ତ୍ୱଚାରେ ଚମକ ପାଇଁ ଆପଣାନ୍ତୁ ଏହି ଟିପ୍ସ
Trending Photos
ମୋନିକା ମହାନ୍ତି, ଭୁବନେଶ୍ୱର: ସାଧାରଣତଃ କର୍ମଜୀବୀ ମହିଳାମାନେ ନିଜପାଇଁ ସମୟ ଦେବା ସମ୍ଭବପର ହୋଇ ନ ଥାଏ । ତେଣୁ ସେମାନେ ନିଜର ଯତ୍ନ ନେଇପାରନ୍ତି ନାହିଁ । ଅଫିସ କାମ ଓ ଘର କାମ ମଧ୍ୟରେ ସେମାନେ ନିଜ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ । ତେବେ ଜଦି ଆପଣଙ୍କର ଏଭଳି ସମସ୍ୟା ଉପୁଜୁଛି । ଅଫିସ କାମ ଓ ଘର କାମ ମଧ୍ୟରେ ଆପଣ ଯଦି ନିଜ ଉପରେ ବିଶେଷ ଧ୍ୟାନ ଦେଇ ପାରୁନାହାଁନ୍ତି । ତେବେ ଏ ନେଇ କୌଣସି ଭୟଭିତ ବା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସବୁବେଳେ ପାର୍ଲରରେ ଘଣ୍ଟା ଘଣ୍ଟା ସମୟ ଦେବା ଦରକାର ନାହିଁ । ଘରୋଇ ଉପାୟରେ ନିଅନ୍ତୁ ନିଜ ତ୍ୱଚାର ଯତ୍ନ । ପାଇ ପାରିବେ ସୁନ୍ଦର ଓ କୋମଳ ତ୍ୱଚା । ତେବେ କିଭଳି କରିବେ ନିଜ ତ୍ୱଚାର ଯତ୍ନ ।
୧. ତ୍ୱଚାରେ ଚମକ ଆଣିବା ପାଇଁ ବେଶ ସହାୟକ ହୋଇଥାଏ ଟମାଟୋ , ଟମାଟୋରେ ସମସ୍ତ ଉପାଦାନ ଭରି ରହିଥାଏ । ତ୍ୱଚାରେ ଚମକ ପାଇଁ ଟମାଟୋର ରସକୁ ମୁହଁରେ ଲଗାନ୍ତୁ । ୧୫ ମିନିଟ ରଖି ପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଟମାଟୋ ମୁହଁର ଦାଗ କମାଇବା ସହ ତ୍ୱଚାକୁ କୋମଳ ଓ ଉଜ୍ଜଳ କରିବାରେ ସାହାଯ୍ୟ କରେ । ଦେଖିବେ ଏଭଳି ସପ୍ତାହେ କରି ଆପଣ ଏହାର ଫରକ ଜାଣିପାରିବେ ।
୨. ପୋଦିନା ପତ୍ର ଏବଂ ରଶ ଆମପାଇଁ ନିହାତି ଆବଶ୍ୟକ । ପ୍ରତିଦିନ କିଛି ପୋଦିନା ପତ୍ରର ରସ ବାହାର କରି ସେହି ରସକୁ ଫ୍ରିଜରେ ରଖି ମୁହଁରେ ଲଗାଇଲେ କିଛି ଦିନ ମଧ୍ୟରେ ତ୍ୱଚାରୁ କଳାଦାଗ ଦୂର ହୋଇ ତ୍ୱଚା କୋମଳ ଓ ସ୍ୱଚ୍ଚ ହୋଇଥାଏ । ଏବଂ ଏହାର ଫରକ ଆପଣ ପାଇପାରିବେ ।
୩. ନିତିଦିନିଆ ପରିବା ରୂପେ ବ୍ୟବହାର କରୁଥିବା ଆଳୁ ତ୍ୱଚା ପାଇଁ ବେଶ ଉପକାରୀ । ଗୋଟିଏ ଆଳୁକୁ କୋରି ମୁହଁରେ ଲଗାଇ ୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ଏହା ଅଳ୍ପ ସମୟ ମଧ୍ୟରେ ତ୍ୱଚାକୁ ଉଜ୍ଜଳ କରିବା ସହ ମୁହଁର ବ୍ରଣକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
୪. ଅମୃତଭଣ୍ଡା ତ୍ୱଚା ପାଇଁ ବେଶ ଉପକାରୀ । ଅଳ୍ପ ଅମୃତଭଣ୍ଡାରେ କିଛି ଗୋଲାପ ଜଳ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ନିୟମିତ ବ୍ୟବଧାନରେ ଏପରି କଲେ ଆପଣ ପରିବର୍ତ୍ତନ ଅନୁଭବ କରି ପାରିବେ । ଏଥି ସହିତ ଆପଣ ଯେତେ କ୍ଳାନ୍ତ ଓ ବ୍ୟସ୍ତ ଥିଲେ ମଧ୍ୟ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବରେ ସଫା କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ ।
୫. ମୁହଁରେ ନିୟମିତ କାକୁଡି ରସ ଲାଗାଇଲେ ମୁଁହରୁ କଳାଦାଗ ଦୂର ହୋଇଥାଏ । ଆଖିତଳ କଳାଦାଗ ଦୂର ହୋଇଥାଏ । କାକୁଡି ଆମ ଶରୀର ପ୍ରତି ବେଶ ଲାଭଦାୟକ ଅଟେ ।