ଅଯୋଧ୍ୟା ମାମଲାର ୟୁ ଟର୍ଣ୍ଣ, ପୁନର୍ବିଚାର ଆବେଦନ କରିବ AIMPLB

ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ ପରେ ମଧ୍ୟ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । ଅଯୋଧ୍ୟା ରାୟକୁ ନେଇ ବୁଧବାର ମୁସଲିମ ପକ୍ଷର ଓକିଲ ରାଜୀବ ଧୱନଙ୍କ ବୟାନ ଏବେ ନୂଆ ବିବାଦ ସୃଷ୍ଟି କରିଛି । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଅନ୍ୟାୟ ବୋଲି କହିଛନ୍ତି ଧୱନ । ଏହାସହିତ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ RSSକୁ ସେ  ଟାର୍ଗେଟ କରିଛନ୍ତି 

ଅଯୋଧ୍ୟା ମାମଲାର ୟୁ ଟର୍ଣ୍ଣ, ପୁନର୍ବିଚାର ଆବେଦନ କରିବ AIMPLB
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ପରିଡ଼ା, ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ ପରେ ମଧ୍ୟ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । ଅଯୋଧ୍ୟା ରାୟକୁ ନେଇ ବୁଧବାର ମୁସଲିମ ପକ୍ଷର ଓକିଲ ରାଜୀବ ଧୱନଙ୍କ ବୟାନ ଏବେ ନୂଆ ବିବାଦ ସୃଷ୍ଟି କରିଛି । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଅନ୍ୟାୟ ବୋଲି କହିଛନ୍ତି ଧୱନ । ଏହାସହିତ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ RSSକୁ ସେ  ଟାର୍ଗେଟ କରିଛନ୍ତି । ସେପଟେ AIMPLB ପକ୍ଷରୁ ଡିସେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମଙ୍ଗଳବାର ସୁନୀ ସେଣ୍ଟ୍ରାଲ ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ ନକରିବା ପାଇଁ  ନିଷ୍ପତ୍ତି ନେଇଥିଲା ।  ୯ ନଭେମ୍ବରରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ ପରେ ମଧ୍ୟ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । ମାମଲାରେ ତିନି ପକ୍ଷଙ୍କ ତଥ୍ୟ ଉପସ୍ଥାପନ ପରେ ସୁପ୍ରିମକୋର୍ଟ ଚୁଡ଼ାନ୍ତ ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦାୟିତ୍ୱ ଦେଇଥିଲେ । ରାୟ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ AIMPLB ସୁପ୍ରିମକୋର୍ଟରେ ଡିସେମ୍ବର ୩ କିମ୍ବା ୪ରେ ପୂନର୍ବିଚାର ଆବେଦନ କରିବାକୁ ଘୋଷଣା କରିଛି । ବୁଧବାର ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେପଟେ ମାମଲାରେ ଅନ୍ୟତମ ପକ୍ଷ ସୁନୀ ସେଣ୍ଟ୍ରାଲ ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରିନେବା ସହ ରିଭ୍ୟୁ ପିଟିସନ ଦାଖର କରିବ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଥିଲା । କିନ୍ତୁ ବୁଧବାର ମୁସଲିମ ପକ୍ଷର ଓକିଲ ରାଜୀବ ଧୱନ ଅଯୋଧ୍ୟା ରାୟକୁ ଅନ୍ୟାୟ କହି ନୂଆ ବିବାଦ ସୃଷ୍ଟି କରିଛନ୍ତି ।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କୁ ନିଷ୍ପତ୍ତିକୁ ବିରୋଧ କରି ଡିସେମ୍ବର ପ୍ରଥମ ସପ୍ତାହରେ ରିଭ୍ୟୁ ପିଟିସନ ଦାଧଲ କରିବାକୁ ନିଷ୍ପତ୍ତି ନେଇଛି  ଅଲ ଅଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ । ପୁନର୍ବିଚାର ଆବେଦନ ପାଇଁ ଡ୍ରାପ୍ଟ ପ୍ରସ୍ତୁତି ଶେଷ ହୋଇଛି ବୋଲି   AIMPLB ସଦସ୍ୟ ଜଫରୟାବ ଜିଲାନୀ ସୂଚନା ଦେଇଛନ୍ତି ।  ଏହାସହିତ ସୁନୀ ୱାକଫ ବୋର୍ଡର ନିଷ୍ପତ୍ତିକୁ ତାଙ୍କର ନିଜସ୍ୱ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଆଇନ ଅନୁସାରେ ଆମେ ଆମର ଦାବି ଉପସ୍ଥାପନ କରିବାରେ କିଛି ସମସ୍ୟା ନାହିଁ ବୋଲି ବାବ୍ରୀ ସମଜିଦ ଆକ୍ସନ କମିଟି ସଦସ୍ୟ କାଶୀମ ରସୁଲ ଇଲିୟାସ କହିଛନ୍ତି । ଅଯୋଧ୍ୟା ରାୟକୁ ସୁନି ସେଣ୍ଟ୍ରାଲ ୱାକଫ ବୋର୍ଡ ଗ୍ରହଣ କରିନେଇଥିବାବେଳେ AIMPLB ପକ୍ଷରୁ ବିରୋଧ ଜାରି ରହିଛି । ଦୀର୍ଘ ୪୦ ଦିନର ଦୈନିକ ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ରାୟକୁ ଦେଶବାସୀ ଗ୍ରହଣ  କରିସାରିଛନ୍କି । ଅନେକ ମୁସଲିମ ସଂଗଠନ ମଧ୍ୟ ରାୟକୁ ସ୍ୱୀକାର କରିଛନ୍ତି ।  ବର୍ତ୍ତମାନ ସ୍ଥିତିରେ AIMPLBର ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ଆଶଙ୍କା ଅଧିକ ରହିଛି ।

 ଅଯୋଧ୍ୟା ବିବାଦକୁ ନେଇ ସୁନି ସେଣ୍ଟ୍ରାଲ ୱାକଫ ବୋର୍ଡର ମଙ୍ଗଳବାର ନିଷ୍ପତ୍ତି ଘୋଷଣା କରିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫ ଏକର ଜମି ଗ୍ରହଣ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲା । ରାୟ ବିରୋଧରେ ପୁନର୍ବିଚାର ଆବେଦନ କରାଯିବ ନାହିଁ ବୋଲି ବୋର୍ଡ ଅଧ୍ୟକ୍ଷ କହିଥିଲେ । ବୈଠକରେ ୭ରୁ ୬ ଜଣ ସଦସ୍ୟ  ପୁନର୍ବିଚାର ଆବେଦନକୁ ବିରୋଧ କରିଥିଲେ । ବୋର୍ଡରେ ଅଧ୍ୟକ୍ଷ ଜୁଫର ଫାରୁକୀ ଏନେଇ ସୂଚନା ଦେଇଛନ୍ତି । ସେପଟେ ଅଯୋଧ୍ୟା ମାମଲାରେ ପକ୍ଷକାର ଥିବା ଇମରାନ ମାବୁଦ ଆଜିର ବୈଠକକୁ ବର୍ଜନ କରିଥିଲେ ।