ଫ୍ଲାଇଟରେ ଯିବା ସମୟରେ ଅସୁସ୍ଥ ଅନୁଭବ କରୁଛନ୍ତି କି
Trending Photos
ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ବହୁ ଲୋକ ଫ୍ଲାଇଟ୍ ରେ ଯିବା ସମୟରେ ଅସୁସ୍ଥ ଅନୁଭବ କରିଥାନ୍ତି । ଏହା ଅତି ସାଧାରଣ ଘଟଣା । କାରଣ କେତେକ ଲୋକଙ୍କୁ ମୋରାଲ୍ ସିକ୍ ନେସ୍ ହୋଇଥାଏ । କିନ୍ତୁ ଆପଣ ଏଥି ପାଇଁ ନିଜକୁ ରୋଗରେ ପକାଉଛନ୍ତି । କାରଣ ବୋଡିଂ ପୂର୍ବରୁ ଆପଣ ଏୟାରପୋର୍ଟରେ ମିଳୁଥିବା ଖାଦ୍ୟରୁ ଆପଣ କିଛି ବି ଖାଇ ଦେଇଥାଆନ୍ତି । ହେଲେ ଏସବୁରୁ ଦୂରେଇ ରୁହନ୍ତୁ, ଆଉ ସତର୍କ ରୁହନ୍ତୁ । ଆଜ୍ଞା ହଁ ଏୟାରପୋର୍ଟରେ କିଛି ଏପରି ଖାଇବା ରହିଛି ଯାହା ଆପଣଙ୍କୁ ରୋଗରେ ପକାଇପାରେ । ଚାଲନ୍ତୁ ଜାଣିବା ଏୟାରପୋର୍ଟରେ ମିଳୁଥିବା କେଉଁ ଖାଦ୍ୟ ଖାଇଲେ ଆପଣ ରୋଗରେ ପଡିବାର ସମ୍ଭାବନା ଅଧିକ ରହିଛି ।
୧. କଞ୍ଚା ଫଳ ଏବଂ କଞ୍ଚା ଖାଇବା ଆପଣ ଏୟାରପୋର୍ଟରେ ଖାଆନ୍ତୁନାହିଁ । ଏହା ପଢ଼ି ଆପଣ ସୁନିଶ୍ଚିତ ଆଶ୍ଚର୍ଯ୍ୟ ହେଇଥିବେ । କିନ୍ତୁ ଏହା ସତ୍ୟ, କାରଣ କଞ୍ଚା ଫଳ ଓ କଞ୍ଚା ପରିବାରେ ବହୁତ ବେକ୍ଟେରିଆ ରହିଥାନ୍ତି । ଯାହା ପ୍ଲେନରେ ବସିବା ଆଗରୁ ଖାଇଲେ ଆପଣଙ୍କୁ ରୋଗରେ ପକାଇପାରେ ।
୨. ପିଜ୍ଜା ମଧ୍ୟ ଏୟାରପୋର୍ଟରେ ଖାଆନ୍ତୁ ନାହିଁ । କାରଣ ଏୟାରପୋର୍ଟରେ ପିଜ୍ଜା ଦିନସାରା ରହିଥାଏ । ଯଦି ପିଜ୍ଜା ଭୁଲ୍ ଟେମ୍ପରେଚରରେ ରଖାଯାଇଥାଏ ତେବେ ତାହା ଦେହ ପାଇଁ ଖରାପ ହୋଇଥାଏ । ପେଟରେ କଷ୍ଟ ଅନୁଭବ କରିପାରନ୍ତି ।
୩. ଏହା ଭଲ କଥା କି ଆପଣ ସାଲାଟ୍ ଖାଇବାକୁ ଚାହୁଁଛନ୍ତି । କିନ୍ତୁ ଏୟାରପୋର୍ଟରେ ମିଳୁଥିବା ସାଲାଟ୍ ବିଲକୁଲ ଖାଆନ୍ତୁ ନାହିଁ । କାରଣ କଞ୍ଚାଫଳ ଏବଂ ପରିବା ଭଳି ଏଥିରେ ମଧ୍ୟ ବେକ୍ଟେରିଆ ରହିଥାଏ । ଆପଣଙ୍କ ପେଟରେ ଏହା କଷ୍ଟ ସୃଷ୍ଟିକରିବାର ବହୁ ସମ୍ଭାବନା ରହିଛି ।
୪. କ୍ୟାଣ୍ଡିଜ୍ ଏୟାରପୋର୍ଟରେ ଖାଇବା ଆପଣଙ୍କ ପାଇଁ ଟେମ୍ପାଟିଙ୍ଗ୍ ହୋଇପାରେ । କିନ୍ତୁ କଣ ଆପଣ ଯାଣିଛନ୍ତି, ବହୁତ କ୍ୟାଣ୍ଡି ଖାଇବା ଦ୍ୱାରା ଆପଣଙ୍କ ଦେହ ଖରାପ ହୋଇପାରେ । ଯାହା ଫ୍ଲାଇଟରେ ଆପଣଙ୍କ ପାଇଁ ହଇରାଣ ଜନକ ପରିସ୍ଥିତି ଉପୁଜାଇ ପାରେ ।
୫. ଏୟାରପୋର୍ଟରେ ମିଳୁଥିବା ବର୍ଗର ପୂରା ଭଲ ଭାବରେ ବନା ହୋଇନଥାଏ । ମାନେ ଠିକ୍ ଭାବେ ସିଝା ହୋଇନଥାଏ । ଏହା ଦ୍ୱାରା ଆପଣଙ୍କ ଶରୀରେ ରୋଗ ସୃଷ୍ଟି ହୋଇପାରେ ।
୬. ବର୍ଗର ଭଳି ସ୍ୟାଣ୍ଡଉଇଚ୍ ମଧ୍ୟ ଦେହ ପାଇଁ କ୍ଷତିକାରକ । ଏୟାରପୋର୍ଟରେ କେତେ ପ୍ରକାରର ସ୍ୟାଣ୍ଡଉଇଚ୍ ମିଳିଥାଏ । କିନ୍ତୁ ଏହା ଭଲ ହେବ ଆପଣ ଏହି ସବୁ ଖାଦ୍ୟକୁ ନଜର ଦିଅନ୍ତୁ ନାହିଁ । କାରଣ ଆପଣଙ୍କୁ ଜଣା ନାହିଁ ବୋଧେ ଏହି ବ୍ରେଡରେ କେତେ ପୁରୁଣା...ଆଉ କେତେ ଦିନ ହେବ ବନା ହୋଇ ରହିଛି । ଯାହା ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ ।
୭. ସେହିପରି ମାଂସ ଜାତୀୟ ଖାଦ୍ୟ ମଧ୍ୟ ଏୟାରପୋର୍ଟରେ ଖାଇବା ଅନୁଚିତ୍ । କାରଣ ଏହା ଯଦି ଭୁଲ୍ ଚେମ୍ପରେଚର୍ ରେ ରହିଥିବା ତାହା ଦେହ ପାଇଁ କ୍ଷତି କାରକ ହୋଇଥାଏ ।
୮. ଯଦି ଆପଣ ଏୟାରପୋର୍ଟରେ କିଛି ଖାଇବାକୁ ଚାହୁଛନ୍ତି ତେବେ ଜୁସ୍ ର ଟୈଟ୍ରା ପ୍ୟାକ୍ ପିଇ ପାରନ୍ତି । ବଟରମିଲ୍କ, ପ୍ୟାକେଟ୍ ଡ୍ରାଏ ଫ୍ରୁଟ୍ସ ଏବଂ ନଟ୍ସ, ରୋସଟେଡ୍ ନମକିନ୍ ଖାଇ ପାରନ୍ତି । ଫ୍ଲାଇଟରେ ବସିବା ପୂର୍ବରୁ ଏହା ଧ୍ୟାନରେ ରଖିବା ଜରୁରୀ କି ଆପଣ କଣ ଖାଉଛନ୍ତି ଆଉ ନଖାଉଛନ୍ତି । ତେବେ ଏହାର ଧ୍ୟାନ ଯଦି ଆପଣ ନ ରଖିବେ ଖାଦ୍ୟ ଆପଣଙ୍କୁ ଡାଇଜେସନ୍ ଅଡୁଆରେ ପକାଇପାରେ ।