ପାକିସ୍ତାନ ଉପରେ ବର୍ଷିଲା ଭାରତ, କାହିକି ପଢନ୍ତୁ...
Advertisement
Article Detail0/zeeodisha/odisha669058

ପାକିସ୍ତାନ ଉପରେ ବର୍ଷିଲା ଭାରତ, କାହିକି ପଢନ୍ତୁ...

ସତର୍କ ଓ ସଚେତନ ରହିବାକୁ ବାର୍ତ୍ତା ଦେଲେ ସେନା ମୁଖ୍ୟ

ପାକିସ୍ତାନ ଉପରେ ବର୍ଷିଲା ଭାରତ, କାହିକି ପଢନ୍ତୁ...

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସମଗ୍ର ବିଶ୍ୱରେ ନିନ୍ଦିତ ହେଉଛି ପାକିସ୍ତାନ । ବର୍ତ୍ତମାନ ସମଗ୍ର ବିଶ୍ୱରେ କୋରୋନା ପାଇଁ ସଂକଟ ସମୟରେ ମଧ୍ୟ ପଡ଼ୋଶୀ ଭାରତ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହିଁ । ଫଳରେ ଏଭଳି କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଉପରେ ବର୍ଷିଛି ଭାରତ । ଭାରତୀୟ ସେନା ପ୍ରମୁଖ ନରଓ୍ୱାଣେ କହିଛନ୍ତି କି, ପାକିସ୍ତାନ ନିଜ ଦେଶର ସମସ୍ୟାକୁ ଠିକ ଭାବେ ସମ୍ଭାଳି ପାରୁନାହିଁ । କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇ ନିଜର ଦୁର୍ବଳତା ତଥା ଅପାରଗତାକୁ ଲୁଚାଇବାକୁ ପ୍ରୟାସ କରୁଛି ।  

ସେ ଆହୁରି ମଧ୍ୟ କହିଥିଲେ କି, ସମଗ୍ର ବିଶ୍ୱକୁ ଆମେ ଡାକ୍ତରୀ ଦଳ ଓ ଔଷଧ ପଠାଉଛୁ । ପାକିସ୍ତାନ ଆତଙ୍କବାଦୀ ପଠାଇ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରୁଛି । ସମଗ୍ର ବିଶ୍ୱକୁ ଭାରତ ସହାୟତାର ହାତ ବଢାଉଥିବା ବେଳେ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ପାଇଁ ତାକୁ ସମଗ୍ର ବିଶ୍ୱରେ ନିନ୍ଦିତ ହେବାକୁ ପଡୁଛି । ସେ ଆହୁରି ମଧ୍ୟ କହିଥିଲେ କି, କୋରୋନା ଭାଇରସରେ ସମଗ୍ର ବିଶ୍ୱରେ ସଂକଟମୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ସମଗ୍ର ବିଶ୍ୱକୁ ଭାରତ ସହାୟତାର ହାତ ବଢାଉଛି । ମାତ୍ର ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ପାକିସ୍ତାନ ବୋଲି ସେ କହିଥିଲେ ।  

ସୂଚନା ଯୋଗ୍ୟ ଗୁରୁବାର ଦିନ ସେନା ମୁଖ୍ୟ ନରଓ୍ୱାଣେ କାଶ୍ମୀର ଘାଟି ପରିଦର୍ଶନ କରି ସ୍ଥିତି ପରଖିଥିଲେ । ଏହି ସମୟରେ ତାଙ୍କ ସହିତ କର୍ଣ୍ଣେଲ ରାଜେଶ କାଲିଆ, ଉତ୍ତର କମାଣ୍ଡର ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଓ୍ୱାଇ କେ ଯୋଶୀ, ଚିନାର କୋର କମାଣ୍ଡାଣ୍ଟ ଲେଫ୍ଟେନାଣ୍ଟ ଜେନେରାଲ ବି ଏସ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ । କର୍ଣେଲ କାଲିଆ କହିଥିଲେ କି ବାଦାମୀବାଗ ଛାଉଣୀରେ ଚିନାର କୋର କମାଣ୍ଡାର ସେନା ମାନଙ୍କୁ ନିୟୋଜିତ କରିଛନ୍ତି । ନିୟନ୍ତ୍ରଣ ସୀମାରେଖା ନିକଟରେ ଏହି ସେନାମାନଙ୍କୁ ନିୟୋଜିତ କରାଯ଼ାଇଛି । ସେନା ମୁଖ୍ୟ ଏହି ଗସ୍ତ ସମୟରେ ସେନାମାନଙ୍କ ମନୋବଳ ବଢାଇଛନ୍ତି । ସେମାନଙ୍କ ଉତ୍ସାହକୁ ମଧ୍ୟ ବଢାଇଥିବା ନେଇ କର୍ଣ୍ଣେଲ କାଲିଆ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ସେନା ପ୍ରମୁଖ ଆତଙ୍କବାଦୀଙ୍କ ସହିତ ଲଢିବା ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ କହିଛନ୍ତି । ଜେନେରାଲ ନରୱାଣେ ଘାଟିରେ ଶାନ୍ତି ଓ ସତର୍କତ ଅବଲମ୍ବନ କରିବାକୁ ସୂଚନା ଦେଇଛନ୍ତି । କୋଭିଡ଼ 19 ଯେପରି ସେନା ମାନଙ୍କ ମଧ୍ୟରେ ନ ବ୍ୟାପେ ସେଥିପ୍ରତି ମଧ୍ୟ ସତର୍କ ରହିବାକୁ ସୂଚନା ଦେଇଥିବା ନେଇ ସେ କହିଛନ୍ତି ।  

;