Ayodhya Case: ରିଭ୍ୟୁ ପିଟିସନ ଦାଖଲ କରିଥିଲେ, ଖାରଜ ପରେ ବି ଖୁସ ହେଲେ...
Advertisement

Ayodhya Case: ରିଭ୍ୟୁ ପିଟିସନ ଦାଖଲ କରିଥିଲେ, ଖାରଜ ପରେ ବି ଖୁସ ହେଲେ...

ଅଯୋଧ୍ୟା ମାମଲାରେ ଦାଖଲ ହୋଇଥିବା ସମସ୍ତ ୧୯ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଆବେଦନକାରୀଙ୍କ ସମସ୍ତ ଦସ୍ତାବିଜ ଦେଖିବା ପରେ ପୁନର୍ବିଚାର ନେଇ କୌଣସି ଆଧାର ନଥିବା କହିଛନ୍ତି ଅଦାଲତ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କେବଳ ହିନ୍ଦୁ ମହାସଭା ନୁହେଁ, କେତେକ ମୁସଲମାନ ପକ୍ଷକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଦାଖଲ ହୋଇଥିବା ସମସ୍ତ ୧୯ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଆବେଦନକାରୀଙ୍କ ସମସ୍ତ ଦସ୍ତାବିଜ ଦେଖିବା ପରେ ପୁନର୍ବିଚାର ନେଇ କୌଣସି ଆଧାର ନଥିବା କହିଛନ୍ତି ଅଦାଲତ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କେବଳ ହିନ୍ଦୁ ମହାସଭା ନୁହେଁ, କେତେକ ମୁସଲମାନ ପକ୍ଷକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । 

ସେପଟେ ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନ ଦାଖଲ କରିପାରନ୍ତି ମୁସଲିମ ପକ୍ଷ । ମସଜିଦ ପକ୍ଷର ଆଇନଜୀବୀ ତଥା ମୁସଲିମ ପର୍ସନାଲ ଲ ବୋର୍ଡର ସଚିବ ଜଫରୟାବ ଜିଲାନୀ ଏନେଇ ଚିନ୍ତା କରିବେ ବୋଲି କହିଛନ୍ତି । ଅନ୍ୟପଟେ ଅଦାଲତ ରିଭ୍ୟୁ ପିଟିସନ ଖାରଜ କରିଦେବା ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ମସଜିଦ ପକ୍ଷକାର ଜମିୟତ ଉଲେମା-ଏ-ହିନ୍ଦର ଅଧ୍ୟକ୍ଷ ଅରଶଦ ମଦନୀ । 

ମୁସଲିମ ପକ୍ଷକାରଙ୍କୁ ୫ ଏକର ଜମି ନଦେବା ପାଇଁ ରିଭ୍ୟୁ ପିଟିସନ ଦାଖଲ କରିଥିଲା ହିନ୍ଦୁ ମହାସଭା । ମାତ୍ର ଦେଶର ସର୍ବୋଚ୍ଚ ଅଦାଲତ ଏହାକୁ ମଧ୍ୟ ଖାରଜ କରିଦେଇଛନ୍ତି । ତେବେ ରିଭ୍ୟୁ ପିଟିସନ ଖାରଜ ହେବା ପରେ ମଧ୍ୟ ଖୁସି ବ୍ୟକ୍ତ କରିଛି ହିନ୍ଦୁ ମହାସଭା ।  ମହାସଭାର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ଆମେ ଏମିତି ଏକ ପକ୍ଷକାର ଯିଏ କି ରିଭ୍ୟୁ ପିଟିସନ ଖାରଜ ହେବା ପରେ ମଧ୍ୟ ଖୁସ ଅଛି । 

ସେହିପରି ସୁନ୍ନୀ ୱକଫ ବୋର୍ଡର ଅଧ୍ୟକ୍ଷ ଜଫର ଫାରୁକୀ ମଧ୍ୟ ରିଭ୍ୟୁ ପିଟିସନ ଖାରଜ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ''ସେ ରିଭ୍ୟୁ ପିଟିସନ ଦାଖଲ କରିନଥିଲେ । ଯେଉଁମାନେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ, ଏବେ ତାହା ଖାରଜ ହୋଇଛି । ରିଭ୍ୟୁ ପିଟିସନ ଦାଖଲ ନ କରିବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଏବେ ଠିକ ସାବ୍ୟସ୍ତ ହୋଇଛି ।'' ମସଜିଦ ପକ୍ଷକାର ଇକବାଲ ଅଂସାରୀ ମଧ୍ୟ ଅଦାଲତଙ୍କ ରାୟରେ ସନ୍ତୁଷ୍ଟ ବୋଲି କହିଛନ୍ତି । ସେ ରିଭ୍ୟୁ ପିଟିସନ ଦାଖଲ କରିନଥିଲେ । 

ଗୁରୁବାର ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ମାମଲାର ରିଭ୍ୟୁ ପିଟିସନ ଉପରେ ଚେମ୍ବରରେ ଶୁଣାଣି କରିଥିଲେ । ତେବେ କେହି ଏହି ମାମଲାର ପୁନର୍ବିଚାର କରିବାକୁ ଉଚିତ ମଣିନଥିଲେ । ଯେଉଁଥିପାଇଁ ସମସ୍ତ ୧୯ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଥିଲେ ।

ଆହୁରି ପଢନ୍ତୁ; ବନ୍ଧୁକ ମୁନରେ ବିଲ୍ !