• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ମନ କୀ ବାତ୍
  • ଆମର ସଂସ୍କୃତି ହଜାରେ ବର୍ଷର ପୁରୁଣା: ପ୍ରଧାନମନ୍ତ୍ରୀ
  • ମାଘ ମାସରେ ନଦୀରେ ସ୍ନାନ କଲେ ପୁଣ୍ୟ ମିଳିଥାଏ
  • ନଦୀ ସହ ଆମର ପରମ୍ପରା ଜଡ଼ିତ ରହିଛି: ପ୍ରଧାନମନ୍ତ୍ରୀ
  • ମାଘ ମାସ ପୁଣ୍ୟର ମାସ ହୋଇଥାଏ: ପ୍ରଧାନମନ୍ତ୍ରୀ
  • ଜଳ ଆମର ଜୀବନ, ଆସ୍ଥା ଓ ବିକାଶର ମାଧ୍ୟମ
  • ଗ୍ରୀଷ୍ମ ଋତୁ ଆସୁଛି, ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା
  • ଜଳର ସଂରକ୍ଷଣ ପାଇଁ ଆମକୁ ପ୍ରୟାସ କରିବାକୁ ହେବ
  • ଏଥର ହରିଦ୍ୱାରରେ କୁମ୍ଭମେଳା ହେବାକୁ ଯାଉଛି
  • ଗାଁର ନଦୀ, ନାଳ ଓ ପୋଖରୀକୁ ସଫା ରଖନ୍ତୁ: ପ୍ରଧାନମନ୍ତ୍ରୀ

ଭାବିମନ୍ତ୍ରୀଙ୍କ ସହିତ କେଜରିଓ୍ୱାଲଙ୍କ ନୈଶ୍ୟଭୋଜି

ଦିଲ୍ଲୀ ନିର୍ବାଚନରେ ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଆସନ୍ତା ୧୬ ତାରିଖରେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ। ତେବେ ଶପଥ ଉତ୍ସବ ଅବ୍ୟବହିତ ପୂର୍ବରୁ ଭାବି ମନ୍ତ୍ରୀଙ୍କ ସହିତ ଅରବିନ୍ଦ କେଜରିଓ୍ୱାଲ ନୈଶ୍ୟଭୋଜିରେ ସାମିଲ ହେବେ ବୋଲି ଜଣାପଡ଼ିଛି।  

ଭାବିମନ୍ତ୍ରୀଙ୍କ ସହିତ କେଜରିଓ୍ୱାଲଙ୍କ ନୈଶ୍ୟଭୋଜି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଆସନ୍ତା ୧୬ ତାରିଖରେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ। ତେବେ ଶପଥ ଉତ୍ସବ ଅବ୍ୟବହିତ ପୂର୍ବରୁ ଭାବି ମନ୍ତ୍ରୀଙ୍କ ସହିତ ଅରବିନ୍ଦ କେଜରିଓ୍ୱାଲ ନୈଶ୍ୟଭୋଜିରେ ସାମିଲ ହେବେ ବୋଲି ଜଣାପଡ଼ିଛି।  

ମିଳିଥିବା ସୂଚନା ମୁତାବକ କେଜରିଓ୍ୱାଲ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହିତ ନୈଶ୍ୟ ଭୋଜି ପୂର୍ବରୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ। ଏହା ସହିତ ସହରରେ ସମସ୍ୟା, ମୌଳିକ ସୁବିଧା ଆଦି ବିଷୟ ଉପରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ଆପର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ଏହି ଆଲୋଚନା ମଧ୍ୟରେ ଦିଲ୍ଲୀକୁ କିପରି ବିଶ୍ୱସ୍ତରୀୟ ସହରରେ ପରିଣତ କରାଯିବ ତାହା ଉପରେ ମଧ୍ୟ ଫୋକସ କରାଯିବ ବୋଲି ସୂଚନା ମିଳିଛି।  

ଆସନ୍ତା କାଲି ଅର୍ଥାତ ଫେବୃଆରୀ ୧୬ ତାରିଖରେ ରାମଲୀଳା ମୈଦାନରେ କେଜରିଓ୍ୱାଲ ଶପଥ ନେବେ। ସୂଚନା ଯୋଗ୍ୟ ଦିଲ୍ଲୀ ନିର୍ବାଚନରେ ଆମଆଦମୀ ପାର୍ଟି ଦଳ ୭୦ ଆସନରୁ ୬୨ଟି ଆସନରେ ବିଜୟ ଲାଭ କରିଥିଲେ। ଫଳରେ ଏକତରଫା ଭାବେ ପୂର୍ଣ୍ଣ ବହୁମତ ପାଇଥିଲା ଆପ। ଅନୁରୂପ ଭାବେ ବିଜେପି ମୋଟ ୮ଟି ଆସନରେ ବିଜୟ ଲାଭ କରିଥିଲା।