'ବାବ୍ରି ମସଜିଦ ଭଙ୍ଗା ଘଟଣା ନେଇ ପଶ୍ଚାତାପ କରିଥିଲେ ଆଡଭାନୀ'

ଅଯୋଧ୍ୟା ରାୟକୁ ନେଇ ଚମକାଇଦେଲା ଭଳି ବୟାନ ଦେଲେ ପୂର୍ବତନ ବିଜେପି ନେତା ଯଶୋବନ୍ତ ସିହ୍ନା । ଦେଶର ସର୍ବୋଚ୍ଚ ଅଦାଲତର ଏହି ରାୟକୁ ଭୁଲ ବୋଲି କହିଛନ୍ତି ଯଶୋବନ । ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ନେଇ ମଧ୍ୟ ଏକ ଭିନ୍ନ ବୟାନ ଦେଇଛନ୍ତି ପୂର୍ବତନ ବିଜେପି ନେତା । 

'ବାବ୍ରି ମସଜିଦ ଭଙ୍ଗା ଘଟଣା ନେଇ ପଶ୍ଚାତାପ କରିଥିଲେ ଆଡଭାନୀ'
ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ରାୟକୁ ନେଇ ଚମକାଇଦେଲା ଭଳି ବୟାନ ଦେଲେ ପୂର୍ବତନ ବିଜେପି ନେତା ଯଶୋବନ୍ତ ସିହ୍ନା । ଦେଶର ସର୍ବୋଚ୍ଚ ଅଦାଲତର ଏହି ରାୟକୁ ଭୁଲ ବୋଲି କହିଛନ୍ତି ଯଶୋବନ । ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ନେଇ ମଧ୍ୟ ଏକ ଭିନ୍ନ ବୟାନ ଦେଇଛନ୍ତି ପୂର୍ବତନ ବିଜେପି ନେତା । 

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ବାବ୍ରି ମସଜିଦ ଭଙ୍ଗା ଘଟଣା ନେଇ ପଶ୍ଚାତାପ କରିଥିଲେ । ରାମ ମନ୍ଦିର ଆନ୍ଦୋଳନର କର୍ଣ୍ଣଧାର କୁହାଯାଉଥିବା ଆଡଭାନୀଙ୍କୁ ନେଇ ଏଭଳି ମତ ରଖିଛନ୍ତି ଯଶୋବନ୍ତ । ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । କେବଳ ଆଡଭାନୀ ନୁହେଁ, ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଏହି ଘଟଣାରେ ପଶ୍ଚାତାପ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏମାନେ ସମସ୍ତେ ରାମ ମନ୍ଦିର ଆନ୍ଦୋଳନର ଶ୍ରେୟ ନେବାକୁ ଲାଗିପଡିଲେ ବୋଲି କହିଛନ୍ତି ଯଶୋବନ୍ତ । 

yashwant sinha

ସେହିପରି ଐତିହାସିକ ଅଯୋଧ୍ୟା ରାୟ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଯଶୋବନ୍ତ ସିହ୍ନା । ଅଯୋଧ୍ୟା ମାମଲାରେ କୋର୍ଟ ଭୁଲ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ତେବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ସ୍ୱୀକାର କରିବା ପାଇଁ ସେ ମୁସଲିମ ପକ୍ଷଙ୍କୁ ନିବେଦନ କରିଛନ୍ତି । ତାଙ୍କ କହିବା କଥା ହେଲା, ସୁପ୍ରିମକୋର୍ଟଙ୍କ ରାୟ ଉପରେ ଆଉ କୌଣସି ରାୟ ନାହିଁ । ତେଣୁ ଏହି ରାୟକୁ ଗ୍ରହଣ କରି ଆଗକୁ ବଢିବାକୁ ହେବ । ମୁମ୍ବାଇ ସାହିତ୍ୟ ମହତ୍ସୋବରେ ଯୋଗ ଦେବା ଅବସରରେ ଏପରି ବୟାନ ରଖିଥିଲେ ଯଶୋବନ୍ତ ସିହ୍ନା । 

ଆହୁରି ବି ପଢନ୍ତୁ; ଶପଥ ନେଲେ, ମା'ଙ୍କ ପାଦ ଧରିଲେ... ସୁପ୍ରିମକୋର୍ଟର ସୁପ୍ରିମ ଦାୟିତ୍ୱ ଗ୍ରହଣ କଲେ