ପୋଲିସ କର୍ମୀଙ୍କ ସହ ଖାଇଲେ ମନ୍ତ୍ରୀ
Advertisement

ପୋଲିସ କର୍ମୀଙ୍କ ସହ ଖାଇଲେ ମନ୍ତ୍ରୀ

ମାନବିକତା ଦେଖାଇଲେ ମନ୍ତ୍ରୀ

ପୋଲିସ କର୍ମୀଙ୍କ ସହ ଖାଇଲେ ମନ୍ତ୍ରୀ

ବିଶାଖାପାଟଣା: କୋରୋନାକୁ ନେଇ ବର୍ତ୍ତମାନ ଦେଶରେ ଲକଡାଉନ ପରିସ୍ଥିତି ଜାରି ରହିଛି । ଏହାରି ମଧ୍ୟରେ ଅନେକ ସହାୟତାର ହାତ ବଢାଇଛନ୍ତି । ତେବେ ଲୋକମାନଙ୍କ ସୁରକ୍ଷା ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି । ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଅହରହ ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି । ଏହାରି ମଧ୍ୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଆନ୍ଧ୍ରପ୍ରଦେଶର ମଛଲିପଟନମ ଅଞ୍ଚଳରେ ।  

ଘଟଣାଟି ଏହିପରି । ଆନ୍ଧ୍ରପ୍ରଦେଶର ପରିବହନ ମନ୍ତ୍ରୀ ପେର୍ନି ଭେଙ୍କଟରେମୟା ସ୍ଥିତି ଅନୁଧ୍ୟାନ ପାଇଁ ନିକଟସ୍ଥ ମଛଲିପଟନମ ସହରକୁ ଯାଇଥିଲେ । ଯାହାକୁ ରାଜ୍ୟ ସରକାର କୋରୋନା ହଟସ୍ପଟ ବା କୋରୋନା ରେଡ଼ ଜୋନ ଭାବେ ଘୋଷଣା କରିଥିଲେ । ସେଠାରେ ମନ୍ତ୍ରୀ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।  

ଏହା ସହିତ ଲୋମାନଙ୍କ ସମସ୍ୟାକୁ ଦୁର କରିବା ପାଇଁ ସରକାର ଅହୋରାତ୍ର କାର୍ଯ୍ୟ କରୁଛନ୍ତି । ଏହା ସହିତ ଲୋକମାନଙ୍କୁ ସତର୍କତା ସମ୍ପର୍କରେ ବୁଝାଇଥିଲେ । ଏପରିକି ଏହି ସଂକଟରୁ ମୁକୁଳିବା ପାଇଁ କିଛି ଦିନ ଧୈର୍ଯ୍ୟର ସହ ଘରେ ବନ୍ଦି ଭାବରେ ରହିବାକୁ ସେ କହିଥିଲେ । ତେବେ ସେଠାରୁ ଫେରିବା ସମୟରେ ମନ୍ତ୍ରୀ ପୋଲିସମାନେ ନିୟୋଜିତ ଥିବା ଚେକପୋଷ୍ଟକୁ ମଧ୍ୟ ଯାଇଥିଲେ ।  

ଯେହେତୁ ତାହା ମଧ୍ୟାହ୍ନ ସମୟ ହୋଇ ଯାଇଥିଲା, ଫଳରେ ମନ୍ତ୍ରୀ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ମନ୍ତ୍ରୀ ସେଠାରେ ପଡ଼ିଥିବା ଏକ କାଠ ବେଞ୍ଚ ଉପରେ ବସି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ସେ ପୋଲିସ କର୍ମୀଙ୍କୁ ଜାଗ୍ରତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।