ବିଓଆଇର ସିଇଓ ହେଲେ ଅତନୁ
Advertisement

ବିଓଆଇର ସିଇଓ ହେଲେ ଅତନୁ

ବ୍ୟାଙ୍କିଙ୍ଗ ସେକ୍ଟରର ଉଚ୍ଚ ପଦରେ ଅଧିଷ୍ଠିତ ହେଲେ ଆଉ ଜଣେ ଓଡିଆ। ବ୍ୟାଙ୍କ ଅଫ ଇଣ୍ଡିଆର ଶୀର୍ଷ ପଦରେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଅତନୁ କୁମାର ଦାସ। ଏନେଇ ଆଜି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପାଇଛି। ଶ୍ରୀ ଦାସ ଏହି ପଦରେ ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। 

ବିଓଆଇର ସିଇଓ ହେଲେ ଅତନୁ

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ ସେକ୍ଟରର ଉଚ୍ଚ ପଦରେ ଅଧିଷ୍ଠିତ ହେଲେ ଆଉ ଜଣେ ଓଡିଆ। ବ୍ୟାଙ୍କ ଅଫ ଇଣ୍ଡିଆର ଶୀର୍ଷ ପଦରେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଅତନୁ କୁମାର ଦାସ। ଏନେଇ ଆଜି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପାଇଛି। ଶ୍ରୀ ଦାସ ଏହି ପଦରେ ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। 

ଶ୍ରୀ ଦାସ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦୀର୍ଘଦିନ ଅଭିଜ୍ଞତା ରହିଛି। ପ୍ରାୟ ୨୫ ବର୍ଷ ମଧ୍ୟରେ ସେ ବିଭିନ୍ନ ଉଚ୍ଚ ପଦବୀରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଏହା ପୂର୍ବରୁ ସେ କାର୍ଯ୍ୟକାରୀ ନିର୍ଦ୍ଦେଶକ ମଧ୍ୟ ରହିସାରିଛନ୍ତି। ଏହା ସହିତ ଖଡଗପୁର ଆଇଆଇଟିରୁ ଡକ୍ଟରେଟ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। 

ଏହା ପୂର୍ବରୁ ସେ କାନାଡ଼ା ବ୍ୟାଙ୍କରେ ଇକୋନୋମିଷ୍ଟ ଥିଲେ। ସେ ବିଜୟା ବ୍ୟାଙ୍କରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଉତ୍କଳ ବିଶ୍ୱବିଦ୍ୱାଳୟରୁ ଇକୋନୋମିକରେ ମାଷ୍ଟର ଡିଗ୍ରୀ ଶେଷ କରିଥିବା ବେଳେ ବିଜେବି କଲେଜରୁ ଶିକ୍ଷାଲାଭ କରିଛନ୍ତି।