ବାହାଘରରେ ସରକାର ଦେବେ ଭରିଏ ସୁନା
Advertisement

ବାହାଘରରେ ସରକାର ଦେବେ ଭରିଏ ସୁନା

ଯୁବତୀଙ୍କୁ ସରକାରଙ୍କ ନୂଆବର୍ଷ ଭେଟି

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ନୂଆ ବର୍ଷରୁ ନୂଆ ଯୋଜନା । ଝିଅ ବାହାଘର ପାଇଁ ସରକାର ଦେବେ ସୁନା । ଆସାମ ସରକାର ଆଣିଛନ୍ତି ଏହି ଯୋଜନା । ଏହାର ନାଁ ରହିଛି ‘ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନା’।ଗୋଟିଏ ମାସ ପୂର୍ବରୁ ଏହାର ଘୋଷଣା ହୋଇଥିବା ବେଳେ ନୂଆବର୍ଷ ଅର୍ଥାତ ଆସନ୍ତାକାଲିଠୁ ଏହି ଯୋଜନା ଲାଗୁ ହେବ । ଯୋଜନା ଅନୁସାରେ, ଝିଅଟିଏ ବାହା ହେଲେ ୧୦ ଗ୍ରାମ(ଏକ ଭରି) ସୁନା ଦେବେ ସରକାର । ତେବେ ଏହା ଟଙ୍କା ଆକାରରେ ଦିଆଯିବ । 

କେଉଁମାନେ ଯୋଜନାର ଫାଇଦା ନେଇପାରିବେ ?

  1. ଝିଅଟି ସର୍ବନିମ୍ନ ଦଶମ ଶ୍ରେଣୀ ଯାଏ ପାଠ ପଢ଼ିଥିବ
  2. କନ୍ୟା ବୟସ ୧୮ ଓ ବରର ବୟସ ୨୧ରୁ ଅଧିକ ହୋଇଥିବ
  3. ୧୯୫୪ ଆଇନ ଅନୁଯାୟୀ ବିବାହର ପଞ୍ଜିକରଣ କରିବାକୁ ହେବ
  4. ପରିବାରର ବାର୍ଷିକ ଆୟ ୫ ଲକ୍ଷରୁ କମ ହୋଇଥିବ
  5. ଯୁବତୀ ପୁନଃ ବିବାହ କରୁନଥିବେ 

ତେବେ ଚା’ବଗିଚାରେ କାମ କରୁଥିବା ଶ୍ରମିକ କିମ୍ବା ଆଦିବାସୀଙ୍କ କ୍ଷେତ୍ରରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଲାଗୁ ହେବ ନାହିଁ । ବିବାହ ପଞ୍ଜୀକୃତ ହେବା ପରେ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଦିଆଯିବ । ଏକ ଭରି ସୁନା ପାଇଁ ସରକାର ଧର୍ଯ୍ୟ କରିଥିବା ୩୦ ହଜାର ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । 

ଆହୁରି ପଢ଼ନ୍ତୁ; ୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ