ରେକର୍ଡ ସୃଷ୍ଟି କରିବା ସହ ଅନ୍ୟ ଆପକୁ ଟକ୍କର ଦେଉଛି ଆରୋଗ୍ୟ ସେତୁ |
Trending Photos
)
ନୂଆଦିଲ୍ଲୀ: କୋରୋନା ମହାମାରୀ ସଂକ୍ରମଣରୁ ରକ୍ଷା କରିବା ବାବଦରେ ଲୋକଙ୍କୁ ଅବଗତ କରୁଥିବା ସରକାରୀ ଆପ୍ଲିକେସନ ଆରୋଗ୍ୟ ସେତୁ ଏବେ ରେକର୍ଡ କରିବା ସହ ଅନ୍ୟ ଆପକୁ ଟକ୍କର ଦେଉଛି | ଗତ ମେ ମାସ ସୁଦ୍ଧା ସମଗ୍ର ବିଶ୍ୱରେ ଡାଉନଲୋଡ କରାଯାଇଥିବା ଶ୍ରେଷ୍ଠ ୧୦ଟି ଆପ ମଧ୍ୟରେ ସ୍ଥାନ ପାଇଛି ଆରୋଗ୍ୟ ସେତୁ | ଶନିବାର ଏନେଇ ଜଣାଇଛନ୍ତି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭକାନ୍ତ |
ଏ ସମ୍ପର୍କରେ ଟ୍ୱିଟ କରି ସେ କହିଛନ୍ତି, "ଆରୋଗ୍ୟ ସେତୁ ଆପ ଲଞ୍ଚ କରାଯିବା ପରେ ଗତ ମେ ମାସରୁ ବିଶ୍ୱବ୍ୟାପୀ ଡାଉନଲୋଡ କରାଯାଇଥିବା ଶ୍ରେଷ୍ଠ ୧୦ଟି ମୋବାଇଲ ଆପ୍ଲିକେସନ ମଧ୍ୟରେ ସ୍ଥାନ ପାଇଛି ଆରୋଗ୍ୟ ସେତୁ | କୋଭିଡ19 ମୁକାବିଲା କରିବା କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର କରିବା ଉଦ୍ୟମ ଭାରତ ପକ୍ଷରୁ ଆରମ୍ଭ ହୋଇଛି | "
ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଆରୋଗ୍ୟ ସେତୁ ଆପ ଡାଉନ ଲୋଡ କରିବାକୁ କହିଥିଲେ | ଏହାର ବ୍ୟବହାର କରିବାକୁ ହେଲେ ସର୍ବପ୍ରଥମେ ଆପଣକୁ ପ୍ଲେ ଷ୍ଟୋରରୁ ଏହି ଆପ ଡାଉନଲୋଡ୍ କରି ଫୋନରେ ଇନଷ୍ଟଲ୍ କରିବାକୁ ପଡିବ | ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିବା ପରେ, ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଛନ୍ତି, ଆପଣଙ୍କୁ କିଛି ଅନୁମତି ଦେବାକୁ ପଡିବ | ଆପଣଙ୍କର ମୋବାଇଲ୍ ନମ୍ବର, ବ୍ଲୁଟୁଥ୍ ଏବଂ ଲୋକେସନ ଡାଟା ସାହାଯ୍ୟରେ ଏହି ଆପ୍ ନିର୍ଣ୍ଣୟ କରେ ଯେ ଆପଣ ସୁରକ୍ଷିତ କି ଆପଣ ସଂକ୍ରମଣ ଜନିତ ବିପଦରେ ଅଛନ୍ତି ।