ମୁମ୍ବାଇରେ ହାରିଲା ଭାରତ, ବିଜୟ ସହିତ ଅଷ୍ଟ୍ରେଲିଆର ଯାତ୍ରା ଆରମ୍ଭ

ବର୍ଷ ଆରମ୍ଭରୁ ପରାଜୟର ମୁହଁ ଦେଖିଛି ଭାରତ. ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଠାରୁ ଅତ୍ୟନ୍ତ ନୈରାଶଜନକ ପରାଜୟର ସାମ୍ନା କରିଛି ଭାରତ. ମୁମ୍ବାଇରେ ଖେଳାଯାଇଥିବା ଦିନିକିଆ ସିରିଜରେ ଭାରତକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି. ସେପଟେ ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ବୋଲିଂ ବାହିନୀର ଦାବି କରୁଥିବା ଭାରତ ପ୍ରାରମ୍ଭିକ ଯୋଡ଼ିକୁ ମଧ୍ୟ ଭାଙ୍ଗିବାରେ ବିଫଳ ହୋଇଛି. 

ମୁମ୍ବାଇରେ ହାରିଲା ଭାରତ, ବିଜୟ ସହିତ ଅଷ୍ଟ୍ରେଲିଆର ଯାତ୍ରା ଆରମ୍ଭ
ମୁମ୍ବାଇରେ ହାରିଲା ଭାରତ, ବିଜୟ ସହିତ ଅଷ୍ଟ୍ରେଲିଆର ଯାତ୍ରା ଆରମ୍ଭ

ମୁମ୍ବାଇ: ବର୍ଷ ଆରମ୍ଭରୁ ପରାଜୟର ମୁହଁ ଦେଖିଛି ଭାରତ. ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଠାରୁ ଅତ୍ୟନ୍ତ ନୈରାଶଜନକ ପରାଜୟର ସାମ୍ନା କରିଛି ଭାରତ. ମୁମ୍ବାଇରେ ଖେଳାଯାଇଥିବା ଦିନିକିଆ ସିରିଜରେ ଭାରତକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି. ସେପଟେ ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ବୋଲିଂ ବାହିନୀର ଦାବି କରୁଥିବା ଭାରତ ପ୍ରାରମ୍ଭିକ ଯୋଡ଼ିକୁ ମଧ୍ୟ ଭାଙ୍ଗିବାରେ ବିଫଳ ହୋଇଛି. 

ମଙ୍ଗଳବାର ଦିନିକିଆ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୨୫୬ ରନର ଟାର୍ଗେଟ ଦେଇଥିଲା. ଏହି ଟାର୍ଗେଟକୁ ଅତ୍ୟନ୍ତ ସହଜରେ ହାସଲ କରିନେଇଥିଲା ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ. ବିନା ଓ୍ୱିକେଟ ହରାଇ ଅଷ୍ଟ୍ରେଲିଆ ମାତ୍ର ୩୭.୮ ଓଭରରେ ହାସନ କରିନେଇଥିଲା. ଅଷ୍ଟ୍ରେଲିଆର ଉଭୟ ଓପନରଙ୍କ ଶତକୀୟ ପାଳିରେ ଭାରତୀୟ ବୋଲରମାନେ ଧରାଶାୟୀ ହୋଇ ପଡିଥିଲେ. ଅଷ୍ଟ୍ରେଲିଆର ଡାଭିଡ ଓ୍ୱାର୍ଣ୍ଣର ୧୨୮ ରନ କରିଥିବା ବେଳେ ଆରୋନ ଫିଞ୍ଚ ୧୧୦ ରନ ସଂଗ୍ରହ କରିଥିଲେ. ସେହିପରି ଭାରତୀୟ ବୋଲର ମହମ୍ମଦ ଶାମି ୫୮ ରନ ଦେଇଥିବା ବେଳେ କୁଲଦୀପ ଯାଦବ ୫୫, ସାର୍ଦୁଲ ଠାକୁର ୪୩, ଜଶପ୍ରିତ ବୁମରା ୫୦, ରବିନ୍ଦ୍ର ଜାଡ଼େଜା ୪୧ ରନ ଦେଇଥିଲେ.

ସେପଟେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ଧିମା ଆରମ୍ଭ କରିଥିଲେ. ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂରେ ଆରମ୍ଭରୁ ଭାରତୀୟ ବ୍ୟାଟିଂ ଲାଇନ ବେଶ ପ୍ରଭାବିତ ହୋଇଥିଲା. ଓପନର ରୋହିତ ଶର୍ମା ମାତ୍ର ୧୦ ରନ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୪୭ ଓ ଶିଖର ଧଓ୍ୱନ ୭୪ ରନ କରିଥିଲେ. ଅନ୍ୟମାନେ ସେଭଳି ଆଖିଦୃଶିଆ ରନ ସଂଗ୍ରହ କରିପାରିନଥିଲେ. 

ଅଷ୍ଟ୍ରେଲିଆ ପକ୍ଷରୁ ମାଇକେଲ ଷ୍ଟାର୍କ ସର୍ବାଧିକ ୩ଟି ଓ୍ୱିକେଟ ହାତେଇଥିବା ବେଳେ ପାଟ କମିନ୍ସ ଓ କେନ ରିଚାର୍ଡ଼ସନ ଦୁଇଟି ଏବଂ ଆଡାମ ଜମ୍ପା ଓ ଆଷ୍ଟନ ଆଗର ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ.