Advertisement
Article Detail0/zeeodisha/odisha661857
Zee OdishaOther Newsକୋରୋନା ସମୟରେ କାଶ୍ମୀରଙ୍କ ପାଇଁ ଆସିଲା ନୂଆ ନିୟମ

କୋରୋନା ସମୟରେ କାଶ୍ମୀରଙ୍କ ପାଇଁ ଆସିଲା ନୂଆ ନିୟମ

ଏଣୀକି ୧୫ ବର୍ଷ ରହିଲେ ସ୍ଥାୟୀ ବାସିନ୍ଦା...

କୋରୋନା ସମୟରେ କାଶ୍ମୀରଙ୍କ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: କୋରୋନା ପାଇଁ ଦେଶରେ ଏବେ ହାହାକାର ପରିସ୍ଥିତି। ତମାମ ଦେଶ ବର୍ତ୍ତମାନ ଏକ ହୋଇ କୋରୋନା ବିପକ୍ଷରେ ଲଢେଇ ଜାରି ରଖିଛି। ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀର ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି। ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ଏହି ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଜଣେ ବ୍ୟକ୍ତି ଜମ୍ମୁ କାଶ୍ମୀରରେ ୧୫  ବର୍ଷ ରହିଲେ ସେଠାରେ ସେ ସ୍ଥାୟୀ ନାଗରିକ ହେବ ବୋଲି ଜଣାପଡ଼ିଛି। 

ଏପରିକି ସେ ସ୍ଥାୟୀ ନାଗରିକର ମାନ୍ୟତା ପାଇବା ପରେ ସେଠାରେ ସେ ସରକାରୀ ଚାକିରି ମଧ୍ୟ କରିପାରିବେ ବୋଲି କହିଛନ୍ତି। ଡୋମିକିଲ ଆଇନରେ ପରିବର୍ତ୍ତନ କରାଯାଇ ଏଭଳି ନୂଆ ଆଇନକୁ ପ୍ରସ୍ତୁତ କରାଯାଇଛି। ଏନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି କି, ଜମ୍ମୁ କାଶ୍ମୀର ପ୍ରସ୍ତୁତ ହେଉଥିବା ସମସ୍ତ ନିୟମ ଅନ୍ୟ ରାଜ୍ୟ ଆଇନ ତୁଳନାରେ ସର୍ବୋକ୍ତୃଷ୍ଟ ହେବ। ଏହି ଡୋମିକିଲ ଆଇନ ଅନୁସାରେ ସମସ୍ତ ସରକାରୀ ପଦ ପାଇଁ ନିଯୁକ୍ତି ଦିଆଯିବ। ଏହି ପଦରେ ନିଯୁକ୍ତ ହେବାକୁ ଥିବା ଆଶାୟୀଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ବେତନ ମଧ୍ୟ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

ଗୃହ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ସନ୍ଧ୍ୟାରେ ଅଧିସୂଚନା ଅନୁଯାୟୀ କୌଣସି ବ୍ୟକ୍ତି ଜମ୍ମୁ କାଶ୍ମୀରରେ ୧୫ ବର୍ଷ ଧରି ରହିଥାନ୍ତି। କିମ୍ବା ସେଠାରେ ମାଟ୍ରିକ, ଦ୍ୱାଦଶ ପରୀକ୍ଷା ଦେଇଥାନ୍ତି, ତେବେ ତାଙ୍କୁ ସେଠାରେ ସ୍ଥାୟୀ ବାସିନ୍ଦା ଭାବେ ପରିଗଣିତ ହେବେ। ସରକାରଙ୍କର ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅଧିକାରୀ, ଅଖିଳ ଭାରତୀୟ ସେବା, ସାର୍ବଜନିନ ଅଞ୍ଚଳର ଅଧିକାରୀ, କେନ୍ଦ୍ରୀୟ ବିଶ୍ୱବିଦ୍ୱାଳୟର ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ଗୁଡ଼ିକର ଅଧିକାରୀମାନେ ଯଦି ୧୦ ବର୍ଷ ଧରି ଜମ୍ମୁକାଶ୍ମୀରରେ ସେବା ଯୋଗାଇ ଆସୁଛନ୍ତି, ସେମାନଙ୍କ ପିଲାମାନେ ମଧ୍ୟ ସେଠାକାର ସ୍ଥାୟୀ ବାସିନ୍ଦା ଭାବେ ମଧ୍ୟ ପରିଗଣିତ ହେବେ ବୋଲି ସରକାର ସୂଚନା ଦେଇଛନ୍ତି। 

Add Zee News as a Preferred Source

 

 

About the Author