• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।
  • ଶିଶୁ ଉଦ୍ଧାର ଦିଗରେ ଓଡ଼ିଶା ପୋଲିସକୁ ସଫଳତା
  • ୮ ଦିନରେ ୮୯୪ ନିଖୋଜ ଶିଶୁ ଉଦ୍ଧାର ନେଇ ପୋଲିସ୍ ଡିଜି ଅଭୟଙ୍କ ସୂଚନା

ଆଜିର ରାୟ ଚୁଡାନ୍ତ ନୁହେଁ, ଏହା ପରେ ବି ରହିଛି ବିକଳ୍ପ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଆଜି ଆସୁଛି । ଦିନ ୧୦.୩୦ରେ ରାୟ ଶୁଣାଇବେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ । 

ଆଜିର ରାୟ ଚୁଡାନ୍ତ ନୁହେଁ, ଏହା ପରେ ବି ରହିଛି ବିକଳ୍ପ
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଅଯୋଧ୍ୟା ମାମଲାର ରାୟ । ସବୁଠୁ ପୁରୁଣା ମାମଲା ମଧ୍ୟରୁ ଅନ୍ୟତମ ଏହି ମାମଲାର ରାୟ ଶୁଣାଇବେ ଦେଶର ସର୍ବୋଚ୍ଚ ଅଦାଲତ । ତେବେ ଏହି ରାୟ ଚୁଡାନ୍ତ ନୁହେଁ । ପକ୍ଷକାରଙ୍କ ପାଖରେ ଏହା ପରେ ମଧ୍ୟ ବିକଳ୍ପ ରହିଛି । ଲଗାତାର ୪୦ ଦିନ ଧରି ଶୁଣାଣି କରିବା ପରେ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । 

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଆଜି ଆସୁଛି । ଦିନ ୧୦.୩୦ରେ ରାୟ ଶୁଣାଇବେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ । ତେବେ ଏହି ରାୟ ଚୁଡାନ୍ତ ନୁହେଁ । ଏହା ପରେ ମଧ୍ୟ ପୁନର୍ବିଚାର(ରିଭ୍ୟୁ ପିଟିସନ) ଆବେଦନ କରାଯାଇପାରିବ । ଆଜି ଯେଉଁ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇବେ, ସେହି ଖଣ୍ଡପୀଠ ପାଖରେ ହିଁ ପୁନର୍ବିଚାର ଆବେଦନ କରାଯାଇପାରିବ । ଅର୍ଥାତ ସେହି ଖଣ୍ଡପୀଠ ହିଁ ରିଭ୍ୟୁ ପିଟିସନର ଶୁଣାଣି କରିବେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସନ୍ତା ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଯଦି ଏହା ପୂର୍ବରୁ ରିଭ୍ୟୁ ପିଟିସନ ଆସେ, ତେବେ ଏହାର ଶୁଣାଣି  ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ କରିବେ । ମାତ୍ର ଯଦି ତାଙ୍କ ଅବସର ନେବା ପରେ ରିଭ୍ୟୁ ପିଟିସନ ହୁଏ, ତେବେ ନୂତନ ପ୍ରଧାନ ବିଚାରପତିଙ୍କ ପାଖରେ ଏହି କ୍ଷମତା ରହିବ । ଅର୍ଥାତ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସ୍ଥାନରେ ଏହି ଖଣ୍ଡପୀଠରେ ଅନ୍ୟ କେଉଁ ବିଚାରପତି ରହିବେ, ତାର ନିଷ୍ପତ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି ନେବେ । ତେବେ ରିଭ୍ୟୁ ପିଟିସନର ଶୁଣାଣୀ ହେବ ନା ନାହିଁ, ତାହା ମଧ୍ୟ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇପାରିବେ । 

ସେପଟେ ବହୁ ପ୍ରତୀକ୍ଷିତ ଏହି ମାମଲାର ରାୟ ଆସିବା ପୂର୍ବରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଯୋଧ୍ୟା, ଜମ୍ମୁ କାଶ୍ମୀର, ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତିଙ୍କ ବାସଗୃହ । ସବୁଠି କଡା ସୁରକ୍ଷା । ମାମଲାର ରାୟ ଶୁଣାଇବାକୁ ଥିବା ଅନ୍ୟ ୪ ବିଚାରପତିଙ୍କ ବାସଗୃହ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ରହିଛି । ବର୍ଷ ବର୍ଷ ଧରି ଯେଉଁ ମାମଲାର ଶୁଣାଣିକୁ ଅପେକ୍ଷା କରିଥିଲେ ଦେଶବାସୀ, ଆଜି ସେହି ରାୟ ଆସୁଛି । 

ସକାଳ ୧୦।୩୦ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସମ୍ବିଧାନ ପୀଠ ରାୟ ପ୍ରକାଶ କରିବେ । ତେବେ ରାୟ ପରେ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଉପୁଜେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଯୋଧ୍ୟାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସେନା ମୁତୟନ ହୋଇଛନ୍ତି । କେବଳ ଅଯୋଧ୍ୟାରେ ୧୫ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ଓଡିଶାର କଟକ, ଭଦ୍ରକ ଓ କେନ୍ଦ୍ରାପଡା ଇତ୍ୟାଦି ଜିଲ୍ଲାରେ ବିଶେଷ ନଜର ରଖାଯାଇଛି ।