ନକ୍ସାରୁ ଲିଭିଯିବ ମୁମ୍ବାଇ-ଭୁବନେଶ୍ୱର !
Advertisement

ନକ୍ସାରୁ ଲିଭିଯିବ ମୁମ୍ବାଇ-ଭୁବନେଶ୍ୱର !

ଏହା କୌଣସି ଭାଇରାଲ୍ ଖବର ନୁହେଁ, ବରଂ ଏମିତି ଏକ ସତ, ଯାହାକୁ ମୁହଁ ମୋଡ଼ିବା ସମସ୍ତଙ୍କ ପାଇଁ ଭାରି ପଡ଼ିବ । ବିକାଶର ଚକାଚକ ମଧ୍ୟରେ ପ୍ରକୃତିକୁ ଅଣଦେଖା । ସେହି ଭୟଙ୍କର ତାଣ୍ଡବକୁ ଡାକିପାରେ ।

Mumbai Sea Beach

ବିଭୂତି ଭୂଷଣ ଦାସ, ନୂଆଦିଲ୍ଲୀ: ଏହା କୌଣସି ଭାଇରାଲ୍ ଖବର ନୁହେଁ, ବରଂ ଏମିତି ଏକ ସତ, ଯାହାକୁ ମୁହଁ ମୋଡ଼ିବା ସମସ୍ତଙ୍କ ପାଇଁ ଭାରି ପଡ଼ିବ । ବିକାଶର ଚକାଚକ ମଧ୍ୟରେ ପ୍ରକୃତିକୁ ଅଣଦେଖା । ସେହି ଭୟଙ୍କର ତାଣ୍ଡବକୁ ଡାକିପାରେ ।

ହୋଇପାରେ, ଆପଣଙ୍କୁ ଏ ଖବର ଉପରେ ଭରସା ହେଉଥାଇ ନ ପାରେ, କିନ୍ତୁ ରିପୋର୍ଟକୁ ଯଦି ମାନିବା । ବିଶ୍ୱର ପ୍ରାୟ ୩୦ କୋଟି ଜନସଂଖ୍ୟା ମୃତ୍ୟୁର ସେହି ପାହାଚରେ ଛିଡ଼ା ହୋଇଛନ୍ତି ।. ସବୁଠାରୁ ଅଧିକ ବିପଦ ଭାରତର ବଡ଼ ସହର କୋଲକାତା, ମୁମ୍ବାଇ ସହ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଅଛି । ୩୦ବର୍ଷ ପରେ ଅର୍ଥାତ ୨୦୫୦ ବେଳକୁ ଦେଶର ଅନେକ ଉପକୂଳବର୍ତ୍ତୀ ସହର ଓ ଗାଁ ସମୁଦ୍ରରେ ବିଲୀନ ହୋଇଯିବାର ବିପଦ ମୁଣ୍ଡ ଉପରେ ଘୁରି ବୁଲୁଛି ।

ଆଶଙ୍କା କରାଯାଉଛି ଯେ, ୩୦ବର୍ଷ ପରେ ସାରା ଦୁନିଆକୁ ଏମିତି ଏକ ଭୟାବହ ପ୍ରାକୃତିକ ବିପତ୍ତି ମାଡ଼ିଆସିବ, ଯେଉଁଥିରେ ଅନେକ ସହରର ନାଁ ନକ୍ସାରୁ ଲିଭିଯିବ । ଆଉ ସେ ବିପତ୍ତିର ପଦଧ୍ୱନୀ ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ହୋଇଥିବା ବନ୍ୟା ଓ ତାଣ୍ଡବ ରୂପରେ ପ୍ରକୃତି ଦେଖାଇ ଯାଇସାରିଛି । ଲଗାତର ଭାବେ ବଦଳି ଚାଲିଛି ପାଣିପାଗ । କେବେ ବର୍ଷା ଦିନେ ବର୍ଷା ହେଉନି ତ କେବେ ଅଦିନିଆ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । 

ଆଗାମୀ ସମୟରେ ଭୟଙ୍କର ବର୍ଷା ଓ ବନ୍ୟା ଆହୁରି ଅଧିକ ତାଣ୍ଡବ ରଚିପାରେ । ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ଗ୍ଲେସିୟର୍ ଲଗାତାର ଭାବେ ତରଳିବାରେ ଲାଗିଛି । ଏହାର ଅର୍ଥ ହେଉଛି, କିଛି ବର୍ଷ ମଧ୍ୟରେ ସମୁଦ୍ରର ଜଳସ୍ତର ବଢ଼ିଯିବ । ଆଉ ତଟବର୍ତ୍ତୀ ଅଞ୍ଚଳ ପାଣିରେ ବୁଡ଼ିଯିବ ।

ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର କେଉଁଭଳି ଭାବେ ଆକ୍ରୋଶରେ ରହିଛି । ତାହାର ଖୁଲାସା ଆମେରିକୀୟ ସଂସ୍ଥା କ୍ଲାମେଟ୍ ସେଣ୍ଟରର ରିପୋର୍ଟରୁ ହୋଇଛି । ସେହି ରିପୋର୍ଟ ମୁତାବକ, ଏହି ଶତାବ୍ଦୀର ମଝି ସୁଦ୍ଧା ସମୁଦ୍ରର ଜଳସ୍ତର ତୀବ୍ରଗତିରେ ବଢ଼ିବ । ଆଉ ତାହାର ସର୍ବାଧିକ ପ୍ରଭାବ ଭାରତରେ ଦେଖିବାକୁ ମିଳିବ । ଆଶା କରାଯାଉଛି ଦେଶର ଅଧିକାଂଶ ସମୁଦ୍ର କୂଳବର୍ତ୍ତୀ ସହର ପାଣିରେ ବୁଡ଼ିଯିବ ।