close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଖି ବୁଜିଲା ଆଉ ଏକ ଗଜରାଜ

କେନ୍ଦୁଝରର ଉପରିସୁମଠରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଯାଇଛି  ।  ଗତ ୧୦ ଦିନ ଧରି ହାତୀରେ ଅସୁସ୍ଥ ହୋଇ ପଡ଼ି ରହିଥିଲା । ହାତୀଟି କେଉଁ ରୋଗରେ ପୀଡ଼ିତ ଥିଲା, ତାହା ଡାକ୍ତରମାନେ ଶତଚେଷ୍ଟା ପରେ ବି ଚିହ୍ନଟ କରି ପାରିନଥିଲେ ।  ବାରମ୍ବାର ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲେ । କିନ୍ତୁ ରୋଗ ଚିହ୍ନଟ ହୋଇ ପାରିନଥିଲା । ହାତୀଟି ହାରପିସ୍ ଭାଇସର ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରା ଯାଉଥିଲା । 

ଆଖି ବୁଜିଲା ଆଉ ଏକ ଗଜରାଜ

ଅଭୟ ମହାନ୍ତି, କେନ୍ଦୁଝର: କେନ୍ଦୁଝରର ଉପରିସୁମଠରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଯାଇଛି  ।  ଗତ ୧୦ ଦିନ ଧରି ହାତୀରେ ଅସୁସ୍ଥ ହୋଇ ପଡ଼ି ରହିଥିଲା । ହାତୀଟି କେଉଁ ରୋଗରେ ପୀଡ଼ିତ ଥିଲା, ତାହା ଡାକ୍ତରମାନେ ଶତଚେଷ୍ଟା ପରେ ବି ଚିହ୍ନଟ କରି ପାରିନଥିଲେ ।  ବାରମ୍ବାର ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲେ । କିନ୍ତୁ ରୋଗ ଚିହ୍ନଟ ହୋଇ ପାରିନଥିଲା । ହାତୀଟି ହାରପିସ୍ ଭାଇସର ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରା ଯାଉଥିଲା । 

୧୦ ଦିନ ତଳେ ୫ଟିକିଆ ଏକ ହାତୀପଲ ସ୍ଥାନୀୟ ଅଞ୍ଚଳରେ ଧାନ ଫସଲ ଖାଇବାକୁ ପଶିଥିଲେ ।  କିନ୍ତୁ ଗୋଟିଏ ମାଈ ହାତୀ ଅଞ୍ଚଳରେ ରହି ଯାଇଥିଲା । ହାତୀଟି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଏକ ଫ୍ଲାଇଂ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ୱାସ୍ଥ୍ୟବସ୍ଥା ପରଖିଥିଲା । ହାତୀଟିର ଦେହରେ କୌଣସି ଖଣ୍ଡିଆ ଚିହ୍ନ ନଥିବାବେଳେ ସେ ହରପିସ୍ ଭାଇରସରେ ସଂକ୍ରମିତ ଥିବା ବନ ବିଭାଗ ସନ୍ଦେହ କରିଥିଲା । ଯାହା ପାଇଁ ପଶୁ ଡାକ୍ତରଙ୍କ ଏକ ଟିମ୍ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପରଖିଥିଲେ । ତାକୁ ବିଭିନ୍ନ ଇଞ୍ଜେକସନ୍ ଏବଂ ସାଲାଇନ୍ ଦିଆଯାଉଥିଲା । କିଛି ଦିନ ତଳେ ସକାଳୁ ହାତୀଟି ଖାଦ୍ୟ ଭାବେ କଦଳୀ ମଞ୍ଜା ଗ୍ରହଣ କରିଥିବା ବନବିଭାଗ ଅଧିକାରୀ କହିଥିଲେ । ଏମିତିକି ତା'ର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ମଧ୍ୟ ପରିଲକ୍ଷିତ ହୋଇଥିଲା । ହାତୀଟିର ରକ୍ତ ନମୁନା ନନ୍ଦନକାନନକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ଶିମିଳିପାଳରୁ ଗୋଟିଏ ଡାକ୍ତରୀ ଟିମ୍ ଆସି ଚିକିତ୍ସା ଜାରି ରଖିଥିଲେ । ହାତୀର ଶରୀରରେ କୌଣସି ହରପିସ୍ ଭୂତାଣୁ ଚିହ୍ନଟ ହୋଇନଥିଲା । ଗାଁ ଲୋକମାନେ ଓ ଡାକ୍ତରୀ ଦଳ ହାତୀ ପାଖରେ ରହିବା ସହ ପ୍ରତି ମୂହୁର୍ତ୍ତରେ ତା'ର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖୁଥିଲେ । ଆରସିସିଏଫ୍ ଓ ଡିଏଫଓ ମଧ୍ୟ ଘଟଣାସ୍ଥଳକୁ ଆସି ହାତୀର ସ୍ୱାସ୍ଥ୍ୟବସ୍ଥା ଦେଖିଯାଇଥିଲା ।

ଦିନକୁ ଦିନ ହାତୀଟିର ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ିଥିବା ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ ଫେରି ଯାଇଥିଲେ । ପରେ କେନ୍ଦୁଝରର ସ୍ଥାନୀୟ ଡାକ୍ତରୀ ଦଳ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖି ଆସୁଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ମଧ୍ୟ ହାତୀଟିର ରକ୍ତ ପରୀକ୍ଷା ରିପୋର୍ଟ ଆସିପାରି ନଥିଲା । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା । ଆଉ ଆଜି ଶେଷରେ ଦୀର୍ଘ ଦିନର ସଂଘର୍ଷ ପରେ ହାତୀଟି ଆଖି ବୁଜିଛି ।