ରାଜସ୍ତାନରେ ପକ୍ଷୀ ମଡକ ! ଆଖି ବୁଜିଲେ ୧ ହଜାର ପକ୍ଷୀ
Advertisement

ରାଜସ୍ତାନରେ ପକ୍ଷୀ ମଡକ ! ଆଖି ବୁଜିଲେ ୧ ହଜାର ପକ୍ଷୀ

ରାଜସ୍ଥାନରେ ହଜାରେରୁ ଉର୍ଦ୍ଧ୍ୱ ପକ୍ଷୀ ମୃତ । ବିଭିନ୍ନ ପ୍ରଜାତିର ୧ ହଜାର ପକ୍ଷୀଙ୍କ ମୃତଦେହ ମିଳିଛି । କେଉଁ କାରଣରୁ ଏହି ପକ୍ଷୀମାନଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଜିଲ୍ଲୀ: ରାଜସ୍ଥାନରେ ହଜାରେରୁ ଉର୍ଦ୍ଧ୍ୱ ପକ୍ଷୀ ମୃତ । ବିଭିନ୍ନ ପ୍ରଜାତିର ୧ ହଜାର ପକ୍ଷୀଙ୍କ ମୃତଦେହ ମିଳିଛି । କେଉଁ କାରଣରୁ ଏହି ପକ୍ଷୀମାନଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । 

ମିଳିଥିବା ସୂଚନା ମୁତାବକ, ରାଜସ୍ଥାନ ରାଜଧାନୀ ଜୟପୁରର ସାମ୍ଭର ହ୍ରଦ ନିକଟରୁ ପକ୍ଷୀମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଷାକ୍ତ ପାଣି ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଉପବନ ସଂରକ୍ଷକ ସଞ୍ଜୟ କୌଶିକ କହିଛନ୍ତି, କେଉଁ କାରଣରୁ ପକ୍ଷୀଙ୍କ ମୃତ୍ୟୁ ହୋଇଛି, ତାର କାରଣ ଖୋଜା ଚାଲିଛି । ହ୍ରଦରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ଏହା ସଂକ୍ରମଣ ଜନିତ ରୋଗ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି । ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଉପବନ ସଂରକ୍ଷକ । 

ଯେତେବେଳେ ପଶୁପକ୍ଷୀଙ୍କ ମାତ୍ରାରେ ହ୍ରାସ ନେଇ ପରିବେଶବିତ ଚିନ୍ତାପ୍ରକଟ କରୁଛନ୍ତି, ଠିକ ସେତିକି ବେଳେ ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନିଶ୍ଚୟ । ତେଣୁ ବନ ବିଭାଗ ଆଗକୁ ଆହୁରି ତତ୍ପର ହେବାକୁ ସାଧାରଣରେ ଦାବି ହେଉଛି ।