Ayodhya Case: ହିନ୍ଦୁ ମହାସଭା ମଧ୍ୟ ଆବେଦନ କରିବ ରିଭ୍ୟୁ ପିଟିସନ
Advertisement

Ayodhya Case: ହିନ୍ଦୁ ମହାସଭା ମଧ୍ୟ ଆବେଦନ କରିବ ରିଭ୍ୟୁ ପିଟିସନ

ଅଯୋଧ୍ୟା ମାମଲାରେ କେବଳ ମୁସଲିମ ପକ୍ଷ ନୁହେଁ, ହିନ୍ଦୁ ମହାସଭା ମଧ୍ୟ ପୁନର୍ବିଚାର ଆବେଦନ କରିବ । ହିନ୍ଦୁ ମହାସଭା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ବିଷ୍ଣୁ ଜୈନ ଏହି ସୂଚନା ଦେଇଛନ୍ତି । ମୁସଲିମ ପକ୍ଷକୁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଶୁଣାଣି ବେଳେ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ରାୟ ଉପରେ ରିଭ୍ୟୁ ପିଟିସନ ଦାଖଲ କରିବ ହିନ୍ଦୁ ମହାସଭା । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ କେବଳ ମୁସଲିମ ପକ୍ଷ ନୁହେଁ, ହିନ୍ଦୁ ମହାସଭା ମଧ୍ୟ ପୁନର୍ବିଚାର ଆବେଦନ କରିବ । ହିନ୍ଦୁ ମହାସଭା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ବିଷ୍ଣୁ ଜୈନ ଏହି ସୂଚନା ଦେଇଛନ୍ତି । ମୁସଲିମ ପକ୍ଷକୁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଶୁଣାଣି ବେଳେ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ରାୟ ଉପରେ ରିଭ୍ୟୁ ପିଟିସନ ଦାଖଲ କରିବ ହିନ୍ଦୁ ମହାସଭା । 

ବିଦେଶୀ ଗଣମାଧ୍ୟମରେ ଅଯୋଧ୍ୟା ରାୟ, ଏମିତି ଲେଖିଲା ନ୍ୟୁୟର୍କ ଟାଇମ୍ସ...

ବିଶ୍ୱ ହିନ୍ଦୁ ପରିଷଦ(VHP)ର କହିବା କଥା ହେଲା, ସୁନ୍ନି ୱକଫ ବୋର୍ଡକୁ ଅଯୋଧ୍ୟାର ନଗର ପାଳିକା ବାହାରେ ଜମି ଦିଆଯାଉ । ତେଣୁ ଅଯୋଧ୍ୟା ନଗର ପାଳିକା ପରିସୀମା ଭିତରେ ଜମି ନଦେବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯିବ ।  VHPର ଉପାଧ୍ୟକ୍ଷ ଚମ୍ପତରାୟ କହିଛନ୍ତି, ''ପୂର୍ବରୁ ଅଯୋଧ୍ୟା ଏକ କ୍ଷୁଦ୍ର ନଗରପାଳିତା ଥିଲା । ଗତ ଡିସେମ୍ବର ୨୦୧୮ରେ ଅଯୋଧ୍ୟା ଏବଂ ଫୌଜାବାଦ ନଗରପାଳିକାକୁ ମିଶ୍ରଣ କରି ଏକ ନଗର ନିଗମ ଗଠନ କରାଗଲା । ତେବେ ସୁନ୍ନି ୱକଫ ବୋର୍ଡକୁ ପୁରୁଣା ଅଯୋଧ୍ୟା ନଗର ପାଳିକା ସୀମା ବାହାରେ ଜମି ଦେବା ନେଇ ରିଭ୍ୟୁ ପିଟିସନ ଦାଖଲ କରାଯିବ ।''

ସେହିପରି ରାମମନ୍ଦିର ନିର୍ମାଣ ପାଇଁ ଗଠନ ହେବାକୁ ଥିବା ଟ୍ରଷ୍ଟର ଅଧ୍ୟକ୍ଷ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କରିବା ପାଇଁ କିଛି ସାଧୁ ଅନୁରୋଧ କରୁଛନ୍ତି । ତେବେ ଏହି ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି  VHP ଉପାଧ୍ୟକ୍ଷ ଚମ୍ପତରାୟ । କହିଛନ୍ତି, ମୋହନ ଭାଗବତ ଏହି ଟ୍ରଷ୍ଟର ଅଧ୍ୟକ୍ଷ ହେବା ଉଚିତ ନୁହେଁ । ଅନ୍ୟପଟେ ମୁସଲିମ ପକ୍ଷଙ୍କ ରିଭ୍ୟୁ ପିଟିସନକୁ ତାଙ୍କୁ ଆଇନଗତ ଅଧିକାର ବୋଲି କହିଛନ୍ତି  VHP ଉପାଧ୍ୟକ୍ଷ । 

ଆହୁରି ପଢନ୍ତୁ; 'ଅଯୋଧ୍ୟା ରାମ ଜନ୍ମଭୂମି ମାମଲା'ର ରାୟ ପ୍ରକାଶ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ...