ନ୍ତୁ ତାର ଉଦାହରଣ

ଜଙ୍ଗଲ ଦୁନିଆ ବୁଲି ଦେଖିବା ଯେତିକି କୌତୁହଳପୂର୍ଣ୍ଣ ତାକୁ ବୁଝିବା ସେତିକି କଷ୍ଟକର । ଜଙ୍ଗଲରେ ଜୀବ ମାନଙ୍କୁ ଯଦି ଏକା ଛାଡିଦିଆଯିବ ତେବେ ସେମାନେ ମଧ୍ୟ ମଣିଷ ମାନଙ୍କ ପରି ଏକାପଣ ଓ ମାନସିକ ଅବସାଦର ଶିକାର ହୋଇଯାଇନ୍ତି । ଗୋଟେ ମାଙ୍କଡ଼ ତା ପରିବାରଠାରୁ ଅଲଗା ହୋଇଯାଇଥିଲା ଆଉ ମାଙ୍କଡ଼ଟିକୁ ସାହାଯ୍ୟ କରିବା ପାଇଁ ଯେତେବେଳେ ଗୋଟେ ଅଜଣା ଲୋକଟିଏ ପହଞ୍ଚିଲେ ସେତେବେଳେ ମାଙ୍କଡ଼ଟି ସେହି ଲୋକ ଉପରେ ବିଶ୍ୱାସ କରିପାରିଲା ନାହିଁ ।

  • ଜଙ୍ଗଲ ଦୁନିଆ ବୁଲି ଦେଖିବା ଯେତିକି କୌତୁହଳପୂର୍ଣ୍ଣ ତାକୁ ବୁଝିବା ସେତିକି କଷ୍ଟକର 
  • ଜଙ୍ଗଲରେ ଜୀବ ମାନଙ୍କୁ ଯଦି ଏକା ଛାଡିଦିଆଯିବ ତେବେ ସେମାନେ ମଧ୍ୟ ମଣିଷ ମାନଙ୍କ ପରି ଏକାପଣ ଓ ମାନସିକ ଅବସାଦର ଶିକାର ହୋଇଯାଇନ୍ତି  
  • ଗୋଟେ ମାଙ୍କଡ଼ ତା ପରିବାରଠାରୁ ଅଲଗା ହୋଇଯାଇଥିଲା ଆଉ ମାଙ୍କଡ଼ଟିକୁ ସାହାଯ୍ୟ କରିବା ପାଇଁ ଯେତେବେଳେ ଗୋଟେ ଅଜଣା ଲୋକଟିଏ ପହଞ୍ଚିଲେ ସେତେବେଳେ ମାଙ୍କଡ଼ଟି ସେହି ଲୋକ ଉପରେ ବିଶ୍ୱାସ କରିପାରିଲା ନାହିଁ 

Trending Photos

ଜଙ୍ଗଲରେ ବି ଏକା ରହୁନ୍ତି ପଶୁପକ୍ଷୀ, ପଢ଼ନ୍ତୁ ତାର ଉଦାହରଣ

ନମ୍ରତା ନାୟକ, ନୂଆଦିଲ୍ଲୀ: ଜଙ୍ଗଲ ଦୁନିଆ ବୁଲି ଦେଖିବା ଯେତିକି କୌତୁହଳପୂର୍ଣ୍ଣ ତାକୁ ବୁଝିବା ସେତିକି କଷ୍ଟକର । ଜଙ୍ଗଲ ଦୁନିଆରେ ପ୍ରତ୍ୟେକ ଦିନ ଜଣେ ଆଉ ଜଣଙ୍କର ଶିକାର ପାଲଟିଯାଏ । ଜଙ୍ଗଲୀ ଜୀବଜନ୍ତୁମାନଙ୍କ ମଧ୍ୟରେ ତାଙ୍କର ସମାଜକୁ ନେଇ ବହୁ ଗମ୍ଭୀରତା ଦେଖିବାକୁ ମିଳିଥାଏ । ସବୁବେଳେ  ଏହି  ଜୀବଜନ୍ତୁମାନେ ତାଙ୍କ ପ୍ରଜାତିଙ୍କ ସହିତ ଦଳବଦ୍ଦ ଭାବରେ ରହିଥାନ୍ତି । ସେମାନେ ସବୁବେଳେ ସାଙ୍ଗ ହୋଇ ଖାଦ୍ୟର  ଅନ୍ୱେଶଣରେ ବାହାରିଥାନ୍ତି । ଆଉ ଶିକାର ଅନ୍ୱେଶଣବେଳେ ସମସ୍ତେ ଦଳବଦ୍ଦ ଭାବରେ ବାହାରିଥାଆନ୍ତି । ଆଉ ଏଥି ପାଇଁ ସେମାନେ ଲାଭବାନ ମଧ୍ୟ ହୁଅନ୍ତି । କାରଣ ଯତେବେଳେ ବିପଦ ଆସେ ସେମାନେ ଏକା ସହ ବିପଦର ସାମ୍ନା କରନ୍ତି । ଜଙ୍ଗଲରେ ଜୀବ ମାନଙ୍କୁ ଯଦି ଏକା ଛାଡିଦିଆଯିବ ତେବେ ସେମାନେ ମଧ୍ୟ ମଣିଷ ମାନଙ୍କ ପରି ଏକାପଣ ଓ ମାନସିକ ଅବସାଦର ଶିକାର ହୋଇଯାଇନ୍ତି । 
   

ଏମିତି କିଛି ଅବିଶ୍ୱସନୀୟ ଦୃଶ୍ୟ ଦେଖିବା ପାଇଁ ମିଳିଛି ବ୍ରାଜିଲର ସନ୍ କାର୍ଲୋସରେ । ଗୋଟେ ମାଙ୍କଡ଼ ତା ପରିବାରଠାରୁ ଅଲଗା ହୋଇଯାଇଥିଲା ଆଉ ମାଙ୍କଡ଼ଟିକୁ ସାହାଯ୍ୟ କରିବା ପାଇଁ ଯେତେବେଳେ ଗୋଟେ ଅଜଣା ଲୋକଟିଏ ପହଞ୍ଚିଲେ ସେତେବେଳେ ମାଙ୍କଡ଼ଟି ସେହି ଲୋକ ଉପରେ ବିଶ୍ୱାସ କରିପାରିଲା ନାହିଁ । କାହିଁକି ନାଁ ସବୁବେଳେ ଏହି ପଶୁପକ୍ଷୀ ମାନେ ମନୁଷ୍ୟ ସମାଜଠାରୁ ଭଲପାଇବା ପାଆନ୍ତି ନାହିଁ । ସେଥିପାଇଁ ମାଙ୍କଡଟି ମଧ୍ୟ ସେହି ଲୋକ ଉପରେ ବିଶ୍ୱାସ କରିପାରିଲା ନାହିଁ । କିଛି ସମୟ ପରେ ଯେତେବେଳେ ମାଙ୍କଡଟିକୁ ସେହି ଲୋକଟି ସାହାର୍ଯ୍ୟ କଲା  ତାପରେ ମାଙ୍କଡର ଧିରେ ଧିରେ ଲୋକଟି ପ୍ରତି ବିଶ୍ୱାସ ଆସିଲା ।