close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅଯୋଧ୍ୟ ମାମଲା: ଆଜି ବସିବ ଖଣ୍ଡପୀଠଙ୍କ ବୈଠକ

ରାଜନୈତିକ ଦୃଷ୍ଟି କୋଣରେ ବେଶ ସମ୍ବେଦନଶୀଳ କୁହାଯାଉଥିବା ଅଯୋଧ୍ୟା ମାମଲାର ଶୁଣାଣି ବୁଧବାର ଶେଷ ହୋଇଛି । ଏହାର ରାୟ ସଂରକ୍ଷିତ ରଖିଛନ୍ତି ଅଦାଲତ । ଆଉ ଏହାର ଠିକ ପର ଦିନ ଅର୍ଥାତ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ବୈଠକ ରହିଛି । କୋର୍ଟ ଏନେଇ ଏକ ନୋଟିସ ଜାରି କରିଛନ୍ତି । 

 ଅଯୋଧ୍ୟ ମାମଲା: ଆଜି ବସିବ ଖଣ୍ଡପୀଠଙ୍କ ବୈଠକ
ନଭେମ୍ବର ୧୭ ପୂର୍ବରୁ ଆସିପାରେ ରାୟ

ନୂଆଦିଲ୍ଲୀ: ରାଜନୈତିକ ଦୃଷ୍ଟି କୋଣରେ ବେଶ ସମ୍ବେଦନଶୀଳ କୁହାଯାଉଥିବା ଅଯୋଧ୍ୟା ମାମଲାର ଶୁଣାଣି ବୁଧବାର ଶେଷ ହୋଇଛି । ଏହାର ରାୟ ସଂରକ୍ଷିତ ରଖିଛନ୍ତି ଅଦାଲତ । ଆଉ ଏହାର ଠିକ ପର ଦିନ ଅର୍ଥାତ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ବୈଠକ ରହିଛି । କୋର୍ଟ ଏନେଇ ଏକ ନୋଟିସ ଜାରି କରିଛନ୍ତି । 

ଏଥିରେ କୁହାଯାଇଛି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସହ ଖଣ୍ଡପୀଠର ଅନ୍ୟ ସଦସ୍ୟଙ୍କ ବୈଠକ ହେବ । ଏହି ବୈଠକରେ ଅଯୋଧ୍ୟା ମାମଲର କୌଣସି ପକ୍ଷ ଉପସ୍ଥିତ ରହିବେ ନାହିଁ । ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସମେତ ଜଷ୍ଟିସ ଏସ।ଏ। ବୋଡବେ, ଜଷ୍ଟିସ ଡି।ଓ୍ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଅବଦୁଲ ନଜୀର ରହିଛନ୍ତି । 

କହିରଖୁଛୁ, ଏହା ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟ ବିରୋଧରେ ହୋଇଥିବା ଅପିଲ ଉପରେ ବିଗତ ୪୦ ଦିନ ହେଲା ଶୁଣାଣି ଚାଲିଥିଲା । ବୁଧବାର ଶୁଣାଣି ଶେଷ କରିଥିଲେ ଅଦାଲତ । ପୂର୍ବରୁ ୨୦୧୦ ସେପ୍ଟେମ୍ବରରେ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିଲେ ଆହ୍ଲାବାଦ ହାଇକୋର୍ଟ । ପରେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ସୁପ୍ରିମକୋର୍ଟରେ ଦୀର୍ଘ ୪୦ ଦିନ ଧରି ଚାଲିଥିବା ଶୁଣାଣିରେ ବିଭିନ୍ନ ପକ୍ଷ ନିଜ ନିଜର ଦସ୍ତାବିଜ ଦାଖଲ କରିଥିଲା । 

ଶୁଣାଣିର ଶେଷ ଦିନରେ ରାଜୀବ ଧଓ୍ୱନ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ସରଗରମ । ଘଟଣା ଥିଲା ଏପରି । ବୁଧବାର ଶୁଣାଣି ବେଳେ ହିନ୍ଦୁ ମହାସଭା ଓକିଲ ବିକାଶ ସିଂହ ଅବସରପ୍ରାପ୍ତ ଆଇଏଏସ ଅଫିସର କୁନାଲ କିଶୋରଙ୍କ ପୁସ୍ତକ ଅଯୋଧ୍ୟା ରିଭିଜେଟେଡକୁ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପନ କରିଥିଲେ । ଏହି ପୁସ୍ତକରେ ରହିଥିବା ଏକ ନକ୍ସାକୁ କୋର୍ଟ ବଳିଷ୍ଠ ପ୍ରମାଣ ଆକାରରେ ଗ୍ରହଣ କରିବା ଆବଶ୍ୟକ ବୋଲି ଯୁକ୍ତି ବାଢିଥିଲେ ବିକାଶ ସିଂହ । ଅନ୍ୟପଟେ ଏହି ନକ୍ସାକୁ ଖଣ୍ଡପୀଠଙ୍କ ସମ୍ମୁଖରେ ଚିରି ଦେଇଥିଲେ ସୁନ୍ନି ଓ୍ୱକଫ ବୋର୍ଡ ପକ୍ଷରୁ ମାମଲା ଲଢୁଥିବା ରାଜୀବ ଧଓ୍ୱନ ।ଯାହାକୁ ନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।