close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଇଶାନ୍ତ ଶର୍ମାଙ୍କ ଘରେ ଆସାରାମଙ୍କ ଫଟୋ, ଲୋକେ କଲେ ଟ୍ରୋଲ

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ଯୋଗୁଁ ଇଶାନ୍ତଙ୍କୁ ଟ୍ରୋଲ୍ସ ହେବାକୁ ପଡ଼ିଛି । ସେ ଦୀପାବଳି ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ନିଜ ପରିବାର ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋରେ ଇଶାନ୍ତଙ୍କ ଘରେ ଏପରି ଏକ ବ୍ୟକ୍ତିଙ୍କ ଛବି ଥିବା ଦେଖିବାକୁ ମିଳୁଛି, ଯେଉଁଥିବା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି । 

ଇଶାନ୍ତ ଶର୍ମାଙ୍କ ଘରେ ଆସାରାମଙ୍କ ଫଟୋ, ଲୋକେ କଲେ ଟ୍ରୋଲ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ଯୋଗୁଁ ଇଶାନ୍ତଙ୍କୁ ଟ୍ରୋଲ୍ସ ହେବାକୁ ପଡ଼ିଛି । ସେ ଦୀପାବଳି ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ନିଜ ପରିବାର ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋରେ ଇଶାନ୍ତଙ୍କ ଘରେ ଏପରି ଏକ ବ୍ୟକ୍ତିଙ୍କ ଛବି ଥିବା ଦେଖିବାକୁ ମିଳୁଛି, ଯେଉଁଥିବା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି । 

ମୁଖ୍ୟତଃ ଏହି ଫଟୋରେ ତାଙ୍କ ଘର କାନ୍ଥରେ ଦୁଷ୍କର୍ମ ଅଭିଯୋଗରେ ଜେଲରେ ବନ୍ଦ ଥିବା ଆସାରାମ ବାପୁଙ୍କ ଛବି ରହିଥିବାର ନଜରକୁ ଆସିଛି । ଲୋକେ ଇଶାନ୍ତଙ୍କୁ ଟ୍ରୋଲ କରି କହିଛନ୍ତି ଯେ ଯଦି କ୍ରିକେଟ ଏକ ଧର୍ମ ତେବେ ଇଶାନ୍ତ ଶର୍ମା ହେଉଛନ୍ତି ଆସାରାମ ବାପୁ । ସେହିପରି କିଛି ଲୋକ ଇଶାନ୍ତଙ୍କୁ ଆସାରାମଙ୍କ ପ୍ରକୃତ ଭକ୍ତ ବୋଲି କହିଛନ୍ତି ।

ୟୁଟ୍ୟୁବ ଓ ଫେସବୁକରେ ଆସାରାମ ବାପୁଙ୍କୁ ଭକ୍ତି କରୁଥିବା ଇଶାନ୍ତଙ୍କ ଭିଡିଓ ମଧ୍ୟ ସେୟାର କରି ଟ୍ରୋଲ କରାଯାଉଛି । ଲୋକେ ଏହି ଭିଡିଓକୁ ସେୟାର କରି ଉପହାସ ମଧ୍ୟ କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଇଶାନ୍ତଙ୍କ ପରିବାର ହେଉଛି ଆସାରାମଙ୍କ ଭକ୍ତ । ଏପରି କି ପରିବାର ଲୋକେ ଦାବି କରନ୍ତି ଯେ ଇଶାନ୍ତ ସଫଳତା ପଛରେ ଆସାରାମଙ୍କ କୃପା ରହିଛି ।

ଆସାରାମ ବର୍ତ୍ତମାନ ଦୁଷ୍କର୍ମ ଅଭିଯୋଗରେ ଯୋଧପୁର ଜେଲରେ ବନ୍ଦ ଅଛି । ଦିନେ ସମୟ ଥିଲା ଦେଶସାରା ତାଙ୍କର ଆଶ୍ରମ ଥିଲା ଓ ଲକ୍ଷ ଲକ୍ଷ ଲୋକ ତାଙ୍କୁ ପୂଜା କରୁଥିଲେ । ସେ ଟିଭିରେ ସର୍ବଦା ପ୍ରବଚନ ଦେଉଥିବାର ନଜରକୁ ଆସୁଥିଲା । ବର୍ତ୍ତମାନ ଯାଏ ସେ ଜାମିନ ପାଇଁ ବହୁଥର ଅପିଲ କରି ସାରିଛନ୍ତି କିନ୍ତୁ ତାଙ୍କ ସମସ୍ତ ଅପିଲକୁ ଖାରଜ କରାଯାଇଛି ।