close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୁନିଆର ଏକ ନମ୍ୱର ଟିମ ପାକିସ୍ତାନକୁ ୧୦ ୱିକେଟରେ ମାତ୍ ଦେଲା କଙ୍ଗାରୁ ଟିମ

ଟି-୨୦ ଫର୍ମାଟରେ ଦୁନିଆର ନମ୍ୱର ୧ ଟିମ ପାକିସ୍ତାନର ଶୋଚନୀୟ ପରାଜୟ । ଅଷ୍ଟ୍ରେଲିଆ ୧୦ ୱିକେଟରେ ପାକିସ୍ତାନକୁ ପରାଜିତ କଲା । ଓପନର ଡେଭିଡ ୱାର୍ନରଙ୍କ ଅପରାଜିତ ୪୮ ଓ ଏରୋନ ଫିଞ୍ଚଙ୍କ ଅପରାଜିତ ୫୨ ରନର ଧୁଆଧାର ଇଂନିସ ବଳରେ ୧୦ ୱିକେଟ ମ୍ୟାଚ ଜିତି ନେଇଥିଲା କଙ୍ଗାରୁ ଟିମ । 

ଦୁନିଆର ଏକ ନମ୍ୱର ଟିମ ପାକିସ୍ତାନକୁ ୧୦ ୱିକେଟରେ ମାତ୍ ଦେଲା କଙ୍ଗାରୁ ଟିମ
ଅଷ୍ଟ୍ରେଲିଆ କ୍ରିକେଟ ଟିମ

ପର୍ଥ: ଟି-୨୦ ଫର୍ମାଟରେ ଦୁନିଆର ନମ୍ୱର ୧ ଟିମ ପାକିସ୍ତାନର ଶୋଚନୀୟ ପରାଜୟ । ଅଷ୍ଟ୍ରେଲିଆ ୧୦ ୱିକେଟରେ ପାକିସ୍ତାନକୁ ପରାଜିତ କଲା । ଓପନର ଡେଭିଡ ୱାର୍ନରଙ୍କ ଅପରାଜିତ ୪୮ ଓ ଏରୋନ ଫିଞ୍ଚଙ୍କ ଅପରାଜିତ ୫୨ ରନର ଧୁଆଧାର ଇଂନିସ ବଳରେ ୧୦ ୱିକେଟ ମ୍ୟାଚ ଜିତି ନେଇଥିଲା କଙ୍ଗାରୁ ଟିମ । ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ନିଜ ନାଁରେ କରି ନେଇଛି । 

ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ହୋଇ ପାରି ନଥିଲା । ଅନ୍ୟପଟେ ସିରିଜର ଦ୍ୱିତୀୟ ମ୍ୟାଚଟି ଅଷ୍ଟ୍ରେଲିଆ ୭ ୱିକେଟରେ ପାକିସ୍ତାନକୁ ପରାଜିତ କରିଥିଲା । ଅଷ୍ଟ୍ରେଲିଆ ପର୍ଥ ଷ୍ଟାଡିୟମରେ ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା । କିନ୍ତୁ ପାକିସ୍ତାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୦୬ ରନ ସଂଗ୍ରହ କରି ପାରିଥିଲା । ଇଫ୍ତିଖାର ଆଲମ ସର୍ବାଧିକ ୪୫ ରନର ଇଂନିସ ଖେଳିଥିଲେ । ଅନ୍ୟପକ୍ଷେ ଉମାମ ଉଲ ହକ ୧୪ ରନ କରିଥିଲେ । 

ସେହିପରି ପାକିସ୍ତାନର ୮ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କର ସ୍କୋର କରିବାରେ ସକ୍ଷମ ହୋଇ ପାରି ନଥିଲେ । କେନ ରିଚର୍ଡସନ ୧୮ ରନ ଦେଇ ୩ ୱିକେଟ ନେଇଥିଲେ । ମିଶେଲ ଷ୍ଟାର୍କ ଓ ସେନ ବୋଲ୍ଟ ୨-୨ ୱିକେଟ ନେବାରେ ସଫଳ ହୋଇଥିଲେ । ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୦୭ ରନର ଆବଶ୍ୟକତା ଥିଲା । ଯାହାକୁ ଦଳ ୧୧.୫ ଓଭରରେ ବିନା କୌଣସି  ୱିକେଟ ହରାଇ ହାସଲ କରି ନେଇଥିଲା ।   

ଡେଭିଡ ୱର୍ନର ୩୫ ବଲରେ ୪ଟି ଚୌକା ଓ ୨ ଛକ୍କା ସାହାଯ୍ୟରେ ଅପରାଜିତ ୪୮ ରନର ଇଂନିସ ଖେଳିଥିଲେ । ସେହିପରି ଏରୋନ ଫିଞ୍ଚ ୩୬ ବଲରେ ୪ଟି ଚୌକା ଓ ୩ଟି ଛକ୍କା ସାହାଯ୍ୟରେ ୫୨ ରନର ଅପରାଜିତ ଇଂନିସ ଖେଳିଥିଲେ ।