• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ପୋଲିସ କର୍ମୀଙ୍କ ସହ ଖାଇଲେ ମନ୍ତ୍ରୀ

ପୋଲିସ କର୍ମୀଙ୍କ ସହ ଖାଇଲେ ମନ୍ତ୍ରୀ

ମାନବିକତା ଦେଖାଇଲେ ମନ୍ତ୍ରୀ

Edited ByZee Odisha Desk
Published: Apr 08, 2020, 07:04 PM IST|Updated: Apr 08, 2020, 07:04 PM IST
joinshare
ପୋଲିସ କର୍ମୀଙ୍କ ସହ ଖାଇଲେ ମନ୍ତ୍ରୀ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Puri Crime: ବାଇକ୍ ଧକ୍କାକୁ ନେଇ ମାରପିଟ୍, ପରେ ଫ୍ୟାକ୍ଟ୍ରି ମାଲିକଙ୍କୁ....

    Puri Crime: ବାଇକ୍ ଧକ୍କାକୁ ନେଇ ମାରପିଟ୍, ପରେ ଫ୍ୟାକ୍ଟ୍ରି ମାଲିକଙ୍କୁ....

    2

    ଜେଲ୍‌ରେ ଇମ୍ରାନ୍ ଖାନ୍, ଏପଟେ ଆରବପତିଙ୍କ ହାତ ଧରିଲେ ପୂର୍ବତନ ପତ୍ନୀ ଜେମିମା!

    3

    Rain Alert: ୧୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା!ବିଜୁଳି ଘଡ଼ଘଡ଼ି ସହ ୪୦ କିମି ବେ

    4

    ୬ ବର୍ଷ ପରେ ଖୋଲିଲା ଦିଶା ସାଲିଆନ ମୃତ୍ୟୁ ମାମଲାର ଫାଇଲ୍, CBI ରୁଜୁ କଲା FIR

    5

    Odisha News: ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି:ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ର

    ବିଶାଖାପାଟଣା: କୋରୋନାକୁ ନେଇ ବର୍ତ୍ତମାନ ଦେଶରେ ଲକଡାଉନ ପରିସ୍ଥିତି ଜାରି ରହିଛି । ଏହାରି ମଧ୍ୟରେ ଅନେକ ସହାୟତାର ହାତ ବଢାଇଛନ୍ତି । ତେବେ ଲୋକମାନଙ୍କ ସୁରକ୍ଷା ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି । ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଅହରହ ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି । ଏହାରି ମଧ୍ୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଆନ୍ଧ୍ରପ୍ରଦେଶର ମଛଲିପଟନମ ଅଞ୍ଚଳରେ ।  

    ଘଟଣାଟି ଏହିପରି । ଆନ୍ଧ୍ରପ୍ରଦେଶର ପରିବହନ ମନ୍ତ୍ରୀ ପେର୍ନି ଭେଙ୍କଟରେମୟା ସ୍ଥିତି ଅନୁଧ୍ୟାନ ପାଇଁ ନିକଟସ୍ଥ ମଛଲିପଟନମ ସହରକୁ ଯାଇଥିଲେ । ଯାହାକୁ ରାଜ୍ୟ ସରକାର କୋରୋନା ହଟସ୍ପଟ ବା କୋରୋନା ରେଡ଼ ଜୋନ ଭାବେ ଘୋଷଣା କରିଥିଲେ । ସେଠାରେ ମନ୍ତ୍ରୀ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।  

    ଏହା ସହିତ ଲୋମାନଙ୍କ ସମସ୍ୟାକୁ ଦୁର କରିବା ପାଇଁ ସରକାର ଅହୋରାତ୍ର କାର୍ଯ୍ୟ କରୁଛନ୍ତି । ଏହା ସହିତ ଲୋକମାନଙ୍କୁ ସତର୍କତା ସମ୍ପର୍କରେ ବୁଝାଇଥିଲେ । ଏପରିକି ଏହି ସଂକଟରୁ ମୁକୁଳିବା ପାଇଁ କିଛି ଦିନ ଧୈର୍ଯ୍ୟର ସହ ଘରେ ବନ୍ଦି ଭାବରେ ରହିବାକୁ ସେ କହିଥିଲେ । ତେବେ ସେଠାରୁ ଫେରିବା ସମୟରେ ମନ୍ତ୍ରୀ ପୋଲିସମାନେ ନିୟୋଜିତ ଥିବା ଚେକପୋଷ୍ଟକୁ ମଧ୍ୟ ଯାଇଥିଲେ ।  

    ଯେହେତୁ ତାହା ମଧ୍ୟାହ୍ନ ସମୟ ହୋଇ ଯାଇଥିଲା, ଫଳରେ ମନ୍ତ୍ରୀ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ମନ୍ତ୍ରୀ ସେଠାରେ ପଡ଼ିଥିବା ଏକ କାଠ ବେଞ୍ଚ ଉପରେ ବସି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ସେ ପୋଲିସ କର୍ମୀଙ୍କୁ ଜାଗ୍ରତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

    Add Zee News as a Preferred Source
    TAGS:
    Andhra Pradesh
    Coronavirus