ମୋଦିଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଲା ନିର୍ମୋହୀ ଆଖଡା
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ନିର୍ମୋହି ଆଖଡା । ରାମ ମନ୍ଦିର ନିର୍ମାଣରେ କଣ ହେବ ନିର୍ମୋହୀ ଆଖଡାର ଭୂମିକା ? କେନ୍ଦ୍ର ସରକାରଙ୍କ ପାଖରୁ ସ୍ପଷ୍ଟିକରଣ ଚାହିଁଲା ଅଯୋଧ୍ୟା ମାମଲାର ଅନ୍ୟତମ ପକ୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ସମୟ ବି ମାଗିଛି । ନିର୍ମୋହି ଆଖଡାର ୫ଜଣ ସଦସ୍ୟ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଚାହୁଁଥିବା ଚିଠିରେ କୁହାଯାଇଛି ।
Trending Photos

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ନିର୍ମୋହି ଆଖଡା । ରାମ ମନ୍ଦିର ନିର୍ମାଣରେ କଣ ହେବ ନିର୍ମୋହୀ ଆଖଡାର ଭୂମିକା ? କେନ୍ଦ୍ର ସରକାରଙ୍କ ପାଖରୁ ସ୍ପଷ୍ଟିକରଣ ଚାହିଁଲା ଅଯୋଧ୍ୟା ମାମଲାର ଅନ୍ୟତମ ପକ୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ସମୟ ବି ମାଗିଛି । ନିର୍ମୋହି ଆଖଡାର ୫ଜଣ ସଦସ୍ୟ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଚାହୁଁଥିବା ଚିଠିରେ କୁହାଯାଇଛି ।
ଗତ ସପ୍ତାହରେ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ଯଦିଓ ରାମ ମନ୍ଦିର ନିର୍ମାଣ ପାଇଁ କୋର୍ଟ ପଥ ପରିଷ୍କାର କରିଥିଲେ, ତଥାପି ବି ନିର୍ମୋହୀ ଆଖଡାକୁ ଝଟକା ଲାଗିଥିଲା । କାହିଁକିନା ନିଜକୁ ସେବାୟତ ବୋଲି ଦାବି କରୁଥିବା ବେଳେ, ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେବାକୁ ଥିବା ଟ୍ରଷ୍ଟରେ ନିର୍ମୋହୀ ଆଖଡାର ମଧ୍ୟ ସଦସ୍ୟ ରହିବେ ବୋଲି ସ୍ପଷ୍ଟ କରିଥିଲେ କୋର୍ଟ । ଏପରିକି ମନ୍ଦିର ନିର୍ମାଣରେ ଏହାର ଭୂମିକା କଣ ରହିବ, ସେନେଇ କେନ୍ଦ୍ର ସରାକାରଙ୍କ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଥିଲେ ।
ଏବେ ମନ୍ଦିର ନିର୍ମାଣରେ ନିଜ ଭୂମିକା ବିଷୟରେ ଜାଣିବାକୁ ଚାହିଁଛି ନିର୍ମୋହୀ ଆଖଡା । ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସାକ୍ଷାତ ପାଇଁ ସମୟ ମଗାଯାଇଛି । ୫ ଜଣ ସଦସ୍ୟ ମୋଦିଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଉତ୍ତର ଆସିନଥିବା ଜଣାପଡିଛି ।
ଅଯୋଧ୍ୟା ମାମଲାରେ କ'ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ ?
ଅଯୋଧ୍ୟା ରାୟ ବେଳେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର କରିଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ସେହିପରି ମୁସଲିମ ପକ୍ଷକୁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମୋହି ଆଖଡ଼ା ନିଜକୁ ସେବାୟତ ପାଇଁ ଦାବି କରୁଥିଲା। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି ।
ଉଭୟ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ନେଇଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଥିଲେ ଅଦାଲତ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ ।
ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ପ୍ରଧାନ ବିଚାରପତି । ଅଦାଲତ ଆହୁରି ମଧ୍ୟ କହିଛନ୍ତି, ଇଂରେଜ ଶାସନ ସମୟରେ ସେଠାରେ ନମାଜ ପାଠ କରାଯାଉଥିବା ନେଇ କୌଣସି ପ୍ରମାଣ ନାହିଁ । ସିଆ ୱାକଫ ବୋର୍ଡ ଏବଂ ନିର୍ମୋହି ଆଖଡ଼ାର ଆବେଦନ ମଧ୍ୟ ଖାରଜ ହୋଇଥିଲା ।
'ବାବ୍ରି ମସଜିଦ ଭଙ୍ଗା ଘଟଣା ନେଇ ପଶ୍ଚାତାପ କରିଥିଲେ ଆଡଭାନୀ'
ପଢନ୍ତୁ, ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- ମୁସଲମାନ ପକ୍ଷଙ୍କୁ ଅନ୍ୟସ୍ଥାନ ଯୋଗାଇ ଦେବାକୁ ନିର୍ଦ୍ଦେଶ
- ବିକଳ୍ପ ଜମି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- ୫ ଏକର ଜମି ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- ମସଜିଦ୍ ନିର୍ମାଣରେ ସହାୟତା ପାଇଁ ନିର୍ଦ୍ଦେଶ
- କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
- ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- ମନ୍ଦିର ତିଆରି ପାଇଁ ଟ୍ରଷ୍ଟ ଗଠନ ହେବ
- ୩ ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ତିଆରି କରିବେ କେନ୍ଦ୍ର ସରକାର
- ବୋର୍ଡକୁ ବିବାଦୀୟ ଜମି ହସ୍ତାନ୍ତର କରିବେ କେନ୍ଦ୍ର ସରକାର
- ରାମ ଜନ୍ମଭୂମି ନ୍ୟାସକୁ ମିଳିବ ବିବାଦୀୟ ଜମି
- ୩ ମଧ୍ୟସ୍ଥିଙ୍କ ଭୂମିକାକୁ କୋର୍ଟଙ୍କ ପ୍ରଶଂସା
More Stories