ସିଟ ନମ୍ବର ୬୪, କୋଚ ନମ୍ବର ବି-୫କୁ ପ୍ରଶ୍ନ ଉଠାଇଲେ ଓଓ୍ୱେସୀ
Advertisement

ସିଟ ନମ୍ବର ୬୪, କୋଚ ନମ୍ବର ବି-୫କୁ ପ୍ରଶ୍ନ ଉଠାଇଲେ ଓଓ୍ୱେସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବାରଣାସୀରୁ କାଶୀ ମଧ୍ୟରେ ଚାଲିବାକୁ ଥିବା ମହାକାଲ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଉଭୟ ବାରଣାସୀ ଓ କାଶୀ ମଧ୍ୟରେ ଥିବା ୩ଟି ଜ୍ୟୋତିର୍ଲିଙ୍ଗକୁ ପରିଦର୍ଶନ କରାଇବ। ଏଥିପାଇଁ ଏହି ଟ୍ରେନରେ ମହାପ୍ରଭୁ ଶିବଙ୍କ ପାଇଁ ମଧ୍ୟ ଏକ ସିଟ ମଧ୍ୟ ସଂରକ୍ଷିତ ରହିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ। 

ସିଟ ନମ୍ବର ୬୪, କୋଚ ନମ୍ବର ବି-୫କୁ ପ୍ରଶ୍ନ ଉଠାଇଲେ ଓଓ୍ୱେସୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବାରଣାସୀରୁ କାଶୀ ମଧ୍ୟରେ ଚାଲିବାକୁ ଥିବା ମହାକାଲ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଉଭୟ ବାରଣାସୀ ଓ କାଶୀ ମଧ୍ୟରେ ଥିବା ୩ଟି ଜ୍ୟୋତିର୍ଲିଙ୍ଗକୁ ପରିଦର୍ଶନ କରାଇବ। ଏଥିପାଇଁ ଏହି ଟ୍ରେନରେ ମହାପ୍ରଭୁ ଶିବଙ୍କ ପାଇଁ ମଧ୍ୟ ଏକ ସିଟ ମଧ୍ୟ ସଂରକ୍ଷିତ ରହିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ। 

ଅସୁଦୁଦ୍ଦିନ ଏକ ଟ୍ୱିଟ କରି ଏହି ପ୍ରଶ୍ନ ଉଠାଇଥିବା ବେଳେ ତାହାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ କରିଛନ୍ତି। ଏହି ଟ୍ୱିଟରେ ଓଓ୍ୱେସୀ ସମ୍ବିଧାନର ଏକ ତଥ୍ୟକୁ ମଧ୍ୟ ସେୟାର କରିଛନ୍ତି। ଆପଣଙ୍କୁ କହିରଖୁଛୁ କୁ ଉକ୍ତ ତଥ୍ୟ ଅନୁଯାୟୀ ସବୁ ଧର୍ମର ଲୋକମାନଙ୍କ ସହିତ ସମାନ ବ୍ୟବହାର କରାଯିବ। ଏ ସମ୍ପର୍କରେ ଉକ୍ତ ପ୍ରିଏମ୍ବୁଲରେ ଲେଖାଯାଇଅଛି। 

 

ସେହିପରି ଓଓ୍ୱେସୀ ଖବର ସରବରାହ ସଂସ୍ଥା ଏଏନଆଇର ଏକ ଟ୍ୱିଟରେ ରିଟ୍ୱିଟ କରି ଓଓ୍ୱେସୀ କହିଛନ୍ତି କି, ମାହାକଲ ଏକ୍ସପ୍ରେସରେ ଭଗବାନ ଶିବଙ୍କ ଏକ ମୂର୍ତ୍ତି ଲଗାଯାଇଛି। ଏପରିକି ଶିବଙ୍କର ମଧ୍ୟ ପୂଜାର୍ଚ୍ଚନା କରାଯାଉଛି। ଏଏନଆଇର ଟ୍ୱିଟରେ ଲେଖାଯାଇଛି କି, କୋଚ ସଂଖ୍ୟା ବି୫ ଓ ସିଟ ସଂଖ୍ୟା ୬୪କୁ ଭଗବାନଙ୍କ ପାଇଁ ଖାଲି କରାଯାଇଛି। ରେଳବାଇ ଆଇଆରସିଟିସି ଦ୍ୱାରା ପରିଚାଳିତ ତୃତୀୟ ସେବାକୁ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏହି ଟ୍ରେନ ବାରଣାସୀରୁ ଯାତ୍ରା ଆରମ୍ଭ କରି ଇନ୍ଦୋର ପର୍ଯ୍ୟନ୍ତ ଯାତ୍ରା କରିବ। 

ଏନେଇ ଉତ୍ତର ରେଳବାଇର ପ୍ରବକ୍ତା ଦୀପକ କୁମାର କହିଛନ୍ତକି, ରେଳବାଇ ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଛି। ଭଗବାନ ଶିବଙ୍କ ପାଇଁ ଗୋଟିଏ ସିଟ ବୁକ ହୋଇ ରହିଛି। ଉକ୍ତ ସିଟରେ ଗୋଟିଏ ଛୋଟ ମନ୍ଦିର ମଧ୍ୟ ରହିଛି। ଏହାର ପ୍ରମୁଖ କାରଣ ହେଉଛି ଯେ, ଲୋକମାନେ ଏ ସମ୍ପର୍କରେ ଅବଗତ ହୁଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ମନ୍ଦିର ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳ ମନ୍ଦିର ପାଇଁ ପ୍ରସିଦ୍ଧ ବୋଲି ସେ କହିଛନ୍ତି।