• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

ମୁଖ୍ୟ ବିଚାରପତିଙ୍କ ଅବସର ନେବା ପୂର୍ବରୁ ରାମ ମନ୍ଦିରକୁ ନେଇ ଆସିବ ରାୟ!

ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି- ବାବ୍ରୀ ମସଜିଦ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି । ଏହି ଶୁଣାଣିର ଶେଷ ଅଧ୍ୟାୟ ଆରମ୍ଭ ହୋଇଯାଇଛି, ଅକ୍ଟୋବର ୧୭ ହେବ ଶୁଣାଣିର ଶେଷ ଦିନ । ଏହାପୂର୍ବରୁ ସୋମବାର ମୁସଲିମ ପକ୍ଷକାର ତରଫରୁ ଓକିଲ ରାଜୀବ ଧୱନ ପକ୍ଷ ରଖିଛନ୍ତି । ଏହି ସମୟରେ ସେ ହିନ୍ଦୁ ପକ୍ଷକାରଙ୍କ ତରଫରୁ ଦିଆଯାଇଥିବା ତର୍କ ସ୍କନ୍ଦ ପୁରାଣ ଓ ଶ୍ରଦ୍ଧା ଉପରେ ପ୍ରଶ୍ନ ଉଠାଇଥିଲେ । ମୁସଲିମ ପକ୍ଷକାରଙ୍କ ପାଇଁ ଆଜି(ସୋମବାର)ହିଁ ନିଜ ପକ୍ଷ ରଖିବାର ଶେଷ ଦିନ । ଯାହାପରେ ଆସନ୍ତା ମଙ୍ଗଳବାର ହିନ୍ଦୁ ପକ୍ଷକାର ନିଜ ଜବାବ ରଖିବେ ।

ମୁଖ୍ୟ ବିଚାରପତିଙ୍କ ଅବସର ନେବା ପୂର୍ବରୁ ରାମ ମନ୍ଦିରକୁ ନେଇ ଆସିବ ରାୟ!
Ayodhya case: Supreme court verdict might come on october 17

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି- ବାବ୍ରୀ ମସଜିଦ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି । ଏହି ଶୁଣାଣିର ଶେଷ ଅଧ୍ୟାୟ ଆରମ୍ଭ ହୋଇଯାଇଛି, ଅକ୍ଟୋବର ୧୭ ହେବ ଶୁଣାଣିର ଶେଷ ଦିନ । ଏହାପୂର୍ବରୁ ସୋମବାର ମୁସଲିମ ପକ୍ଷକାର ତରଫରୁ ଓକିଲ ରାଜୀବ ଧୱନ ପକ୍ଷ ରଖିଛନ୍ତି । ଏହି ସମୟରେ ସେ ହିନ୍ଦୁ ପକ୍ଷକାରଙ୍କ ତରଫରୁ ଦିଆଯାଇଥିବା ତର୍କ ସ୍କନ୍ଦ ପୁରାଣ ଓ ଶ୍ରଦ୍ଧା ଉପରେ ପ୍ରଶ୍ନ ଉଠାଇଥିଲେ । ମୁସଲିମ ପକ୍ଷକାରଙ୍କ ପାଇଁ ଆଜି(ସୋମବାର)ହିଁ ନିଜ ପକ୍ଷ ରଖିବାର ଶେଷ ଦିନ । ଯାହାପରେ ଆସନ୍ତା ମଙ୍ଗଳବାର ହିନ୍ଦୁ ପକ୍ଷକାର ନିଜ ଜବାବ ରଖିବେ ।

Ram Temple

କିଏ କିଏ କରୁଛନ୍ତି ଏହି ମାମଲାର ଶୁଣାଣି

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ସହ ବିଚାରପତି ଏସ.ଏ ୱାୱଡ଼େ, ବିଚାରପତି ଡିବାଇ ଚନ୍ଦ୍ରଚୁଡ଼, ବିଚାରପତି ଅଶୋକ ଭୂଷଣ, ବିଚାରପତି ଏସ.ଏ ନଜୀରଙ୍କ ସାମ୍ବିଧାନିକ ଖଣ୍ଡପୀଠ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ଶୁଣାଣି କରୁଛନ୍ତି ।  ହିନ୍ଦୁ ଓ ମୁସଲିମ ପକ୍ଷ ମଧ୍ୟରେ ମଧ୍ୟସ୍ଥତା କରିବାର ପ୍ରୟାସ ଅସଫଳ ହେବାରୁ ଅଗଷ୍ଟ ୬ରୁ ପ୍ରତିଦିନ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତାହରେ ୫ ଦିନ ଏହି ମାମଲାର ଶୁଣାଣି ହେଉଛି ।

ପ୍ରଧାନ ବିଚାରପତିଙ୍କ ଅବସର ନେବା ପୂର୍ବରୁ ଆସିଯିବ ଏହି ମାମଲାର ରାୟ?

ପ୍ରଧାନ ବିଚାରପତି ଗୋଗୋଇ ନଭେମ୍ବର ୧୭ରେ ଅବସର ନେଉଛନ୍ତି । ସେହି ପରିପ୍ରେକ୍ଷୀରେ ଏହି ମାମଲା ଉପରେ ଅତି ଶୀଘ୍ର ରାୟ ଆସିବାର ନେଇ ଅନୁମାନ କରାଯାଉଛି । ବିଗତ ଦିନରେ ପ୍ରଧାନ ବିଚାରପତି କହିଥିଲେ ଯେ,  ଯଦି ଏହି ମାମଲାର ଶୁଣାଣି ଅକ୍ଟୋବର ୧୭ରେ ଶେଷ ହୋଇ ନ ପାରିଲା, ତେବେ ରାୟ ପ୍ରକାଶରେ ବିଳମ୍ୱ ହେବ ।

ଚାରି ଦିନରେ ଶେଷ ହେବ ଏହି ମାମଲାର ଶୁଣାଣି ?

ସୁପ୍ରିମକୋର୍ଟ ତରଫରୁ ଯେଉଁ ସମୟ ସୀମା ଧାର୍ଯ୍ୟ କରାଯାଇଛି, ତାହାକୁ ଦେଖିଲେ ବର୍ତ୍ତମାନ ଶୁଣାଣି ପାଇଁ କୋର୍ଟ ପାଖରେ ୪ ଦିନର ସମୟସୀମା ରହିଛି ।  ସୋମବାର ମୁସଲିମ ପକ୍ଷକାର ତରଫରୁ ପକ୍ଷ ରଖାଯିବ, ପୁଣି ଅକ୍ଟୋବର ୧୬ ଯାଏଁ ହିନ୍ଦୁ ପକ୍ଷକାର ନିଜ ପକ୍ଷ କୋର୍ଟ ଆଗରେ ରଖିବ । ଅକ୍ଟୋବର ୧୭ ଏହି ମାମଲାରେ ପକ୍ଷ ରଖିବାର ଶେଷ ଦିନ ହେବ । 

ଅଯୋଧ୍ୟାରେ ଜାରି ରହିଛି ୧୪୪ ଧାରା
ସୋମବାରର ଶୁଣାଣି ପୂର୍ବରୁ ଅଯୋଧ୍ୟାରେ ଲାଗୁ ହୋଇଛି ୧୪୪  ଧାରା । ଏହି ଧାରା ଆସନ୍ତା ଡିସେମ୍ବର ୧୦ ଯାଏଁ  ଜାରି ରହିବ ବୋଲି କହିଛନ୍ତି ଅଯୋଧ୍ୟାର ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।