• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ ଧର୍ମେନ୍ଦ୍ର
  • IPL 2020: ଆଜି ଆଇପିଏଲରେ CSK ଓ MI ମ୍ୟାଚ
  • ବଙ୍ଗୋପସାଗରରେ ପାରାଦୀପ ଠାରୁ ୯୦ କିମି ଦୂରରେ ବଡ଼ ଅବପାତ, ୪ ଜିଲ୍ଲାରୁ ରେଡ ଆର୍ଲଟ
  • ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହେବ ଅବପାତ ।
  • ଦକ୍ଷିଣ ମୁମ୍ୱାଇସ୍ଥିତ ସିଟିସେଣ୍ଟର ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ...

ମହାରାଷ୍ଟ୍ରରେ ପୁଣି ଜଣେ ସାଧୁଙ୍କୁ ହତ୍ୟା, ଘଟଣାର ଯାଞ୍ଚ କରୁଛି ପୋଲିସ

ମହାରାଷ୍ଟ୍ରର ନାନ୍ଦେଡରେ ଜଣେ ସାଧୁଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି |  

ମହାରାଷ୍ଟ୍ରରେ ପୁଣି ଜଣେ ସାଧୁଙ୍କୁ ହତ୍ୟା, ଘଟଣାର ଯାଞ୍ଚ କରୁଛି ପୋଲିସ

ମୁମ୍ବାଇ: ମହାରାଷ୍ଟ୍ରର ପାଳଘର ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ପୁଣି ଥରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ରାଜ୍ୟର ନାନ୍ଦେଡରେ | ଏଠାରେ ଜଣେ ସାଧୁଙ୍କ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି |  ଏଠାରେ ସାଧୁସନ୍ଥଙ୍କୁ ଟାର୍ଗେଟ କରିବା ଘଟଣା ବନ୍ଦ ହେବାର ନାଁ ଧରୁନାହିଁ | ଯାହାକୁ ନେଇ ଭୟର ବାତାବରଣ ଖେଳିଯାଇଛି |      

ଶନିବାର ରାତିରେ ନାନ୍ଦେଡର ଉମରୀ ତହସିଲ ନାଗାଠାନାରେ ବାଳ ବ୍ରହ୍ମଚାରୀ ଶିବାଚାର୍ଯ୍ୟଙ୍କ ହତ୍ୟା କରାଯାଇଛି | ଘଟଣାସ୍ଥଳରୁ ସାଧୁଙ୍କ ସମେତ ଭଗବାନ ସିନ୍ଦେ ନାମକ ଜଣେ ବ୍ୟକ୍ତିଙ୍କ ଶବ ମିଳିଛି | ଉଭୟଙ୍କ  ମୃତଦେହ ବାଥରୁମ ନିକଟରୁ ମିଳିଛି | ସେମାନଙ୍କୁ ଗଳାକାଟି ହତ୍ୟା କରାଯାଇଛି | ଏ ଘଟଣା ପରେ ହତ୍ୟାକାରୀ ସେମାନଙ୍କ ଗାଡି ନେଇ ଫେରାର ହେବାକୁ ଯୋଜନା କରିଥିଲେ | ମାତ୍ର ଏହା ସଫଳ ହୋଇନଥିଲା | ଏହି ହତ୍ୟାକାଣ୍ଡ ପଛରେ ଲୁଟପାଟ କରିବା ଘଟଣା ଥିବା କୁହାଯାଇଛି | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏହାର ତଦନ୍ତ କରୁଛି |  

ଗତ ଏପ୍ରିଲରେ ମହାରାଷ୍ଟ୍ରର ପାଳଘର ସ୍ଥିତ ଗଡଚିଞ୍ଚଲେ ଗାଁରେ ଦୁଇ ଜଣ ସାଧୁ ଭିଡ ହତ୍ୟାର ଶିକାର ହୋଇଥିଲେ | ଏହି ମବ ଲିଚିଂ ଘଟଣାରେ ଜଡିତ ଥିବା ଅଭିଯୋଗରେ ୧୦୧ ଲୋକଙ୍କୁ ଗିରଫ କରାଯାଇ ସାରିଛି | ଲକ ଡାଉନ ବେଳେ ହତ୍ୟାର ଶିକାର ହୋଇଥିବା ସାଧୁ ନିଜ ଗୁରୁଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବାକୁ ଗୁଜୁରାଟ ଯାଉଥିଲେ | ଏ ଘଟଣା ବେଳେ ପୋଲିସ ମୁକଦର୍ଶକ ସାଜିବା ନେଇ ଚର୍ଚ୍ଚା ହୋଇଥିଲା |