)
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ଜମିଆ ନଗରରେ ଗତ ବର୍ଷ ଡିସେମ୍ବରରେ ହୋଇଥିବା ଦଙ୍ଗାରେ ଜଡିତ ଅଭିଯୋଗରେ ଜାମିଆ ମିଲିୟା ଇସଲାମିଆ ବିଶ୍ୱ ବିଦ୍ୟାଳୟର ଛାତ୍ର ଆସିଫ ଇକବାଲ ତଁହାକୁ ଗିରଫ କରିଛି ପୋଲିସ | ଗିରଫ ଅଭିଯୁକ୍ତ ଷ୍ଟୁଡେଣ୍ଟ ଇସଲାମିକ ଅର୍ଗାନାଇଜେସନ ଏବଂ ଜମିଆ କୋର୍ଡିନେସନ କମିଟିର ସଦସ୍ୟ |
ଗିରଫ ହୋଇଥିବା ଆସିଫ ଉମର ଖାଲିଦ, ଶର୍ଜିଲ ଇମାମ, ମୀରନ ହୈଦର ଏବଂ ଶଫୁରା ଜରଗର ଖୁବ ନିକଟତର | ସିଏଏକୁ ବିରୋଧ କରି ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ଗିରଫ ଜାମିଆ ଛାତ୍ରର ସକ୍ରିୟ ଭୂମିକା ରହିଥିଲା |
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସଫୁରା, ମୀରନ ହୈଦରକୁ 124A/UAPA ଆଧାରରେ ଗିରଫ କରିଛି | ଶର୍ଜିଲ ଇମାମ ବିରୁଦ୍ଧରେ ଦେଶଦ୍ରୋହ ଧାରା ଆଧାରରେ ଗିରଫ କରାଯାଇଥିବା ବେଳେ, ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛି |
ଏହା ବ୍ୟତୀତ ନୂଆଦିଲ୍ଲୀର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ (ଜେଏନୟୁ) ଦେଶ ବିରୋଧି ନାରା ଲଗାଇବା ଏବଂ ଆତଙ୍କବାଦୀ ଅଫଜଲ ଗୁରୁ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରି ବିବାଦୀୟ ହୋଇ ପଡିଥିବା ଉମରଲ ଖାଲିଦ ବିରୁଦ୍ଧରେ ରାଜଦ୍ରୋହ ଧାରା ଆଧାରରେ ମାମଲା ରୁଜ୍ଜୁ କରିବା ସହ ଚାର୍ଜସିଟ ଦାଖଲ କରିସାରିଛି | ସେ ଦିଲ୍ଲୀ ଦଙ୍ଗାରେ ଜଡିତ ରହିଛି | ଏ ମାମଲାରେ ପୋଲିସ ତାକୁ ପଚରାଉଚୁରା କରିନାହିଁ | UAPA ଆଧାରରେ ରୁଜ୍ଜୁ ହୋଇଥିବା ମାମଲାରେ ଖାଲିଦକୁ ଜେରା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ |