• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

ରାମ ମନ୍ଦିର ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ କ'ଣ ? ଜାଣନ୍ତୁ, ଆଡଭାନୀଙ୍କ ମୁହଁରୁ...

ଅଯୋଧ୍ୟା ରାୟରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଆଉ ଏହା ପରେ ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟକୁ ସ୍ୱାଗତ କରିଛନ୍ତି ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର କୁହାଯାଉଥିବା ବିଜେପିର ଏହି ବରିଷ୍ଠ ନେତା । 

ରାମ ମନ୍ଦିର ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ କ'ଣ ? ଜାଣନ୍ତୁ, ଆଡଭାନୀଙ୍କ ମୁହଁରୁ...
ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ରାୟରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଆଉ ଏହା ପରେ ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟକୁ ସ୍ୱାଗତ କରିଛନ୍ତି ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର କୁହାଯାଉଥିବା ବିଜେପିର ଏହି ବରିଷ୍ଠ ନେତା । 

ଆଜଭାନୀ କହିଛନ୍ତି, ''ସୁପ୍ରିମକୋର୍ଟଙ୍କ ଏହି ରାୟକୁ ମୁଁ ସ୍ୱାଗତ କରୁଛି । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣରେ ଦ୍ୱାର ପ୍ରସସ୍ଥ ହୋଇଛି । ଯେଉଁଥିପାଇଁ ନିଜକୁ ଧନ୍ୟ ମନେକରୁଛି । ମୋ କାମନା ପୂର୍ଣ୍ଣ ହେବାକୁ ଯାଉଛି ।''

ସେହିପରି ୧୯୯୦ରେ ହୋଇଥିବା ରାମ ରଥଯାତ୍ରାକୁ ମନେ ପକାଇଛନ୍ତି ଆଡଭାନୀ । କହିଛନ୍ତି, ''ଭଗବାନ ମୋତେ ଏହି ବିଶାଳ ଆନ୍ଦୋଳନରେ ସାମିଲ ହେବାର ସୁଯୋଗ ଦେଇଥିଲେ । ସ୍ୱାଧୀନତା ଆନ୍ଦୋଳନ ପରେ ଏହା ଦେଶର ବୃହତ ଅନ୍ଦୋଳନ ଥିଲା। ଭରତୀୟ ସଭ୍ୟତା ଓ ସଂସ୍କୃତିରେ ରାମାୟଣ ଏବଂ ପ୍ରଭୁ ଶ୍ରୀରାମଙ୍କ ସ୍ଥାନ ସବୁବେଳେ ଉର୍ଦ୍ଧ୍ୱରେ ରହିଆସିଛି । ଆଉ ମୁଁ ଏହାକୁ ହିଁ ଗୁରୁତ୍ୱ ଦେଇଆସିଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରାମ ଜନ୍ମଭୂମିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।''

ଦୀର୍ଘ ସମୟର ଅପେକ୍ଷା ପରେ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବଦରେ ଅନ୍ତ ଘଟିଛି । ଉଭୟ ସମ୍ପ୍ରଦାୟ ଏବେ ପଛକଥା ଭୁଲି ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ଉଚିତ । ଭାରତର ଏକତା ଏବଂ ଅଖଣ୍ଡତାକୁ ସୁଦୃଢ କରିବା ପାଇଁ ମୁଁ ଦେଶବାସୀଙ୍କୁ ଅପିଲ କରୁଛି ବୋଲି କହିଛନ୍ତି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ। ସେହିପରି ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ରାଷ୍ଟ୍ର ମନ୍ଦିର ନିର୍ମାଣ ବୋଲି ସେ କହିଛନ୍ତି । ଆଉ ଏହି ଉଦ୍ଦେଶ୍ୟରେ ସମର୍ପିତ କରିବା ପାଇଁ ସଭିଙ୍କୁ ଆହ୍ୱାନ ମଧ୍ୟ କରିଛନ୍ତି ।