close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅଯୋଧ୍ୟା ମାମଲା: ଆସନ୍ତାକାଲି ସକାଳ ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ହେବାର ଅଛି । ଏହି ରାୟ ଆସିବା ପୂର୍ବରୁ ଦେଶବାସୀଙ୍କ ମଧ୍ୟର ଉତ୍କଣ୍ଠା ବଢିବାରେ ଲାଗିଛି । ଅନ୍ୟପକ୍ଷେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ଅର୍ଥାତ ନଭେମ୍ୱର ୯ରେ ସୁପ୍ରିମକୋର୍ଟ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ମାମଲାରେ ସକାଳ ୧୦.୩୦ରେ ରାୟ ପ୍ରକାଶ କରିବେ । ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କ ସାମ୍ୱିଧାନିକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବେ । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି ।

ଅଯୋଧ୍ୟା ମାମଲା: ଆସନ୍ତାକାଲି ସକାଳ ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ହେବାର ଅଛି । ଏହି ରାୟ ଆସିବା ପୂର୍ବରୁ ଦେଶବାସୀଙ୍କ ମଧ୍ୟର ଉତ୍କଣ୍ଠା ବଢିବାରେ ଲାଗିଛି । ଅନ୍ୟପକ୍ଷେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ଅର୍ଥାତ ନଭେମ୍ୱର ୯ରେ ସୁପ୍ରିମକୋର୍ଟ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ମାମଲାରେ ସକାଳ ୧୦.୩୦ରେ ରାୟ ପ୍ରକାଶ କରିବେ । ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କ ସାମ୍ୱିଧାନିକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବେ । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି ।

ଏହାସହ ପୂର୍ବରୁ ଏହି ମାମଲାରେ ହିନ୍ଦୁ ଓ ମୁସଲିମ ପକ୍ଷକାର ତରଫରୁ ଦାଖଲ ସରିଛି ମୋଲ୍ଡିଙ୍ଗ ଅଫ ରିଲଫ । ସମସ୍ତ ପକ୍ଷକାରା ସିଲ ଆବଦ୍ଧ ଲଫାପରେ ନୋଟ ଦାଖଲ କରିଥିଲେ । ହିନ୍ଦୁ ମହାସଭା କୋର୍ଟ ପାଖରେ ମନ୍ଦିର ନିର୍ମାଣ ଓ ବ୍ୟବସ୍ଥା ପାଇଁ ଟ୍ରଷ୍ଟ ଗଠନ କରିବା ପାଇଁ ଦାବି କରିଛି । ଏହାସହ ସମ୍ପତ୍ତିର ଯୋଗାଡ଼ କିପରି କରାଯିବ, ତାହାକୁ ନେଇ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇପାରନ୍ତି ବୋଲି ହିନ୍ଦୁ ମହାସଭା କହିଛି । 

ନିର୍ମୋହୀ ଅଖାଡେ ନିଜ ନୋଟରେ କହିଛି , ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ହେବା ସହ ରାମଲଲାଙ୍କ ସେବା ପୂଜା ଓ ବ୍ୟବସ୍ଥାର ଅଧିକାର ଦିଆଯାଉ । ଏହା ବ୍ୟତୀତ ଏହି ସମସ୍ତ ବିବାଦ ଭିତରେ ରାମଲଲା ବିରାଜମାନ ତରଫରୁ ମଧ୍ୟ ଲିଖିତ ଜବାବ ଦାଖଲ କରାଯାଇଛି । ରାମଲଲା ବିରାଜମାନ ତରଫରୁ କୁହାଯାଇଛି , ସମସ୍ତ ଭୂମି ରାମ ମନ୍ଦିର ପାଇଁ ଦିଆଯାଉ । ଏହାସହ ନିର୍ମୋହୀ ଅଖାଡେ ଅଥବା ମୁସଲିମ ପକ୍ଷଙ୍କୁ ଭୂମିର କୌଣସି ଅଂଶ ନ ମିଳୁ । 

ରାମ ଜନ୍ମଭୂମି ପୁନଃରୁଦ୍ଧାର ସମିତି ମଧ୍ୟ ସର୍ବୋଚ୍ଚ କୋର୍ଟରେ ନିଜ ଜବାବ ଦାଖଲ କରିଥିଲା ।  ସମିତି କହିଛି ଯେ, ବିବାଦୀୟ ସ୍ଥାନରେ କେବଳ ମନ୍ଦିର ହିଁ ନିର୍ମାଣ ହେଉ । ଏହାସହ ମନ୍ଦିର ପ୍ରଶାସନ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଉ । ଅନ୍ୟପଟେ ମୁସଲିମ ପକ୍ଷକାର କହିଥିଲେ ଯେ  ସେମାନଙ୍କୁ ସେହି ରିହାତି ମିଳୁ, ଯାହା କୋର୍ଟର ଶୁଣାଣି ବେଳେ ଦାବି କରାଯାଇଥିଲା । ଏଠାରେ କହି ରଖୁଛୁ , ରାଜୀବ ଧୱନ ଶୁଣାଣି ବେଳେ ବିଧ୍ୱସ୍ତ ପୂର୍ବର ବାବ୍ରୀ ମସଜିଦ ଦରକାର ବୋଲି କହିଥିଲେ । 

ମୋଲ୍ଡିଙ୍ଗ ଅଫ ରିଲିଫ(ରିହାତିରେ ପରିବର୍ତ୍ତନ) କଣ? 
ଅଯୋଧ୍ୟା ମାମଲାର ୪୦ ଦିନର ଶୁଣାଣି ବେଳେ ଯେଉଁ ଗୋଟିଏ ଶବ୍ଦ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି, ତାହା ହେଉଛି ମୋଲ୍ଡିଙ୍ଗ ଅଫ ରିଲିଫ । ଏହାର ପ୍ରୟୋଗ ସିଭିଲ ସୁଟ ପରି ମାମଲା ପାଇଁ ବ୍ୟବହାର କରାଯାଇଥାଏ । ସୁପ୍ରିମକୋର୍ଟ ଆର୍ଟିକାଲ ୧୪୨ ଓ ସିପିସିର ଧାରା ୧୫୧ ଅନ୍ତର୍ଗତ ଏହି ଅଧିକାରର ବ୍ୟବହାର କରନ୍ତି । ଯାଚିକାକର୍ତ୍ତା କୋର୍ଟ ନିକଟରେ ନିଜ ଦାବି ସହ ପହଞ୍ଚିଥାଏ ଓ ଯଦି ଦାବି ପୂରଣ ନ ହୋଇ ପାରିଲେ ତେବେ ଯେଉଁ ବିକଳ୍ପ ସେମାନଙ୍କୁ ଦିଆଯାଏ ତାହାକୁ ମୋଲ୍ଡିଙ୍ଗ ଅଫ ରିଲିଫ କୁହାଯାଇଥାଏ ।