• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ଡିସେମ୍ୱର ୨ରେ Appleର ସ୍ପେଶାଲ ଇଭେଣ୍ଟ, ଜାଣନ୍ତୁ କଣ ହେବ ଲଞ୍ଚ

କମ୍ପାନୀ ମିଡିଆକୁ ଆମନ୍ତ୍ରଣ ମଧ୍ୟ କରି ସାରିଛି । ଏହା ଏକ ପ୍ରକାରର ସରପ୍ରାଇଜ ଇଭେଣ୍ଚ ହେବ । କାରଣ ଏହାପୂର୍ବରୁ ଏପରି କୌଣସି ରିପୋର୍ଟ ଆସି ନଥିଲା । 9t05macର ଏକ ରିପୋର୍ଟ ମୁତାବକ ଆପଲ ଦ୍ୱାରା ପଠାଯାଇଥିବା ମିଡିଆ ଆମନ୍ତ୍ରଣରେ Loved by Million. Created by the Best' ଲେଖା ହୋଇଛି ।

ଡିସେମ୍ୱର ୨ରେ Appleର ସ୍ପେଶାଲ ଇଭେଣ୍ଟ, ଜାଣନ୍ତୁ କଣ ହେବ ଲଞ୍ଚ

ନୂଆଦିଲ୍ଲୀ: ଆମେରିକାର ଟେକ କମ୍ପାନୀ Apple ନିକଟ ଅତୀତରେ ୧୬ ଇଞ୍ଚର MacBook Pro ଲଞ୍ଚ କରିଥିଲା । ଏବେ କମ୍ପାନୀ ଘୋଷଣା କରିଛି ଯେ ଡିସେମ୍ୱର ୨ରେ ନୂଆବର୍ଷ ଅବସରରେ ସ୍ପେଶାଲ ଇଭେଣ୍ଟ ଆୟୋଜିତ କରାଯିବ । ଏହି ଇଭେଣ୍ଟ ଗେମିଂ ଓ ଆପ୍ସକୁ ନେଇ କରାଯିବ ବୋଲି ରିପୋର୍ଟସରୁ ଜଣା ପଡିଛି । ଆପଲ କମ୍ପାନୀ ଏବେ TV+ ଓ Apple Acrede ଗେମିଂ ପ୍ଲେଲଫର୍ମ  ଆଣି ସାରିଛି । କମ୍ପାନୀ ଇକୋସିଷ୍ଟମର ବିସ୍ତାରକୁ ନେଇ ଲଗାତର ଡେଭେଲପର୍ସଙ୍କ ସହ ମିଶି କାମ କରୁଛନ୍ତି । ତେଣୁ ଏହି ଇଭେଣ୍ଟ ମହତ୍ୱପୂର୍ଣ୍ଣ ହୋଇପାରେ ।

କମ୍ପାନୀ ମିଡିଆକୁ ଆମନ୍ତ୍ରଣ ମଧ୍ୟ କରି ସାରିଛି । ଏହା ଏକ ପ୍ରକାରର ସରପ୍ରାଇଜ ଇଭେଣ୍ଚ ହେବ । କାରଣ ଏହାପୂର୍ବରୁ ଏପରି କୌଣସି ରିପୋର୍ଟ ଆସି ନଥିଲା । 9t05macର ଏକ ରିପୋର୍ଟ ମୁତାବକ ଆପଲ ଦ୍ୱାରା ପଠାଯାଇଥିବା ମିଡିଆ ଆମନ୍ତ୍ରଣରେ Loved by Million. Created by the Best' ଲେଖା ହୋଇଛି । ବର୍ତ୍ତମାନ ଯାଏ ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ ଏହି ଇଭେଣ୍ଟର ଲାଇଭ ଷ୍ଟ୍ରିମିଙ୍ଗ ହେବ କି ନାହିଁ । କାରଣ ସାଧାରଣତ ଆପଲର ସ୍ପେଶାଲ ଇଭେଣ୍ଟ ପେଜରେ ଏହାର ଲିଙ୍କ ଦେଖା ଯାଇଥାଏ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଦେଖା ଯାଇନାହି ।   

ଆପଲ ପ୍ରଥମ ଥର ଏପରି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି, ଯାହା କେବଳ ଗେମିଂ ଓ ଆପ ଉପରେ କେନ୍ଦ୍ରିତ ହେବ । ଏହାପୂର୍ବରୁ କମ୍ପାନୀ  AirPods Pro ଓ 16 ଇଞ୍ଚ MacBook Pro ପାଇଁ କୌଣସି ଇଭେଣ୍ଟ ଆୟୋଜନ କରି ନଥିଲା । କମ୍ପାନୀ ଏହି ସ୍ପେଶାଲ ଇଭେଣ୍ଟରେ ଗେମିଂକୁ ନେଇ ବଡ଼ ଘୋଷଣା କରି ପାରେ । Apple Acrade କମ୍ପାନୀର ଏକ ଗେମିଂ ସର୍ଭିସ, ଯାହାକୁ ଆପଣ ଆପଲ ଷ୍ଟୋରରୁ ଡାଉଲୋଡ କରି ପାରିବେ । ଏହା ମାଧ୍ୟମରେ ଆପଣ ଆପଲର ଡିଭାଇସରେ ଖେଳି ପାରିବେ ଓ ଏହା ଏକ ପ୍ରକାରର ସବକ୍ରିପ୍ଶନ ସର୍ଭିସ ।