ଅଯୋଧ୍ୟାରେ ନିଆରା ଢ଼ଙ୍ଗରେ ପାଳନ ହେବ ଦୀପାବଳି, ପ୍ରଜ୍ୱଳିତ ହେବ ୫.୫୧ ଲକ୍ଷ ଦୀପ
Advertisement

ଅଯୋଧ୍ୟାରେ ନିଆରା ଢ଼ଙ୍ଗରେ ପାଳନ ହେବ ଦୀପାବଳି, ପ୍ରଜ୍ୱଳିତ ହେବ ୫.୫୧ ଲକ୍ଷ ଦୀପ

ଅଯୋଧ୍ୟାରେ ଏଥର ନିଆରା ଢଙ୍ଗରେ ପାଳନ ହେବ ଦୀପାବଳି । ଏଥର ଦୀପାବଳି ଏପରି ଭବ୍ୟତା ହେବ, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିଥିଲା ନା ଶୁଣିବାକୁ ମିଳିଥିଲା । ଏଥର ଦୀପୋତ୍ସବ ସମୟରେ ଅଯୋଧ୍ୟାରେ ନୂଆ ରୂପ ଦେଖିବାକୁ ମିଳିବ । ଯାହାକୁ ଲୋକଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିଯିବ । ଦୀପାବଳିର ଶୁଭ ମୁହୂର୍ତ୍ତରେ ଅଯୋଧ୍ୟାର ପ୍ରତି କୋଣ ଆଲୁଅରେ ଝଲସି ଉଠିବ । 

Ayodhya Deepotsav 2019

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ଅଯୋଧ୍ୟାରେ ଏଥର ନିଆରା ଢଙ୍ଗରେ ପାଳନ ହେବ ଦୀପାବଳି । ଏଥର ଦୀପାବଳି ଏପରି ଭବ୍ୟତା ହେବ, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିଥିଲା ନା ଶୁଣିବାକୁ ମିଳିଥିଲା । ଏଥର ଦୀପୋତ୍ସବ ସମୟରେ ଅଯୋଧ୍ୟାରେ ନୂଆ ରୂପ ଦେଖିବାକୁ ମିଳିବ । ଯାହାକୁ ଲୋକଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିଯିବ । ଦୀପାବଳିର ଶୁଭ ମୁହୂର୍ତ୍ତରେ ଅଯୋଧ୍ୟାର ପ୍ରତି କୋଣ ଆଲୁଅରେ ଝଲସି ଉଠିବ । 

ଚଳିତ ବର୍ଷ ଅଯୋଧ୍ୟାରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳିତ କରି ବିଶ୍ୱ ରେକର୍ଡ କରିବାର ଲକ୍ଷ୍ୟ ରଖାଯାଇଛି । ଏହାକୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯିବ । ଅକ୍ଟୋବର ୨୬ରେ ରାମ ଜନ୍ମଭୂମିରେ ତ୍ରେତୟା ଯୁଗର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୀପୋତ୍ସବ ଅବସରରେ ରାମ ଜନ୍ମଭୂମିରେ ପ୍ରକୃତ ଅଯୋଧ୍ୟାକୁ ଦର୍ଶକ ଦେଖିବାକୁ ପାଇବେ । ଏଥିପାଇଁ ରାମ ଜନ୍ମଭୂମିକୁ ସୁନ୍ଦର ଭାବରେ ସଜ୍ଜିତ କରାଯାଇଛି ।    

ଏଥର ଅଯୋଧ୍ୟାରେ ପ୍ରବଳ ଜନ ସମାଗମ ହେବା ସମ୍ଭାବନା ରହିଛି । ପୂର୍ବ ବର୍ଷ ତୁଳନରେ ମଧ୍ୟ ଭବ୍ୟ ଢଙ୍ଗରେ ଏଥର ରାମଲଲାଙ୍କୁ ସଜାଯାଇଛି । ରାମ ଜନ୍ମଭୂମିରେ ଯେତେ ଅଟ୍ଟାଳିକା ରହିଛି ସବୁ ହଳଦୀ ରଙ୍ଗରେ ରଙ୍ଗେଇ ଦିଆଯାଇଛି । ଶତାଧିକ ବର୍ଷ ପୂର୍ବରୁ ତିଆରି ହୋଇଥିବା ଏହି କୋଠା ଗୁଡ଼ିକ ହିଁ ଅଯୋଧ୍ୟାର ପରିଚୟ  । ସମୟ କ୍ରମେ ଏହି ଅଟ୍ଟାଳିକାଗୁଡ଼ିକର ରଙ୍ଗ ଫିକା ପଡିଯାଇଥିଲା । ପୁଣିଥରେ ଏହି କୋଠାଗୁଡ଼ିକରେ ରଙ୍ଗ କରାଯାଇଛି, ଯାହା ଫଳରେ ଏହା  ଚମକି ଉଠିଛି ।    

ଦୀପୋତ୍ସବ ସମୟରେ ଥ୍ରି ଡି ସ୍କ୍ରିନରେ ଲୋକେ ରାମ କଥା ଦେଖିବାକୁ ସୁଯୋଗ ପାଇବେ । ଏହାର ଭବ୍ୟତା ମଧ୍ୟ ଏଥର ରେକର୍ଡ କରିବାକୁ ଯାଉଛି । ଉତ୍ସବସ୍ଥଳର ପ୍ରତି ଦିଗକୁ ସଫା କରାଯିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ସମଗ୍ର ଅଞ୍ଚଳର ରଙ୍ଗ ଏବେ ବଦଳି ଯାଇଛି । ଅଯୋଧ୍ୟାରେ ପୁଷ୍ପ ବିମାନର ପ୍ରତୀତ ଭାବରେ ହେଲିକପ୍ଟଟର ବ୍ୟବହାର କରାଯିବ ।    

ସରଜୁ ନଦୀ କୂଳରେ ଏଥିପାଇଁ ହେଲିପ୍ୟାଡ ପ୍ରସ୍ତୁତ କରାଯାଇଛି । ୩ ଦିନ ଧରି ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯିବ । ଅଯୋଧ୍ୟାର ୧୨ଟି ସ୍ଥାନରେ ଏଥର ବଡ଼ ଉତ୍ସବ ପାଳନ ପାଇଁ ଆୟୋଜନ ହୋଇଛି  । ଏହା ସହ ରାମକଥା ପାର୍କରେ ପ୍ରତି ସଂଧ୍ୟାରେ ୬ଟି ଦେଶର ରାମଲିଳା ପ୍ରଦର୍ଶନ ହେବ । ଫିଲଫାଇନ୍ସ, ନେପାଳ କଳାକାରଙ୍କ ସହ ଇଣ୍ଡୋନେସିଆର କଳାକାରମାନେ ରାମକଥା ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୪ରୁ ୨୬ ଯାଏ ଚାଲିବ । ଉତ୍ସବ ସ୍ଥଳରେ ଭଜନ ସମାରୋହ  ଓ ରାମକଥା ପରିବେଷଣର ଆୟୋଜନ କରାଯାଇଛି ।