close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅଯୋଧ୍ୟା ମାମଲା: ରାୟ ପୂର୍ବରୁ ଏମିତି କହିଲା ମୁସଲିମ ପକ୍ଷ

ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆଧାରିତ ହେବ ସର୍ବୋଚ୍ଚ ନ୍ୟାଯାଳୟଙ୍କ ରାୟ । ଏମିତି କିଛି ଆଶା ଥିବା କହିଛି ମୁସଲିମ ପକ୍ଷ । 

ଅଯୋଧ୍ୟା ମାମଲା: ରାୟ ପୂର୍ବରୁ ଏମିତି କହିଲା ମୁସଲିମ ପକ୍ଷ
supreme court

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ସରିଛି । ରାୟ ସଂରକ୍ଷିତ ରଖିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଏବେ ସମସ୍ତ ପକ୍ଷ ଏହାର ରାୟକୁ ଅପେକ୍ଷା କରିରହିଛନ୍ତି । କାହା ସମକ୍ଷରେ ଆସିବ ରାୟ, ତା ଉପରେ ରହିଛି ଦେଶବାସୀଙ୍କ ନଜର । ତେବେ ରାୟ ଆସିବା ପୂର୍ବରୁ ମୁସଲିମ ପକ୍ଷ କୋର୍ଟକୁ ସାମ୍ବିଧାନିକ ମୂଲ୍ୟବୋଧ କଥା ମନେପକାଇ ଦେଇଛି । 

ମୁସଲିମ ପକ୍ଷ କହିଛି, ଏହି ରାୟ ଇତିହାସ ବନାଇ ପାରିବ । ଆଗାମୀ ପିଢି ଉପରେ ଏହାର ପ୍ରଭାବ ପଡିପାରେ । କେବଳ ଏତିକି ନୁହେଁ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯାହା ବି ନିଷ୍ପତ୍ତି ନେବେ, ତାହା ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆଧାରିତ ହେବ । ଏହି ବିଶ୍ୱାସ ଆମର ରହିଛି ବୋଲି ସୁପ୍ରିମକୋର୍ଟଙ୍କ ଆଗରେ କହିଛି ମୁସଲିମ ପକ୍ଷ । 

ରାୟ ସଂରକ୍ଷିତ ରଖାଯାଇଥିବା ଜଣାପଡିବା ପରେ ଏବେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ବ୍ୟାରିକେଡ ଲଗାଇଛି । ଯାନବାହାନର ଯାଞ୍ଚ କରାଯାଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁଠି ଦୀପାବଳି ମନାଇଥାନ୍ତି, ସେହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁରା ସ୍ଥିତି ଉପରେ ନଜର ରଖିଛି ଉତ୍ତର ପ୍ରଦେଶ ପୋଲିସ । ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯିବ ବୋଲି ଉତ୍ତରପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଉତ୍ତର ପ୍ରଦେଶର ମୁଖ୍ୟ ସଚିବ, ଡିଜିପି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଯୋଧ୍ୟା ଗସ୍ତ କରିଛନ୍ତି । 

କହିରଖୁଛୁ, ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିବା ଅପିଲ ଉପରେ ସୁପ୍ରିମକୋର୍ଟ ଗତ ଅଗଷ୍ଟ ୬ ତାରିଖରୁ ଶୁଣାଣି କରିଥିଲେ । ଦୀର୍ଘ ୪୦ ଦିନ ଧରି ଏହି ଶୁଣାଣୀ ଚାଲିଥିଲା । ଏହି ସମୟରେ ସମସ୍ତ ପକ୍ଷ ନିଜ ନିଜ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିଥିଲେ । ଅକ୍ଟୋବର ୧୪ରେ ଶୁଣାଣି ଶେଷ ହୋଇଥିଲା ।