ଭିକ ମାଗୁଥିବା ପିଲାଙ୍କୁ ନେଇ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଖୁଆଇଲେ ଅନୁପମ
ଅନୁପମ୍ ଖେର ମୁମ୍ବାଇରେ ଭିକ ମାଗୁଥିବା କିଛି ଛୁଆଙ୍କୁ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ନେଇ ଖାଇବାକୁ ଦେଇଛନ୍ତି ।
Trending Photos

ମୁମ୍ବାଇ: ଅଭିନେତା ଅନୁପମ ଖେରଙ୍କ କାମ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ଅନୁପମ୍ ଖେର ମୁମ୍ବାଇରେ ଭିକ ମାଗୁଥିବା କିଛି ଛୁଆଙ୍କୁ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ନେଇ ଖାଇବାକୁ ଦେଇଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଭିଡିଓରେ ଅନୁପମ୍ଙ୍କ କାରରୁ ଓହ୍ଲାଇ ଖୁବ୍ ଖୁସିରେ ହୋଟେଲ ଭିତରକୁ ଯିବାର ଦେଖାଯାଇଛି ।
ଫଟୋ ଓ ଭିଡିଓ ପୋଷ୍ଟ କରି ଅନୁପମ୍ , ମୋ ସହିତ ମର୍ଣ୍ଣିଂ ୱାକ୍ କରୁଥିବା ସାଙ୍ଗମାନଙ୍କୁ ଆଜି ଏକ ହୋଟେଲକୁ ନେଇଥିଲି। ସେଠାରେ ଆମେ ସମସ୍ତେ ଖାଇଥିଲୁ, ହସମଜାକ କରିଥିଲୁ, ଗୀତ ଗାଇ ଏକାଠି ଏକ ସମୟ ବିତାଇ ଥିଲୁ ବୋଲି ଲେଖି ପୋଷ୍ଟ କରିଥିଲେ ।
More Stories
Comments - Join the Discussion