close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟର ବିଚାରପତିଙ୍କ ବୈଠକ ଶେଷ, ୧୦ରୁ ୧୫ ନଭେମ୍ବର ମଧ୍ୟରେ ଆସିପାରେ ରାୟ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଯାଇଛି । ଏହି ମାମଲାର ଶେଷ ଶୁଣାଣି ଦିନ ଅକ୍ଟୋବର ୧୬ ଥିଲା । ବର୍ତ୍ତମାନ ଏହା ଉପରେ ରାୟ ଆସିବ ।ଯାହାକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି । ଏହି ମାମଲା ଉପରେ ରାୟ ଲେଖିବା ପାଇଁ ଗୁରୁବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସହିତ ୫ ଜଣ ବିଚାରପତିଙ୍କ ଏକ ବୈଠକ ମଧ୍ୟ ହୋଇଯାଇଛି । 

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟର ବିଚାରପତିଙ୍କ ବୈଠକ ଶେଷ, ୧୦ରୁ ୧୫ ନଭେମ୍ବର ମଧ୍ୟରେ ଆସିପାରେ ରାୟ
ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଯାଇଛି । ଏହି ମାମଲାର ଶେଷ ଶୁଣାଣି ଦିନ ଅକ୍ଟୋବର ୧୬ ଥିଲା । ବର୍ତ୍ତମାନ ଏହା ଉପରେ ରାୟ ଆସିବ ।ଯାହାକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି । ଏହି ମାମଲା ଉପରେ ରାୟ ଲେଖିବା ପାଇଁ ଗୁରୁବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସହିତ ୫ ଜଣ ବିଚାରପତିଙ୍କ ଏକ ବୈଠକ ମଧ୍ୟ ହୋଇଯାଇଛି । 

ମିଳିଥିବା ସୂଚନା ଅନୁସାରେ, ଏହି ବୈଠକରେ ମାମଲାଟି ଅତି ସମ୍ବେଦନଶୀଳ  ହୋଇଥିବାରୁ  କମ ସମୟରେ ସମସ୍ତ ଦିଗ ପ୍ରତି ଦୃଷ୍ଟି ରଖି ଏହା ଉପରେ କିପରି ରାୟ ଲେଖାଯିବ ଓ ପ୍ରକାଶ କରାଯିବ, ତାହା ଉପରେ ଆଲୋଚନା କରାଯାଇଥିଲା । ଏହାସହ ଆହ୍ଲାବାଦ କୋର୍ଟର ରାୟକୁ କିପରି ଗ୍ରହଣ କରାଯିବ, ତାହା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। 

ବିଚାରପତିମାନେ ଶୁଣାଣି ବେଳେ ପକ୍ଷକାରଙ୍କ ଦାବି ଓ ରାୟକୁ ନେଇ ନିଜ ନିଜ ଦୃଷ୍ଟିକୋଣକୁ ନେଇ ଚର୍ଚ୍ଚା କରିଥିଲେ । ବୈଠକରେ ମଧ୍ୟସ୍ଥତା ସମିତିର ରିପୋର୍ଟ ଓ ରାୟ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ମଧ୍ୟସ୍ଥତା ସମିତିର ରିପୋର୍ଟ ଏକ ସିଲ ଆବଦ୍ଧ ଲଫାପାରେ ୫ ଜଣ ବିଚାରପତିଙ୍କୁ ମିଳିଥିଲା । 

ଏହି ରିପୋର୍ଟରେ କିଛି ପକ୍ଷକାରଙ୍କ ବୁଝାମଣା ପ୍ରସ୍ତାବର ଉଲ୍ଲେଖ ରହିଛି । ଅନ୍ୟପଟେ ଆହୁରି ବିଚାରପତିଙ୍କ ମଧ୍ୟରେ ବୈଠକ ହେବାର ଅଛି । ଏହି ବୈଠକରେ ସ୍ପଷ୍ଟ ହୋଇଯାଇଛି ଯେ ରାୟ ନଭେମ୍ବର ୧୭ ଯାଏ ଆସିଯିବ । ଏପରି ସଙ୍କେତ ମିଳୁଛି ଯେ ନଭେମ୍ବର ୧୦ରୁ ୧୫ ମଧ୍ୟରେ ରାୟ ଆସିବ ।

ଅନ୍ୟପକ୍ଷେ ସୁନ୍ନି ସେଣ୍ଟଲ ବକ୍ଫ ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକି ଅଯୋଧା ମାମଲାରୁ ନିଜ ପକ୍ଷ ଉଠାଇ ନେଇ ନାହିଁ ବୋଲି କହିଛନ୍ତି । ଆମେ ସୁପ୍ରିମକୋର୍ଟରେ ଏପରି କୌଣସି ଆବେଦନ କରିନାହୁ, ଯେଉଁଥିରେ କୁହାଯାଇଛି ଯେ ଆମେ ଯାଚିକାକୁ ଫେରାଇ ନେଉଛୁ । ଅନ୍ୟପଟେ ମଧ୍ୟସ୍ଥତା ପ୍ୟାନେଲକୁ ଆମେ କହିଛୁ ଯେ ସେ ସୂଚନାକୁ ସାର୍ବଜନୀନ ନ କରାଯାଉ ବୋଲି ଜୁଫର ଫାରକୀ କହିଛନ୍ତି।