ମାରତ୍ମକ ହେଉଛି କୋରୋନା
Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୬୬ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୩। ୯୩ ଲକ୍ଷରୁ ମଧ୍ୟ ଉର୍ଦ୍ଧ୍ୱ ରହିଛି। ଏହି ତଥ୍ୟ ଓ୍ୱାର୍ଲଡୋମିଟର ପ୍ରକାଶ କରିଛି।
ଓ୍ୱାର୍ଲଡୋମିଟର ଅନୁଯାୟୀ ଶୁକ୍ରବାର ସୁଦ୍ଧା ସମଗ୍ର ବିଶ୍ୱରେ ୬୬୯୮୩୭୦ ମାମଲା ସାମ୍ନାକୁ ଆସିଛି। ସେହିପରି ୩୯୩୧୪୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଉକ୍ତ ଓ୍ୱେବସାଇଟ ପ୍ରକାଶ କରିଛି। ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୩୨୪୯୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦୬୦୬୫୪ ଜଣ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୫୫୪୬୦ଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ଅବଶିଷ୍ଟଙ୍କ ଅବସ୍ଥା ବିପଦମୁକ୍ତ ରହିଥିବା ନେଇ ଉକ୍ତ ଓ୍ୱେବସାଇଟ ପ୍ରକାଶ କରିଛି।
ତେବେ କୋରୋନା ଫଳରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ୧୧୦୧୭୩ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଥିବା ବେଳେ ୧୯୨୪୦୫୧ ଲୋକ ସଂକ୍ରମିତ ହୋଇ ସାରିଛନ୍ତି। ସେହିପରି ବ୍ରାଜିଲରେ ୬୧୫୮୭୦ ମାମଲା କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ୩୪୦୩୯ଲୋକଙ୍କର ମୃତ୍ୟୁ ହୋଇଛି।
ସେହିପରି ଋଷରେ ୪୪୧୧୦୮ ମାମଲା ସାମ୍ନାକୁ ଆସିଥିବା ବେଳେ ଏଠାରେ ୫୩୪୮ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେହିପରି ସ୍ପେନରେ ୨୮୭୭୪୦, ବ୍ରିଟେନରେ ୨୮୧୬୬୧, ଭାରତ ୨୨୬୭୧୩, ଜର୍ମାନୀ ୧୮୪୯୨୩, ପେରୁ ୧୮୩୧୯୮, ତୁର୍କିରେ ୧୬୭୪୧୦, ଇରାନ ୧୬୪୨୭୦, ଫ୍ରାନ୍ସ ୧୫୨୪୪୪ ଓ ଚିଲିରେ ୧୧୮୨୯୨ ସଂକ୍ରମିତଙ୍କ ସଂଖ୍ୟା ରହିଥିବା ସୂଚନା ରହିଛି। ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୩୯୯୦୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।