କୋଭିଡ19 ମୁକାବିଲା କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନା ଏକ ବିରାଟ ପଦକ୍ଷେପ ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି |
Trending Photos
)
ନୂଆଦିଲ୍ଲୀ: ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତର ମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତାକୁ ନେଇ ଭାରତକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) |
ଏହା ସହିତ ଭାରତରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତଯୋଗ୍ୟ ବୋଲି ଡବ୍ଲ୍ୟୁଏଚଓ |
ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ କୋରୋନା ମହାମାରୀର ମୁକାବିଲା କରାଯାଇ ପାରିବ | ଦେଶରେ କୋଭିଡ19 ସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ପକ୍ଷର ଉପଯୁକ୍ତ ପଦକ୍ଷେପ ନିଆଯାଇଛି | ଯଦିଓ ଭାରତରେ ଦ୍ରୁତ ଗତିରେ କୋରୋନା ସଂକ୍ରମଣ ବଢିନାହିଁ ଏହାର ସ୍ଥିତି ବିପଦପୂର୍ଣ୍ଣ ରହିଛି | ଏଥିପାଇଁ ସତର୍କ ରହିବା ଦରକାର |
ଡବ୍ଲ୍ୟୁଏଚଓ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଭାରତରେ କୋରୋନା ଜନିତ ମାମଲା ତିନି ସପ୍ତାହରେ ଦୁଇ ଗୁଣା ବଢିଯାଇଛି | ଖାଲି ଭାରତ ନୁହେଁ ପାକିସ୍ତାନ, ବାଙ୍ଗଲାଦେଶ ଏବଂ ଦକ୍ଷିଣ ଏସୀୟାର ଘନ ଜନବସତି ବିଶିଷ୍ଟ ଦେଶରେ କୋଭିଡ19 ଜନିତ ସ୍ଥିତି ଗୁରୁତର ହୋଇନାହିଁ | ଯଦିଓ ଗୋଷ୍ଠୀ ସଂକ୍ରମଣ ମାମଲା ଏବେ ସାମ୍ନାକୁ ଆସିନାହିଁ, ଯଦି ଏଭଳି ସ୍ଥିତି ଉପୁଜେ ଦ୍ରୁତ ଗତିରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବ |
ଏହା ସହିତ ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ଭାରତରେ ଭାରତରେ ଲୋକଙ୍କ ଚଳପ୍ରଚଳ ପୁଣିଥରେ ଆରମ୍ଭ ହୋଇଯାଇଛି | ଯେଉଁଥି ପାଇଁ ସଂକ୍ରମଣ ମାମଲା ବଢିବାର ସମ୍ଭାବନା ରହିଛି | ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଅଧିକ ହେବା, ସହରାଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକ ଏକାଠି ହେବା କୋଭିଡ19 ସଂକ୍ରମଣ ଜନିତ ମାମଲା ବୃଦ୍ଧି ଘଟିବାର ସମ୍ଭାବନା ରହିଛି |