ସଞ୍ଜୟ କୁମାର ମହାପାତ୍ର, ପୁରୀ: ସେନା ଉପମୁଖ୍ଯ ଭାବେ ନିଯୁକ୍ତି ପାଇବା ପରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଚଣ୍ଡି ପ୍ରସାଦ ମହାନ୍ତି । କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଧରି କିଓସ୍କରେ ଫଟୋଗ୍ରାଫି କରି ସାଧାରଣ ଭକ୍ତଙ୍କ ପରି ପରିବାର ସହ ପ୍ରୋଟୋକଲରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ସେନା ଉପମୁଖ୍ୟ ।
ଶ୍ରୀମନ୍ଦିର (sri mandira) ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ଶ୍ରୀମନ୍ଦିରରେ ରତ୍ନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶିଷ ନେଲେ । ପରେ ଭିତର ବେଢା ପରିକ୍ରମା କରିବା ସହ ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମନ୍ଦିର ଦର୍ଶନ କଲେ । ଦର୍ଶନ କରିବା ପରେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି (Chandi Prasad Mohanty) କହିଛନ୍ତି ଯେ, "କାର୍ଯ୍ଯଭାର ଗ୍ରହଣ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲି। ନିଜକୁ ସମର୍ପି ଦେଲି ପ୍ରଭୁଙ୍କ ପାଖରେ"।
Also Read: ପୁରୀ ପାଇଁ ୨୧ ତାରିଖରୁ ହାଇରିସ୍କ ! ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ
ସେପଟେ ପୁରୀର ଜଣେ ଯୁବ କଳାକାର ଶାଶ୍ୱତ ରଞ୍ଜନ ସାହୁ ଜାନୁଆରୀ ୧୫ ସେନା ଦିବସ (Indian Army Day)ରେ ପ୍ରାୟ ଅଢେଇ ହଜାର ଦିଆସିଲି କାଠିରେ ନିଜ ହାତରେ ଗଢିଥିବା ଏକ ଟ୍ଯାଙ୍କ୍ (Tank) ସେନା ଉପମୁଖ୍ଯଙ୍କୁ ପ୍ରଦାନ କରିଥିଲେ। ସେନା ଉପମୁଖ୍ଯ ମଧ୍ୟ ଉପହାରଟି ଆନନ୍ଦର ସହ ଗ୍ରହଣ କରିବା ସହ ଶାଶ୍ୱତଙ୍କୁ ଏକ ସେନା ମେଡାଲ (Army Medal) ଉପହାର ଦେଇଥିଲେ।
ସେନା ଉପମୁଖ୍ଯ ଶାଶ୍ୱତଙ୍କ ଏଭଳି ଚମତ୍କାରିତା ଦେଖି ସେନାରେ କାମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶାଶ୍ୱତ ଏହି ପ୍ରସ୍ତାବକୁ ସ୍ୱିକାର କରିଥିଲେ। ସେନା ଉପମୁଖ୍ଯଙ୍କ ଗସ୍ତ ସମୟରେ କ୍ରାଇମବ୍ରାଞ୍ଚ ଏଡିଜି (Crime Branch ADG) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସପି (Sp) କନୱର ବିଶାଲ ସିଂ ଏବଂ ଶ୍ରୀମନ୍ଦିର ପ୍ରଶାସନିକ (Sri mandira Administration) ଅଧିକାରୀ ମାନେ ଉପସ୍ଥିତ ଥିଲେ।
Edited:Zee Odisha Desk