CAB: ଆସାମରେ ତୀବ୍ର ବିରୋଧ, ରାଜରାସ୍ତାରେ ଶୋଇ ପ୍ରତିବାଦ
Advertisement

CAB: ଆସାମରେ ତୀବ୍ର ବିରୋଧ, ରାଜରାସ୍ତାରେ ଶୋଇ ପ୍ରତିବାଦ

ନାଗରିକତା ସଂଶୋଧନ ବିଲକୁ ନେଇ ଆସାମରେ ତୀବ୍ର ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଚାଲିଛି । ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିୟନ(AASU) ଏବଂ ନର୍ଥ ଇଷ୍ଟ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ(NESO) ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଗୌହାଟୀରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ଆସାମରେ ତୀବ୍ର ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଚାଲିଛି । ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିୟନ(AASU) ଏବଂ ନର୍ଥ ଇଷ୍ଟ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ(NESO) ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଗୌହାଟୀରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । 

ଗୌହାଟୀରେ ଆଜି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ଠପ୍ ହୋଇଯାଇଛି । ରାଜରାସ୍ତାରେ ଶୋଇ ବିକ୍ଷୋଭକାରୀମାନେ ବିକ୍ଷୋଭ କରୁଛନ୍ତି । କେବଳ ଗୌହାଟୀ ନୁହେଁ, ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ସରକାର ଆଣିଥିବା ଏହି ବିଲକୁ ତୀବ୍ର ବିରୋଧ କରାଯାଉଛି । 

ସୋମବାର ଲୋକସଭାରେ ଏହି ବିଲ ପାସ୍ ହୋଇସାରିଛି । ଆସନ୍ତାକାଲି ଏହା ରାଜ୍ୟସଭାରେ ଆଗତ ହେବ ବୋଲି ଜଣାପଡିଛି । ତେବେ ଲୋକସଭାରେ ଦଳର ସଂଖ୍ୟା ଗରିଷ୍ଠତ ଥିବାରୁ ବିଲ ପାସ କରାଇବାରେ ସରକାରଙ୍କୁ ସହଜ ହୋଇଥିଲା । ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ ପଡିଥିଲା । ମାତ୍ର ରାଜ୍ୟସଭାରେ ଏହାକୁ ପାସ କରାଇବା ପାଇଁ ମୋଦି ସରକାର କେଉଁ ପ୍ରକାର ରଣ କୌଶଳ ପ୍ରସ୍ତୁତ କରୁଛନ୍ତି, ତା ଉପରେ ସଭିଙ୍କ ନଜର ରହିଛି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ ଏହି ବିଲ ଆଣିଛନ୍ତି କେନ୍ଦ୍ର ସରକାର ।