ରବିବାର ରାତିରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସୋମବାର ସକାଳୁ ପୁଣିଥରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି ।
Trending Photos
)
ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ । ରବିବାର ରାତିରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସୋମବାର ସକାଳୁ ପୁଣିଥରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି ।
ପୋଲିସର ସୂଚନା ମୁତାବକ, ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀର କାଜିଗୁଣ୍ଡ ଅଞ୍ଚଳରେ ପେଟ୍ରୋଲିଂ ଗାଡ଼ି ଉପରକୁ ଆଖିବୁଜା ଗୁଳି ଚାଳାଇଥିଲେ । ଆଉ ଏହାର ପାଲଟା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରବିବାର ରାତିରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିଲେ । ପୁରା ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ରବିବାରରେ ନିପାତ ହୋଇଥିବା ୪ ଆତଙ୍କବାଦୀଙ୍କୁ ମିଶାଇ ଏପ୍ରିଲ ମାସରେ ୨୬ ଆତଙ୍କବାଦୀ ନିପାତ ହେଲେଣି ।