ପାନୀପତରେ ସାମ୍ନାକୁ ଆସିଲା ଅର୍ଜୁନଙ୍କ ପ୍ରଥମ ଲୁକ, ମଲାଇକା ଏପରି ଦେଲେ ରିଏକଶନ

ସଞ୍ଜୟ ଦତ୍ତ, କୃତି ସେନନ ଓ ଅର୍ଜୁନ କପୁରଙ୍କ ଐତିହାସିକ ଫିଲ୍ମ ପାନୀପତର ଲୁକ୍ସ ଜାରି ହୋଇଯାଇଛି । ସଞ୍ଜୟ ଦତ୍ତ ଓ କୃତି ସେନନଙ୍କ ଲୁକରୁ ପ୍ରଥମରୁ ହିଁ ପର୍ଦ୍ଦା ଉଠି ସାରିଛି । ବର୍ତ୍ତମାନ ଅର୍ଜୁନ କପୁରଙ୍କ ଲୁକ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅର୍ଜୁନ ମରାଠା ଯୋଦ୍ଧା ସଦାଶିବ ଭାଉଙ୍କ ଭୂମିକାରେ ନଜରକୁ ଆସିବେ ।

ପାନୀପତରେ ସାମ୍ନାକୁ ଆସିଲା ଅର୍ଜୁନଙ୍କ ପ୍ରଥମ ଲୁକ, ମଲାଇକା ଏପରି ଦେଲେ ରିଏକଶନ
ପାନୀପତରେ ସାମ୍ନାକୁ ଆସିଲା ଅର୍ଜୁନଙ୍କ ପ୍ରଥମ ଲୁକ

ନୂଆଦିଲ୍ଲୀ: ସଞ୍ଜୟ ଦତ୍ତ, କୃତି ସେନନ ଓ ଅର୍ଜୁନ କପୁରଙ୍କ ଐତିହାସିକ ଫିଲ୍ମ ପାନୀପତର ଲୁକ୍ସ ଜାରି ହୋଇଯାଇଛି । ସଞ୍ଜୟ ଦତ୍ତ ଓ କୃତି ସେନନଙ୍କ ଲୁକରୁ ପ୍ରଥମରୁ ହିଁ ପର୍ଦ୍ଦା ଉଠି ସାରିଛି । ବର୍ତ୍ତମାନ ଅର୍ଜୁନ କପୁରଙ୍କ ଲୁକ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅର୍ଜୁନ ମରାଠା ଯୋଦ୍ଧା ସଦାଶିବ ଭାଉଙ୍କ ଭୂମିକାରେ ନଜରକୁ ଆସିବେ ।

ଅର୍ଜୁନଙ୍କ ଲୁକ ଉପରେ ତାଙ୍କ ଗର୍ଲଫ୍ରେଣ୍ଟ ପ୍ରତିକ୍ରିୟା ଦେଇଛନ୍ତି । ମଲାଇକା ଅରୋରା ଏହି ଫଟୋ ଉପରେ ଉଫ୍ଫ ଲେଖି ରିଏକ୍ଟ କରିଛନ୍ତି । ଏହାପୂର୍ବରୁ ରିଲିଜ ହେବା ପୋଷ୍ଟର୍ସରେ ସଞ୍ଜୟ ଦତ୍ତ ଅହମଦ ଶାହ ଅବଦାଲୀର ଲୁକରେ ଦେଖିବାକୁ ମିଳିଥିଲା । ସେହିପରି କୃତି ସେନନ ପାରମ୍ପାରିକ ଲୁକରେ ଦେଖିବାକୁ ମିଳିଥିଲା । ଫିଲ୍ମ ପାନୀପତରେ ସଞ୍ଜୟ ଦତ୍ତ ଆଫଗାନିସ୍ତାନର ଏକ କ୍ରୁର ରାଜା ଅହମଦ ଶାହ ଅବଦାଲୀଙ୍କ ଭୂମିକା ନିର୍ବାହ କରୁଛନ୍ତି । 

ସର୍ବଦା ପିରିୟଡ ଫିଲ୍ମ ନିର୍ମାଣ କରୁଥିବା ଆଶୁତୋଷ ଏହି ଫିଲ୍ମରେ ବହୁତ ଅଲଗା ଷ୍ଟାରକାଷ୍ଟଙ୍କ ସହ କାମ କରୁଛନ୍ତି । ଏହା ପୂର୍ବରୁ ସେ  ଆମିର ଖାନ, ରିତିକ ରୋଶନ ଓ ଐଶର୍ଯ୍ୟା ରାୟଙ୍କ ପରି ସିତାରାଙ୍କ ସହ କାମ କରି ସାରିଛନ୍ତି । ଆଶୁତୋଷ ଓ ଆମିରଙ୍କ ଫିଲ୍ମ ଲଗାନ ତ ଆସ୍କର ଯାଏ ପହଞ୍ଚିଥିଲା । ଏହାପୂର୍ବରୁ ରିପୋର୍ଟସ ଥିଲା ଯେ ସଞ୍ଜୟ ଦତ୍ତ ଏହି ଫିଲ୍ମ ପାଇଁ ଖାସ ଦାଏଟ ଫୋଲୋ କରୁଛନ୍ତି । ଆଶୁତୋଷ ଗୋବାରିକରଙ୍କ ଏହି ପାନୀପତର ତୃତୀୟ ଯୁଦ୍ଧ ଉପରେ ଆଧାରିତ । ଯେଉଁଥିରେ ଅବଦାଲୀ ଓ ମରାଠାଙ୍କ ମଧ୍ୟରେ ୧୭୬୧ରେ ଯୁଦ୍ଧ ହୋଇଥିଲା । ସଞ୍ଜୟଙ୍କ ବ୍ୟତୀତ ଅର୍ଜୁନ କପୁର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।