)
ମେଷ- ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । କୌଣସି ବି କାମରେ ମନ ଲାଗିବ ନାହିଁ । ଚିଡିଚିଡା ସ୍ୱଭାବର ହେବେ । ଖର୍ଚ୍ଚ ବୃଦ୍ଧି ହେବ । କର୍ମସ୍ଥଳରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ ।
ବୃଷ- ମନ ପ୍ରସନ୍ନ ରହିବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ଗୃହକୁ ବନ୍ଧୁ ଆଗମନ ହେବ । ଆୟ ବ୍ୟୟ ସମାନ ରହିବ ।
ମିଥୁନ- କର୍ମ ଚଞ୍ଚଳ ହେବେ । ପୂଜାପାଠ ପ୍ରତି ଆର୍କଷିତ ହେବେ । ଦେହ ଓ ମନ ଭଲ ରହିବ । ଆୟ ମଧ୍ୟମ ଧରଣର ହେବ । ପାରିବାରିକ ଜୀବନ ହସଖୁସିରେ ବଢିବ ।
କର୍କଟ-ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ । ଅବସର ସମୟର ସଦ୍ଉପଯୋଗ କରିବେ । ପାରିବାରିକ ବିଶୃଙ୍ଖଳା ଦେଖାଦେବ ।
ସିଂହ-ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇପାରିବ । କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ ଦିନଟି ଭଲରେ ଅତିବାହିତ କରିବ ।
କନ୍ୟା-ମଉଜ ମଜଲିସରେ ଦିନ କାଟିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଉପରିସ୍ଥ ୍ଧିକାରୀଙ୍କ ଆସ୍ଥା ଭାଜନ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।
ତୁଳା- ଶରୀର ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ଦାୟିତ୍ୱବୋଧ ବୃଦ୍ଧି ପାଇବ । କୌଣସି ଗୃହ ଉପକର ଭଳି ନୂତନ ସାମଗ୍ରୀ କ୍ରୟ କରିବେ ।
ବିଛା-ମନ ଉତଫୁଲ ରହିବ । ନୂତନ ବସ୍ତ୍ର ପରିଧାନ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟ ସଚେତନ ହେବେ । ଆୟ ଅବ୍ୟାହତ ରହିବ ।
ଧନୁ- ଦୃଢ ମନୋବଳ ନେଇ ପ୍ରତ୍ୟେକଟି କାମ ସୂଚାରୁ ରୂପେ ତୁଳାଇବେ । ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ର ଅନୁକୂଳ ରହିବ । ଆୟ ବ୍ୟୟ ସମାନ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ
ମକର- ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।
କୁମ୍ଭ- କର୍ତ୍ତବ୍ୟ ନିଷ୍ଠ ହେବେ । ଈଶ୍ୱର ବିଶ୍ୱାସୀ ହେବେ । ପାରିବାରିକ ବୁଝାମଣା ଉତ୍ତମ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ ।
ମୀନ- ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।