ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ ଘଟଣା : ୭ ଅଟକ
ପୋଲିସ ଏହି ଘଟଣାରେ ୭ ଜଣକୁ ଅଟକ ରଖି ପଚରାଉଚରା କରୁଛି । ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ଯୁଗଳ କିଶୋର ମେଡ଼ିକାଲ୍ରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛନ୍ତି ।
Trending Photos

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଠାରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ଅଘଟଣ ଘଟିଛି । ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ ହୋଇ ୧୨୦ରୁ ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଯୋଗୁ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଏଥିରେ ସମସ୍ତେ ମହିଳା ଓ ଯୁବତୀ ବୋଲି ଜଣାପଡ଼ିଛି ।
ଶ୍ରମିକମାନେ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ରାତି ପ୍ରାୟ ସାଢ଼େ ୮ଟା ବେଳେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହା ଦେଖି କେତେକ ଶ୍ରମିକ ପଳାଇ ଆସିଥିଲେ । ଫ୍ୟାକ୍ଟ୍ରି ଭିତରୁ ବାହାରି ପାରୁନଥିବା ଲୋକ ସେଠାରେ ଟଳି ପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ୭୦ରୁ ୮୦ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ହୋଇଥିବା କର୍ମଚାରୀମାନେ ମହିଳା ଓ ଯୁବତୀ। ଅମ୍ଳଜାନ ଅଭାବରୁ ଏହି କର୍ମଚାରୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି ।
କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଛି , ତାହା ଜଣାପଡ଼ି ନାହିଁ। । ପୋଲିସ ଏହି ଘଟଣାରେ ୭ ଜଣକୁ ଅଟକ ରଖି ପଚରାଉଚରା କରୁଛି । ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ଯୁଗଳ କିଶୋର ମେଡ଼ିକାଲ୍ରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛନ୍ତି।
More Stories