close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅଯୋଧ୍ୟା ମାମଲା ସରିନି କି, କାହିଁକି ଏପରି କହିଲେ ପ୍ରଧାନ ବିଚାରପତି ?

ଅଯୋଧ୍ୟା ମାମଲାରେ ପୁଣି ଏକ ପକ୍ଷକାରଙ୍କ ମୋଲ୍ଡିଙ୍ଗ ଅଫ ରିଲଫକୁ ନେଇ ସୁପ୍ରିମକୋର୍ଟଙ୍କ କଟାକ୍ଷ । ଏପର୍ଯ୍ୟନ୍ତ ଏହି ମାମଲା ଚାଲିଛି କି ବୋଲି ହାଲକା ଆନ୍ଦାଜରେ କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ।

ଅଯୋଧ୍ୟା ମାମଲା ସରିନି କି, କାହିଁକି ଏପରି କହିଲେ ପ୍ରଧାନ ବିଚାରପତି ?
ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ପୁଣି ଏକ ପକ୍ଷକାରଙ୍କ ମୋଲ୍ଡିଙ୍ଗ ଅଫ ରିଲଫକୁ ନେଇ ସୁପ୍ରିମକୋର୍ଟଙ୍କ କଟାକ୍ଷ । ଏପର୍ଯ୍ୟନ୍ତ ଏହି ମାମଲା ଚାଲିଛି କି ବୋଲି ହାଲକା ଆନ୍ଦାଜରେ କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ତେବେ ଏହି ମୋଲ୍ଡିଙ୍ଗ ଅଫ ରିଲଫକୁ କୋର୍ଟ ରେକର୍ଡକୁ ନେଇଥିବା ଜଣାପଡିଛି । 

ଅଯୋଧ୍ୟା ମାମଲାରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷକାର ନିଜର ମୋଲ୍ଡିଙ୍ଗ ଅଫ ରିଲଫ ଦାଖଲ କରିସାରିଛନ୍ତି । ତେବେ ଅନ୍ୟଜଣେ ପକ୍ଷକାର ଉମେଶ ଚନ୍ଦ୍ର ପାଣ୍ଡ୍ୟାଙ୍କ ତରଫରୁ ବରିଷ୍ଠ ଓକିଲ ବି ଶେଖର ମଧ୍ୟ ଏକ ଲିଖିତ ପତ୍ର ଦାଖଲ କରିଥିଲେ । ଯଦି ସୁନ୍ନି ବୋର୍ଡ କିମ୍ବା ରାମଲଲା ବିରାଜମାନକର ଜମି ଉପରେ ମାଲିକାନା ଅଧିକାର ପ୍ରମାଣିତ ନହୁଏ, ତେବେ ସେହି ଜମିକୁ ସରକାରଙ୍କୁ ହସ୍ତାନ୍ତର କରାଯାଉ । ପରେ ଏହି ଜମିରେ କଣ କରାଯିବ, ତାହା ସରକାର ସ୍ଥିର କରିବେ ବୋଲି ଅନୁରୋଧ କରିଥିଲେ ଏହି ପକ୍ଷକାର । 

ତେବେ ଏହାକୁ ନେଇ ହାଲକା ଅନ୍ଦାଜରେ ପ୍ରତିକ୍ରିୟା ଦେଇଥିଲେ ପ୍ରଧାନ ବିଚାରପତି । କହିଥିଲେ, କଣ ଏପର୍ଯ୍ୟନ୍ତ ଅଯୋଧ୍ୟା ମାମଲା ଚାଲିଛି କି ? ଆମକୁ ତ ଲାଗୁଛି ଯେ ଶୁଣାଣି ସରିଯାଇଛି । ତେବେ ଏହି ପକ୍ଷକାରଙ୍କ ମୋଲ୍ଡିଙ୍ଗ ଅଫ ରିଲଫକୁ ମଧ୍ୟ କୋର୍ଟ ରେକର୍ଡକୁ ନିଆଯାଇଛି । 

ପୂର୍ବରୁ ଏହି ମାମଲାରେ ହିନ୍ଦୁ ଓ ମୁସଲିମ ପକ୍ଷକାର ତରଫରୁ ଦାଖଲ ସରିଛି ମୋଲ୍ଡିଙ୍ଗ ଅଫ ରିଲଫ । ସମସ୍ତ ପକ୍ଷକାରା ସିଲ ଆବଦ୍ଧ ଲଫାପରେ ନୋଟ ଦାଖଲ କରିଥିଲେ । ହିନ୍ଦୁ ମହାସଭା କୋର୍ଟ ପାଖରେ ମନ୍ଦିର ନିର୍ମାଣ ଓ ବ୍ୟବସ୍ଥା ପାଇଁ ଟ୍ରଷ୍ଟ ଗଠନ କରିବା ପାଇଁ ଦାବି କରିଛି । ଏହାସହ ସମ୍ପତ୍ତିର ଯୋଗାଡ଼ କିପରି କରାଯିବ, ତାହାକୁ ନେଇ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇପାରନ୍ତି ବୋଲି ହିନ୍ଦୁ ମହାସଭା କହିଛି । 

ନିର୍ମୋହୀ ଅଖାଡେ ନିଜ ନୋଟରେ କହିଛି , ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ହେବା ସହ ରାମଲଲାଙ୍କ ସେବା ପୂଜା ଓ ବ୍ୟବସ୍ଥାର ଅଧିକାର ଦିଆଯାଉ । ଏହା ବ୍ୟତୀତ ଏହି ସମସ୍ତ ବିବାଦ ଭିତରେ ରାମଲଲା ବିରାଜମାନ ତରଫରୁ ମଧ୍ୟ ଲିଖିତ ଜବାବ ଦାଖଲ କରାଯାଇଛି । ରାମଲଲା ବିରାଜମାନ ତରଫରୁ କୁହାଯାଇଛି , ସମସ୍ତ ଭୂମି ରାମ ମନ୍ଦିର ପାଇଁ ଦିଆଯାଉ । ଏହାସହ ନିର୍ମୋହୀ ଅଖାଡେ ଅଥବା ମୁସଲିମ ପକ୍ଷଙ୍କୁ ଭୂମିର କୌଣସି ଅଂଶ ନ ମିଳୁ । 

ରାମ ଜନ୍ମଭୂମି ପୁନଃରୁଦ୍ଧାର ସମିତି ମଧ୍ୟ ସର୍ବୋଚ୍ଚ କୋର୍ଟରେ ନିଜ ଜବାବ ଦାଖଲ କରିଥିଲା ।  ସମିତି କହିଛି ଯେ, ବିବାଦୀୟ ସ୍ଥାନରେ କେବଳ ମନ୍ଦିର ହିଁ ନିର୍ମାଣ ହେଉ । ଏହାସହ ମନ୍ଦିର ପ୍ରଶାସନ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଉ । ଅନ୍ୟପଟେ ମୁସଲିମ ପକ୍ଷକାର କହିଥିଲେ ଯେ  ସେମାନଙ୍କୁ ସେହି ରିହାତି ମିଳୁ, ଯାହା କୋର୍ଟର ଶୁଣାଣି ବେଳେ ଦାବି କରାଯାଇଥିଲା । ଏଠାରେ କହି ରଖୁଛୁ , ରାଜୀବ ଧୱନ ଶୁଣାଣି ବେଳେ ବିଧ୍ୱସ୍ତ ପୂର୍ବର ବାବ୍ରୀ ମସଜିଦ ଦରକାର ବୋଲି କହିଥିଲେ । 

ମୋଲ୍ଡିଙ୍ଗ ଅଫ ରିଲିଫ(ରିହାତିରେ ପରିବର୍ତ୍ତନ) କଣ? 

ଅଯୋଧ୍ୟା ମାମଲାର ୪୦ ଦିନର ଶୁଣାଣି ବେଳେ ଯେଉଁ ଗୋଟିଏ ଶବ୍ଦ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି, ତାହା ହେଉଛି ମୋଲ୍ଡିଙ୍ଗ ଅଫ ରିଲିଫ । ଏହାର ପ୍ରୟୋଗ ସିଭିଲ ସୁଟ ପରି ମାମଲା ପାଇଁ ବ୍ୟବହାର କରାଯାଇଥାଏ । ସୁପ୍ରିମକୋର୍ଟ ଆର୍ଟିକାଲ ୧୪୨ ଓ ସିପିସିର ଧାରା ୧୫୧ ଅନ୍ତର୍ଗତ ଏହି ଅଧିକାରର ବ୍ୟବହାର କରନ୍ତି । ଯାଚିକାକର୍ତ୍ତା କୋର୍ଟ ନିକଟରେ ନିଜ ଦାବି ସହ ପହଞ୍ଚିଥାଏ ଓ ଯଦି ଦାବି ପୂରଣ ନ ହୋଇ ପାରିଲେ ତେବେ ଯେଉଁ ବିକଳ୍ପ ସେମାନଙ୍କୁ ଦିଆଯାଏ ତାହାକୁ ମୋଲ୍ଡିଙ୍ଗ ଅଫ ରିଲିଫ କୁହାଯାଇଥାଏ ।