କୋରୋନା ମହାମାରୀର ଲକ ଡାଉନ ବିରୁଦ୍ଧରେ ଗର୍ଜିଛନ୍ତି ହାଇଦ୍ରବାଦ ସାଂସଦ | ଏ ପ୍ରସଙ୍ଗରେ ସେ ତେଲେଙ୍ଗାନା ସରକାରଙ୍କୁ ଜବାବ ମାଗିଛନ୍ତି |
Trending Photos
ହାଇଦ୍ରାବାଦ: ଦେଶବ୍ୟାପୀ ଜାରି ହୋଇଥିବା ଲକ ଡାଉନ ବିରୁଦ୍ଧରେ ଗର୍ଜିଛନ୍ତି ଅଲ ଇଣ୍ଡିଆ ମଜଲିସ ଇ ଇତେହାଦୁଲ ମୁସଲିମିନ(ଏଆଇଏମଆଇଏମ)ର ମୁଖିଆ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ | ଏହାକୁ ସେ ଅସାମ୍ବିଧାନିକ ବୋଲି କହିବା ସହ ଏ ପ୍ରସଙ୍ଗରେ ତେଲେଙ୍ଗାନା ସରକାର କାହିଁକି ଚୁପ ବସିଛନ୍ତି ବୋଲି ଜବାବ ମାଗିଛନ୍ତି |
ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋରୋନା ମହାମାରୀର ମୁକାବିଲା ଲାଗି ଦେଶବ୍ୟାପୀ ଲକ ଡାଉନ ଜାରି କରିଛନ୍ତି କେନ୍ଦ୍ର ସରକାର | ଯାହାର ସମୟସୀମାକୁ ପର୍ଯ୍ୟାୟକ୍ରମେ ବଢାଯାଉଛି | ବର୍ତ୍ତମାନ ଜାରି ରହିଥିବା ତୃତୀୟ ପର୍ଯ୍ୟାୟ ଲକ ଡାଉନ ଲକ ଡାଉନର ଶେଷ ଅବଧି ରହିଛି ମେ ୧୭ ତାରିଖ |
ଏ ପ୍ରସଙ୍ଗରେ ମତ ରଖି ହାଇଦ୍ରାବାଦ ସାଂସଦ କହିଛନ୍ତି ଯେ, କୋରୋନା ମହାମାରୀର ମୁକାବିଲା ଲାଗି ଦେଶବ୍ୟାପୀ ଲାଗୁ ହୋଇଥିବା ଲକ ଡାଉନ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଅସାମ୍ବିଧାନିକ | ଏନେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ ଡାଉନ ଜାରି କରିପାରିବେ ନାହିଁ | ଯାହା ସଂଘୀୟ ବ୍ୟବସ୍ଥାର ବିରୋଧି | ଏହା ରାଜ୍ୟ ସରକାରଙ୍କ ଅଧିନସ୍ଥ ମାମଲା | ତେଲେଙ୍ଗାନା ସରକାର ଏନେଇ କ'ଣ ପାଇଁ ଚୁପ ବସିଛନ୍ତି ସେ ପ୍ରଶ୍ନ କରିଛନ୍ତି |
ଏହା ସହିତ ସେ ଲକ ଡାଉନ ବେଳେ ମାଲେଗାଓଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି | ମହାରାଷ୍ଟ୍ର ଔରଙ୍ଗାବାଦରେ ଦୁର୍ଘଟଣା ଯୋଗୁଁ ୧୬ ଲୋକଙ୍କ ମୃତ୍ୟୁ ଘଟିଛି | ଏହା ଯୋଗୁଁ ପ୍ରବାସୀ ଶ୍ରମିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି|
କ୍ୱାରେଣ୍ଟାଇନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନଥିବା କହିଛନ୍ତି ଅସାଦୁଦ୍ଦିନ ଓୱେସୀ | ଏହା ଲୋକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଇଛି | କୋଭିଡ19 କୌଣସି ଲୋକଙ୍କୁ ଆକ୍ରାନ୍ତ କରିପାରେ | ପ୍ରାୟ ୮ରୁ ୧୦ ଦିନ କ୍ୱାରେଣ୍ଚାଇନରେ ରହିବା ଆପଣଙ୍କର ଏବଂ ଆପଣଙ୍କ ଲୋକଙ୍କ ପାଇଁ ଲାଭଦାୟକ |
ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକା(ଏନଆରସି ) ବିରୁଦ୍ଧରେ ଆନ୍ଦୋଳନ କରି ଗିରଫ ହୋଇଥିବା ଜାମିୟାମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଗ୍ରହଣ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି | ଏପରିକି ସେମାନଙ୍କ ବିରୁଦ୍ଧରେ ଲାଗୁ ହୋଇଥିବା ଅଲ ଲ ଫୁଲ ପ୍ରିଭେନସନ ଆକ୍ଟ(UAPA)କୁ ନେଇ ପ୍ରଶ୍ନ ଉଠାଇଛନ୍ତି|
କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କ ବିରୁଦ୍ଧରେ UAPA ଆକ୍ଟ ଲାଗୁ ହେଉଛି | ଏହାକୁ କାହିଁକି ଦଳିତ, ମୁସଲମାନ ଏବଂ ଆଦିବାସୀଙ୍କ ବିରୁଦ୍ଧରେ କ'ଣ ପାଇଁ ଲାଗୁ କରାଯାଉଛି | 'ଦେଶ କେ ଗଦ୍ଦାରୋ କୋ' ବିରୁଦ୍ଧରେ କାହିଁକି ଏହି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ | ଗତ ଜାନୁଆରୀରେ ଭଇଁସା ଠାରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି |